ଏମିତି କଲେ ଘର ପାଇଁ ଅମଙ୍ଗଳ, ଜାଣନ୍ତୁ କ’ଣ
ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ଖାସ୍ କାର୍ଯ୍ୟ ରହିଛି, ଯାହାକୁ କରିବା ଦ୍ୱାରା ଘରର ଅମଙ୍ଗଳ ହେବା ସହ ଉନ୍ନତି ପଥରେ ବାଧା ଉପୁଜିଥାଏ। ଯେମିତିକି: * କିଛି କାରଣ ନ ଥାଇ କବାଟରେ ସର୍ବଦା ତାଲା ଝୁଲାଇ ରଖିଲେ ଘରର ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ ରହିଛି। * ଗାଧୁଆ ଘରେ ଖାଲି ବାଲ୍ଟି ରଖିବା ବି ଅଶୁଭ ହୋଇଥାଏ। * ଆଲମାରିରେ ଚାବିକାଠି ଝୁଲାଇ ରଖିବା ଶୁଭଙ୍କର ନୁହେଁ। * ପାନିଆରେ […] The post ଏମିତି କଲେ ଘର ପାଇଁ ଅମଙ୍ଗଳ, ଜାଣନ୍ତୁ କ’ଣ appeared first on Dharitri Odia News.
ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ଖାସ୍ କାର୍ଯ୍ୟ ରହିଛି, ଯାହାକୁ କରିବା ଦ୍ୱାରା ଘରର ଅମଙ୍ଗଳ ହେବା ସହ ଉନ୍ନତି ପଥରେ ବାଧା ଉପୁଜିଥାଏ। ଯେମିତିକି:
* କିଛି କାରଣ ନ ଥାଇ କବାଟରେ ସର୍ବଦା ତାଲା ଝୁଲାଇ ରଖିଲେ ଘରର ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ ରହିଛି।
* ଗାଧୁଆ ଘରେ ଖାଲି ବାଲ୍ଟି ରଖିବା ବି ଅଶୁଭ ହୋଇଥାଏ।
* ଆଲମାରିରେ ଚାବିକାଠି ଝୁଲାଇ ରଖିବା ଶୁଭଙ୍କର ନୁହେଁ।
* ପାନିଆରେ ଚୁଟି ଲଗେଇକି ରଖିବା ବି ଠିକ୍ ନୁହେଁ।
* ଦୁଆର ମୁହଁକୁ ଆସିଥିବା ଭିକାରିକୁ ଖାଲିହାତରେ ଫେରାଇବା ଆଦୌ ଠିକ୍ ନୁହେଁ। ତାଙ୍କ ମନରେ କଷ୍ଟ ହେଲେ ତା’ ପ୍ରଭାବରେ ଘରକୁ ଦାରିଦ୍ର୍ୟତା ଆସିଥାଏ ବୋଲି ବିଶ୍ୱାସ କରାଯାଏ।
* ସେହିପରି ଘରକୁ କୌଣସି ଅତିଥି ଆସିଲେ ବିରକ୍ତିଭାବ ପ୍ରକାଶ କରିବା ବି ଆଦୌ ଭଲ ଲକ୍ଷଣ ନୁହେଁ।
* ଅଳସ ହୋଇ ସନ୍ଧ୍ୟା ସମୟରେ ଶୋଇବା ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ଘରର ଆର୍ଥତ୍କ ସ୍ଥିତିକୁ ବି ଦୁର୍ବଳ କରିଥାଏ।
* ଭାଙ୍ଗିଯାଇଥିବା ପାନିଆ କିମ୍ବା ଅନ୍ୟ କୌଣସି ବସ୍ତୁକୁ ବ୍ୟବହାର କରିବା ବି ଆଦୌ ଶୁଭଙ୍କର ନୁହେଁ।
* ଦାନ୍ତରେ ନଖ ଛିଣ୍ଡାଇବାକୁ ମାତା ଲକ୍ଷ୍ମୀ ଆଦୌ ପସନ୍ଦ କରନ୍ତି ନାହିଁ। ଏହାଦ୍ୱାରା ଦାରିଦ୍ର୍ୟତା ଆସିଥାଏ।
* ଘରର ଡଷ୍ଟବିନ୍କୁ ପ୍ରତିଦିନ ସଫା ନ କଲେ ଏହାର ନକାରାତ୍ମକ ପ୍ରଭାବ ଘରର ଉନ୍ନତି ଉପରେ ପଡ଼ିଥାଏ ବୋଲି ଲୋକବିଶ୍ୱାସ ରହିଛି।
* ଦୁଆରବନ୍ଧକୁ ଗୋଇଠା ମାରିବା କିମ୍ବା ଦୁଆରବନ୍ଧରେ ବସିବା ବି ଉଚିତ୍ ନୁହେଁ। ଏହା ଘର ମଧ୍ୟକୁ ସକାରାତ୍ମକ ଶକ୍ତିକୁ ପ୍ରବେଶ କରାଇବାରେ ବାଧା ସୃଷ୍ଟି କରିଥାଏ।
* ପିନ୍ଧୁଥିବା ବସ୍ତ୍ର ଯଦି ଟିକେ ଚିରିଯାଇଥାଏ କିମ୍ବା ସେଥିରେ ସାମାନ୍ୟତମ ନିଆଁ ଝୁଲ ଲାଗିଯାଇଥାଏ, ତା’ହେଲେ ତାକୁ ଆଉ ବ୍ୟବହାର କରିବା ଠିକ୍ ନୁହେଁ। ଏହା ମଧ୍ୟ ଦାରିଦ୍ର୍ୟତାକୁ ଡାକି ଆଣିଥାଏ ବୋଲି ମାନ୍ୟତା ରହିଛି।
* ବେଶିଦିନ ଧରି ଘରେ ଅଳିଆ ଆବର୍ଜନାକୁ ଗଦେଇ ରଖିବା ଉଚିତ୍ ନୁହେଁ। ଏହା ଘରର ଉନ୍ନତି ସହ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ।
The post ଏମିତି କଲେ ଘର ପାଇଁ ଅମଙ୍ଗଳ, ଜାଣନ୍ତୁ କ’ଣ appeared first on Dharitri Odia News.