ଏମାନେ କରନ୍ତି ବଜେଟ୍ ତିଆରି, ସୀତାରମଣଙ୍କ ଟିମ୍‌ର ବିଶେଷଜ୍ଞମାନେ କିଏ-କିଏ ?

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ତୃତୀୟ ପାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଜୁଲାଇରେ ୨୩ ଲୋକସଭାରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସାଧାରଣ ନିର୍ବାଚନ ପରେ ଉପସ୍ଥାପନ ହେବାକୁ ଥିବା ବଜେଟ୍ ଉପରେ ସମସ୍ତଙ୍କ ନଜର ରହିବ । ୨୦୨୪-୨୫ ଆର୍ଥିକ ବର୍ଷରେ ସରକାରଙ୍କ ବିର୍ତ୍ତୀୟ ପରିଚାଳନା ଏବଂ ଆରବିଆଇଠାରୁ ପାଇଥିବା ୨.୧ ଟ୍ରିଲିୟନ୍ ଟଙ୍କାର ବମ୍ପର ଡିଭିଡେଣ୍ଡ (ଲାଭାଂଶ)କୁ କିପରି ଖର୍ଚ୍ଚ କରିବେ ? ଚଳିତ ଥର ବଜେଟ୍ ପ୍ରସ୍ତୁତି ପାଇଁ ମଧ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ପୁରୁଣା ଟିମ୍ ଟିମକୁ ଭରସା କରିଛନ୍ତି । ବଜେଟ୍‌ରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଦେଶର ଆର୍ଥିକ ଅଭିବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କହି ସାରିଛନ୍ତି ଯେ ବଜେଟ୍‌ରେ କେନ୍ଦ୍ରୀୟ ଯୋଜନାରେ ଯୁବ ବର୍ଗଙ୍କୁ ଗୁରୁତ୍ୱ ଦିଆଯିବ । ଜବାହାରଲଲ୍ ନେହରୁ ୟୁନିଭର୍ସିଟିରୁ ଅର୍ଥନୀତି ପଢିଥିବା ନିର୍ମଳା ସୀତାରମଣ ତାଙ୍କ ପୁରୁଣା ଟିମ୍ ସହ ଚଳିତ ଥର ବଜେଟ୍ ପ୍ରସ୍ତୁତ କରିଛନ୍ତି । ତେବେ ଆସନ୍ତୁ ଏହି ବଜେଟ୍ ମେକର୍ସଙ୍କ ବିଷୟରେ ଜାଣିବା ।ଟିଭି ସୋମନାଥନ (ଅର୍ଥ ସଚିବ) ଅର୍ଥ ମନ୍ତ୍ରଣାଳୟର ସବୁ ସଚିବଙ୍କ ମଧ୍ୟରେ ବରିଷ୍ଠ ହେଉଛନ୍ତି ଅର୍ଥ ସଚିବ । ବଜେଟ୍ ପ୍ରସ୍ତୁତି ଏବଂ ଏହାସହ ଜଡ଼ିତ ନିଷ୍ପତ୍ତି ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ଅର୍ଥ ସଚିବ ଟିଭି ସୋମନାଥନ୍ । କେବଳ ଏତିକ

ଏମାନେ କରନ୍ତି ବଜେଟ୍ ତିଆରି, ସୀତାରମଣଙ୍କ ଟିମ୍‌ର ବିଶେଷଜ୍ଞମାନେ କିଏ-କିଏ ?

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ତୃତୀୟ ପାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଜୁଲାଇରେ ୨୩ ଲୋକସଭାରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସାଧାରଣ ନିର୍ବାଚନ ପରେ ଉପସ୍ଥାପନ ହେବାକୁ ଥିବା ବଜେଟ୍ ଉପରେ ସମସ୍ତଙ୍କ ନଜର ରହିବ । ୨୦୨୪-୨୫ ଆର୍ଥିକ ବର୍ଷରେ ସରକାରଙ୍କ ବିର୍ତ୍ତୀୟ ପରିଚାଳନା ଏବଂ ଆରବିଆଇଠାରୁ ପାଇଥିବା ୨.୧ ଟ୍ରିଲିୟନ୍ ଟଙ୍କାର ବମ୍ପର ଡିଭିଡେଣ୍ଡ (ଲାଭାଂଶ)କୁ କିପରି ଖର୍ଚ୍ଚ କରିବେ ? ଚଳିତ ଥର ବଜେଟ୍ ପ୍ରସ୍ତୁତି ପାଇଁ ମଧ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ପୁରୁଣା ଟିମ୍ ଟିମକୁ ଭରସା କରିଛନ୍ତି । ବଜେଟ୍‌ରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଦେଶର ଆର୍ଥିକ ଅଭିବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କହି ସାରିଛନ୍ତି ଯେ ବଜେଟ୍‌ରେ କେନ୍ଦ୍ରୀୟ ଯୋଜନାରେ ଯୁବ ବର୍ଗଙ୍କୁ ଗୁରୁତ୍ୱ ଦିଆଯିବ । ଜବାହାରଲଲ୍ ନେହରୁ ୟୁନିଭର୍ସିଟିରୁ ଅର୍ଥନୀତି ପଢିଥିବା ନିର୍ମଳା ସୀତାରମଣ ତାଙ୍କ ପୁରୁଣା ଟିମ୍ ସହ ଚଳିତ ଥର ବଜେଟ୍ ପ୍ରସ୍ତୁତ କରିଛନ୍ତି । ତେବେ ଆସନ୍ତୁ ଏହି ବଜେଟ୍ ମେକର୍ସଙ୍କ ବିଷୟରେ ଜାଣିବା ।

ଟିଭି ସୋମନାଥନ (ଅର୍ଥ ସଚିବ) 

ଅର୍ଥ ମନ୍ତ୍ରଣାଳୟର ସବୁ ସଚିବଙ୍କ ମଧ୍ୟରେ ବରିଷ୍ଠ ହେଉଛନ୍ତି ଅର୍ଥ ସଚିବ । ବଜେଟ୍ ପ୍ରସ୍ତୁତି ଏବଂ ଏହାସହ ଜଡ଼ିତ ନିଷ୍ପତ୍ତି ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ଅର୍ଥ ସଚିବ ଟିଭି ସୋମନାଥନ୍ । କେବଳ ଏତିକି ନୁହେଁ ବଜେଟ୍ ପ୍ରସ୍ତୁତି ବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସମନ୍ୱୟ ରଖିବା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥାଏ । ୧୯୮୭ ବ୍ୟାଚ୍‌ର ଆଇଏଏସ୍ ଅଫିସର ସୋମନାଥନ ୨୦୧୫ରୁ ୨୦୧୭ ଯାଏ ପିଏମଓରେ କାମ କରିଥିଲେ । ଏହାପରେ ୨୦୧୯ ମସିହାରେ ଅର୍ଥ ମନ୍ତ୍ରଣାଳୟରେ ତାଙ୍କୁ ବ୍ୟୟ (ଏକ୍ସପେଣ୍ଡିଚର) ସଚିବ ଏବଂ ୨୦୨୧ରେ ଅର୍ଥ ମନ୍ତ୍ରଣାଳୟର ସଚିବ ନିଯୁକ୍ତ ହୋଇଥିଲେ । ଅର୍ଥନୀତିରେ ପିଏଚ୍‌ଡି କରିଥିବା ଏହି ବରିଷ୍ଠ ଅଧିକାରୀ ୨୦୨୧-୨୨ ବଜେଟ୍ ପ୍ରସ୍ତୁତିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଅଜୟ ସେଠ୍ (ଅର୍ଥନୈତିକ ବ୍ୟାପାର ସଚିବ)

୧୯୮୭ ବ୍ୟାଚ୍‌ର କର୍ଣ୍ଣାଟକ କ୍ୟାଡର୍‌ର ଆଇଏଏସ୍ ଅଧିକାରୀ ଅଜୟ ସେଠ୍ । ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ ଅଛନ୍ତି । ବଜେଟ୍ ପ୍ରସ୍ତୁତି ଏବଂ ବିଭିନ୍ନ ମନ୍ତ୍ରଣାଳୟ ଦ୍ୱାରା ସମନ୍ୱୟ ରଖି ବଜେଟ୍‌ରେ ସମାନଙ୍କ ଦାବି ଏବଂ ଆବଣ୍ଟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଭାରତର ସୋଭେରିଆନ୍ ଗ୍ରୀନ୍ ବଣ୍ଡ୍ ଇନସ୍ୟୁରାନ୍ସ ପଛରେ ଅଜୟ ସେଠ୍‌ଙ୍କ ହିଁ ଦୂରଦୃଷ୍ଟି ରହିଛି ।

ତୁହିନ୍ କାନ୍ତ ପାଣ୍ଡେ (ଦୀପମ୍ ସଚିବ)

୧୯୮୭ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ର ଆଇଏଏସ ଅଧିକାରୀ ତୁହିନ୍ କାନ୍ତ ପାଣ୍ଡେ । ନିବେଶ ଏବଂ ସରକାରୀ ସମ୍ପତ୍ତି ପରିଚାଳନା ବିଭାଗ (Dipam)ର ସଚିବ ଭାବେ ତାଙ୍କ ଦାୟିତ୍ୱ ବଜେଟ୍ ପ୍ରସ୍ତୁତିରେ ଅଧିକ । ବିନିବେଶ ଏବଂ ପିଏସୟୁର ଲାଭାଂଶକୁ ସରକାରଙ୍କ ପାଖରେ ପହଞ୍ଚାଇବା ଦାୟିତ୍ୱ ତୁଲାଇଥାନ୍ତି । ଦୀର୍ଘ ବର୍ଷ ଧରି ପଡ଼ି ରହିଥିବା ଏୟାର ଇଣ୍ଡିଆର ଅଧିଗ୍ରହଣ ପଛରେ ଏହି ଅଧିକାରୀଙ୍କ ଭୂମିକା ଥିଲା ।

ସଞ୍ଜୟ ମଲହୋତ୍ରା (ରାଜସ୍ୱ ସଚିବ)

ରାଜସ୍ୱ ସଚିବ ସଞ୍ଜୟ ମଲହୋତ୍ରା ରାଜସ୍ୱ ଆଦାୟ ଲକ୍ଷ୍ୟ ସ୍ଥିର କରନ୍ତି । ଏହାସହ ଉଭୟ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଟିକସ ପରିବର୍ତ୍ତନ ଉପରେ ମଧ୍ୟ ନିଷ୍ପତ୍ତି ନିଅନ୍ତି । ୧୯୯୦ ବ୍ୟାଚ୍‌ର ରାଜସ୍ଥାନ କ୍ୟାଡର୍‌ର ଆଇଏଏସ୍ ଅଫିସର ସଞ୍ଜୟ ମଲହୋତ୍ରା ରାଜସ୍ୱ ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି ।

ବିବେକ ଯୋଶୀ (ଫାଇନାନସିଆଲ୍ ସର୍ଭିସ୍ ସଚିବ)

୨୦୨୨ ମସିହାରେ ବଜେଟ୍ ଟିମ୍‌ରେ ନୂଆ କରି ସାମିଲ ହୋଇଥିଲେ ବର୍ତ୍ତମାନର ଫାଇନାନସିଆଲ୍ ସର୍ଭିସ୍ ସଚିବ ବିବେକ ଯୋଶୀ । ଫାଇନାନସିଆଲ୍ ସର୍ଭିସ୍ ସଚିବ ଭାବେ ବ୍ୟାଙ୍କିଂ, ବୀମା ଏବଂ ପେନ୍‌ସନ୍‌ ସହ ଜଡ଼ିତ ବିଭିନ୍ନ ନୀତି ନିର୍ଦ୍ଧାରଣ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି ।

ଭିଏ ନାଗେଶ୍ୱରନ୍ (ମୁଖ୍ୟ ଆର୍ଥିକ ପରାମର୍ଶଦାତା)

ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ନାଗେଶ୍ୱରନ୍ ଦେଶ ଏବଂ ଦୁନିଆର ମାଇକ୍ରୋ ଇକୋନମିକ୍ ଦେଖନ୍ତି । ଯାହାକୁ ନଜରରେ ରଖି ବଜେଟ୍ ଟାର୍ଗେଟ୍ ସ୍ଥିର କରାଯାଇଥାଏ ଏବଂ ବଜେଟ୍ ଲେଖାଯାଇଥାଏ । ବିଶେଷଜ୍ଞ ଏବଂ ଅର୍ଥନୀତିଜ୍ଞଙ୍କ ଟିମ୍ ସହ ସିଇଏ ବଜେଟ୍ ପୂର୍ବ ଦିନ ଉପସ୍ଥାପନ ହେଉଥିବା ଆର୍ଥିକ ସର୍ଭେକୁ ପ୍ରସ୍ତୁତ କରିଥାନ୍ତି । ୨୦୨୨ ମସିହାରୁ ଭିଏ ନାଗେଶ୍ୱରନ୍ ଦେଶର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଅଛନ୍ତି ।