ଏମାନଙ୍କୁ ମିଳିବ ମନ୍ତ୍ରୀ ପଦ ! ଆସିଲା ସମ୍ଭାବିତ ଲିଷ୍ଟ୍
ନୂଆଦିଲ୍ଲୀ, ୭ା୬: ଲୋକସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ନୂଆ ସରକାର ଗଠନ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ଭାରତୀୟ ଜନତା ପାର୍ଟି (ଭାଜପା) ସରକାର ଗଠନ ପାଇଁ ଥିବା ମ୍ୟାଜିକ୍ ନମ଼୍ବର ୨୭୨ ଆସନ ଜିତିବାକୁ ସକ୍ଷମ ହୋଇନାହିଁ। ତେଣୁ ସହଯୋଗୀ ଦଳଙ୍କ ଉପରେ ଏବେ ଭାଜପା ନିର୍ଭର କରୁଛି। ଦିଲ୍ଲୀରେ ଆଜି ଏନ୍ଡିଏର ବୈଠକ ବସିବାକୁ ଯାଉଛି। ଯେଉଁଥିରେ ନବନିର୍ବାଚିତ ଏମ୍ପିଙ୍କ ଦ଼୍ବାରା ନରେନ୍ଦ୍ର ମୋଦିଙ୍କୁ ସଂସଦୀୟ ଦଳର ନେତା ଭାବେ […] The post ଏମାନଙ୍କୁ ମିଳିବ ମନ୍ତ୍ରୀ ପଦ ! ଆସିଲା ସମ୍ଭାବିତ ଲିଷ୍ଟ୍ appeared first on Dharitri Odia News.
ନୂଆଦିଲ୍ଲୀ, ୭ା୬: ଲୋକସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ନୂଆ ସରକାର ଗଠନ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ଭାରତୀୟ ଜନତା ପାର୍ଟି (ଭାଜପା) ସରକାର ଗଠନ ପାଇଁ ଥିବା ମ୍ୟାଜିକ୍ ନମ଼୍ବର ୨୭୨ ଆସନ ଜିତିବାକୁ ସକ୍ଷମ ହୋଇନାହିଁ। ତେଣୁ ସହଯୋଗୀ ଦଳଙ୍କ ଉପରେ ଏବେ ଭାଜପା ନିର୍ଭର କରୁଛି। ଦିଲ୍ଲୀରେ ଆଜି ଏନ୍ଡିଏର ବୈଠକ ବସିବାକୁ ଯାଉଛି। ଯେଉଁଥିରେ ନବନିର୍ବାଚିତ ଏମ୍ପିଙ୍କ ଦ଼୍ବାରା ନରେନ୍ଦ୍ର ମୋଦିଙ୍କୁ ସଂସଦୀୟ ଦଳର ନେତା ଭାବେ ଚୟନ କରାଯିବା ନେଇ ନିଷ୍ପତ୍ତି ହୋଇପାରେ। ଆସନ୍ତା ରବିବାର ସମ୍ପୂର୍ଣ୍ଣ କ୍ୟାବିନେଟ୍ ରାଷ୍ଟ୍ରପତି ଭବନରେ ଏକସଙ୍ଗେ ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ସରକାର ଗଠନ ପୂର୍ବରୁ ଏନ୍ଡିଏରେ ସାମିଲ୍ ଥିବା ଟିଡିପି ଏବଂ ଜେଡିୟୁ ନେତାଙ୍କ ସହ ଭାଜପା ଲାଗାତାର ଆଲୋଚନା କରୁଛି । ଏଥିସହିତ କ୍ୟାବିନେଟ୍ରେ କେଉଁମାନଙ୍କୁ ମନ୍ତ୍ରୀ ପଦ ମିଳିବ ସେନେଇ ମଧ୍ୟ ଚର୍ଚ୍ଚା ହେଉଛି।
ମିଳିଥିବା ସୂଚନା ଅନୁସାରେ, ଏନ୍ଡିଏରେ ସାମିଲ ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ, ପୁଅ ଶ୍ରୀକାନ୍ତ ଶିନ୍ଦେଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ମଣ୍ଡଳରେ ସାମିଲ୍ କରୁନାହାନ୍ତି। ଦଳର କିଛି ପ୍ରମୁଖ ସାଂସଦଙ୍କ ନାମ ଏହି ଲିଷ୍ଟରେ ରହିପାରେ । ଅଟକଳ ଅନୁସାରେ ଶିବସେନାକୁ ଗୋଟିଏ କ୍ୟାବିନେଟ୍ ଏବଂ ଗୋଟିଏ ରାଜ୍ୟ ମନ୍ତ୍ରୀ ପଦ ମିଳିପାରେ।
ଏହାଛଡ଼ା, ଚନ୍ଦ୍ରବାବୁ ନାଇଡ଼ୁଙ୍କ ତେଲୁଗୁ ଦେଶମ ପାର୍ଟି କ୍ୟାବିନେଟ୍ ମନ୍ତ୍ରୀ ପାଇଁ ଦଳର ନେତା ରାମମୋହନ ନାଇଡ଼ୁଙ୍କ ନାମକୁ ପ୍ରସ୍ତାବ ଦେଇପାରେ। ଟିଡିପିକୁ ଅତିକମ୍ରେ ୩ରୁ ୪ ମନ୍ତ୍ରୀ ପଦ ମିଳିବା ନେଇ ସମ୍ଭାବନା ରହିଛି। ସୂତ୍ର ଅନୁସାରେ, ଟିଡିପିକୁ ଏବେ ଅର୍ଥ ରାଜ୍ୟମନ୍ତ୍ରୀ ଏବଂ ଆଉ ଦୁିଇ-ତିନିଟି ମନ୍ତ୍ରାଳୟ ମିଳିବା ନେଇ ଦଳ ଆଶା କରିଛି।
ସେହିପରି ଅନ୍ୟ ପ୍ରମୁଖ ଦଳ ଜେଡିୟୁ ଚଳିତ ଥର ତିନୋଟି କ୍ୟାବିନେଟ୍ ମନ୍ତ୍ରୀ ଏବଂ ଗୋଟିଏ ରାଜ୍ୟମନ୍ତ୍ରୀ ପଦ ମିଳିବା ନେଇ ଜଣାପଡ଼ୁଛି। ଦଳ ମୁଖ୍ୟ ନୀତୀଶ କୁମାର କୃଷି, ରେଳ, ଗ୍ରାମୀଣ ବିକାଶ ଏବଂ ଜଳ ଶକ୍ତି ଭଳି ବିହାରର ହିତ ସହିତ ଜଡ଼ିତ ମନ୍ତ୍ରାଳୟ ଉପରେ ନଜର କରିଛନ୍ତି। ଏହାଛଡ଼ା ନୀତୀଶ କୁମାର ତାଙ୍କର ଘନିଷ୍ଠ ସହଯୋଗୀ ସାମିଲ୍ ସଞ୍ଜୟ ଝା ଏବଂ ଲଲନ୍ ସିଂଙ୍କ ନାମକୁ କେନ୍ଦ୍ରମନ୍ତ୍ରୀ ପାଇଁ ସୁପାରିଶ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
The post ଏମାନଙ୍କୁ ମିଳିବ ମନ୍ତ୍ରୀ ପଦ ! ଆସିଲା ସମ୍ଭାବିତ ଲିଷ୍ଟ୍ appeared first on Dharitri Odia News.