ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମୁଣ୍ଡକୁ ଅଲଗା କରି ଦେଲେ ଦୁର୍ବୃତ୍ତ
ମାହାଙ୍ଗା: ରାତି ପାଇଲେ ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ପବିତ୍ର ଜୟନ୍ତୀ ଉତ୍ସବ ପାଳନ ହେବ। ହେଲେ ଏହା ପୂର୍ବରୁ ଆଜି ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଭଦ୍ରେଶ୍ୱର ଥାନା ଉମର ଗାଁରେ। ଉମର ହନୁମାନ ଛକରେ ଥିବା ବିଜୁବାବୁଙ୍କ ଆବକ୍ଷ ପ୍ରତିମୂର୍ତ୍ତିକୁ ଦୁର୍ବୁତ୍ତମାନେ ଶରୀରରୁ ମୁଣ୍ଡକୁ ଅଲଗା କରି ନିକଟରେ ଥିବା ଅଳିଆ ଗଦାରେ ପକାଇଦେଇଥିବା ଅଭିଯୋଗ କରିଛନ୍ତି ଗାଁଲୋକେ। ଭଦରେଶ୍ଵର ପୋଲିସ ଓ ସାଲେପୁର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି। ତେବେ ତୁରନ୍ତ ଦୋଷୀକୁ ଧରା ନଗଲେ ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ କହିଛନ୍ତି।Also read: ମୋହନ ସରକାର ଉପରେ ବର୍ଷିଲେ ରାଜା ସ୍ୱାଇଁ, କହିଲେ ହୀନମନ୍ୟତାର ପରିଚୟ ଦେଇଛି ବିଜେପିସେପଟେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଦିନ ପଞ୍ଚାୟତି ରାଜ ଦିବସରେ ରାଜ୍ୟର ସ୍କୁଲ କଲେଜରେ ପାଠ ପଢାଯିବା ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ରାଜନୀତି ଜୋର ଧରିଛି। ବିଜେପିର ମୋହନ ମାଝୀ ସରକାରକୁ ମୁଖ୍ୟ ବିରୋଧୀ ଦଳ କଡ଼ା ଶବ୍ଦରେ ବିଜେଡି। ଦଳ କହିଛି ଯେ, ରାଜ୍ୟ ବିଜେପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ବିକାଶର ଧୂରିଣ ବିଜୁ ବାବୁ ପ୍ରତି ସମ୍ମାନ ନାହିଁ। ପ୍ରବାଦ ପୁରୁଷଙ୍କୁ ବିଜେପି ସରକାର ଅପମାନିତ କରୁଛି
ମାହାଙ୍ଗା: ରାତି ପାଇଲେ ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ପବିତ୍ର ଜୟନ୍ତୀ ଉତ୍ସବ ପାଳନ ହେବ। ହେଲେ ଏହା ପୂର୍ବରୁ ଆଜି ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଭଦ୍ରେଶ୍ୱର ଥାନା ଉମର ଗାଁରେ।
ଉମର ହନୁମାନ ଛକରେ ଥିବା ବିଜୁବାବୁଙ୍କ ଆବକ୍ଷ ପ୍ରତିମୂର୍ତ୍ତିକୁ ଦୁର୍ବୁତ୍ତମାନେ ଶରୀରରୁ ମୁଣ୍ଡକୁ ଅଲଗା କରି ନିକଟରେ ଥିବା ଅଳିଆ ଗଦାରେ ପକାଇଦେଇଥିବା ଅଭିଯୋଗ କରିଛନ୍ତି ଗାଁଲୋକେ। ଭଦରେଶ୍ଵର ପୋଲିସ ଓ ସାଲେପୁର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି। ତେବେ ତୁରନ୍ତ ଦୋଷୀକୁ ଧରା ନଗଲେ ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ କହିଛନ୍ତି।
Also read: ମୋହନ ସରକାର ଉପରେ ବର୍ଷିଲେ ରାଜା ସ୍ୱାଇଁ, କହିଲେ ହୀନମନ୍ୟତାର ପରିଚୟ ଦେଇଛି ବିଜେପି
ସେପଟେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଦିନ ପଞ୍ଚାୟତି ରାଜ ଦିବସରେ ରାଜ୍ୟର ସ୍କୁଲ କଲେଜରେ ପାଠ ପଢାଯିବା ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ରାଜନୀତି ଜୋର ଧରିଛି। ବିଜେପିର ମୋହନ ମାଝୀ ସରକାରକୁ ମୁଖ୍ୟ ବିରୋଧୀ ଦଳ କଡ଼ା ଶବ୍ଦରେ ବିଜେଡି। ଦଳ କହିଛି ଯେ, ରାଜ୍ୟ ବିଜେପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ବିକାଶର ଧୂରିଣ ବିଜୁ ବାବୁ ପ୍ରତି ସମ୍ମାନ ନାହିଁ। ପ୍ରବାଦ ପୁରୁଷଙ୍କୁ ବିଜେପି ସରକାର ଅପମାନିତ କରୁଛି। ଜବାବରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ବିଜୁ ପଟ୍ଟନାୟକ କେବଳ ବିଜେଡିର କି ରାଜ୍ୟର ନୁହନ୍ତି ସେ ଜାତୀୟ ସଂପତ୍ତି।