ଆସିଲା ସ୍ବାତୀ ମାଲିଓ୍ବାଲଙ୍କ ମେଡିକାଲ ରିପୋର୍ଟ, ଶରୀରର ୪ ସ୍ଥାନରେ ରହିଛି କ୍ଷତଚିହ୍ନ
ନୂଆଦିଲ୍ଲୀ,୧୮।୫: ଆମ୍ ଆଦମୀ ପାର୍ଟୀ ଏମ୍ପି ସ୍ବାତୀ ମାଲିଓ୍ବାଲଙ୍କ ମେଡିକାଲ ରିପୋର୍ଟ ସାମ୍ନାକୁ ଆସିଛି। ମେ’ ୧୩ରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଆବାସରେ ତାଙ୍କ ଉପରେ ହୋଇଥିବା କଥିତ ଆକ୍ରମଣ ପରେ ତାଙ୍କ ମୁହଁ ଏବଂ ଗୋଡ଼ରେ କ୍ଷତଚିହ୍ନ ରହିଛି। ଏମ୍ସର ଜୟ ପ୍ରକାଶ ନାରାୟଣ ଆପେକ୍ସ ଟ୍ରମା ସେଣ୍ଟରରେ ମାଲିଓ୍ବାଲଙ୍କ ମେଡିକାଲ ଯାଞ୍ଚ କରାଯାଇଥିଲା। ଏଥିରେ ତାଙ୍କର ବାମ ଗୋଡ଼ ଏବଂ ଡାହାଣ ଆଖି ସହ ଶରୀରର ୪ ସ୍ଥାନରେ ଆଘାତ ଲାଗିଥିବା ଟେଷ୍ଟରୁ ଜଣାପଡ଼ିଛି। ପ୍ରକାଶ […] The post ଆସିଲା ସ୍ବାତୀ ମାଲିଓ୍ବାଲଙ୍କ ମେଡିକାଲ ରିପୋର୍ଟ, ଶରୀରର ୪ ସ୍ଥାନରେ ରହିଛି କ୍ଷତଚିହ୍ନ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୫: ଆମ୍ ଆଦମୀ ପାର୍ଟୀ ଏମ୍ପି ସ୍ବାତୀ ମାଲିଓ୍ବାଲଙ୍କ ମେଡିକାଲ ରିପୋର୍ଟ ସାମ୍ନାକୁ ଆସିଛି। ମେ’ ୧୩ରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଆବାସରେ ତାଙ୍କ ଉପରେ ହୋଇଥିବା କଥିତ ଆକ୍ରମଣ ପରେ ତାଙ୍କ ମୁହଁ ଏବଂ ଗୋଡ଼ରେ କ୍ଷତଚିହ୍ନ ରହିଛି। ଏମ୍ସର ଜୟ ପ୍ରକାଶ ନାରାୟଣ ଆପେକ୍ସ ଟ୍ରମା ସେଣ୍ଟରରେ ମାଲିଓ୍ବାଲଙ୍କ ମେଡିକାଲ ଯାଞ୍ଚ କରାଯାଇଥିଲା। ଏଥିରେ ତାଙ୍କର ବାମ ଗୋଡ଼ ଏବଂ ଡାହାଣ ଆଖି ସହ ଶରୀରର ୪ ସ୍ଥାନରେ ଆଘାତ ଲାଗିଥିବା ଟେଷ୍ଟରୁ ଜଣାପଡ଼ିଛି।
ପ୍ରକାଶ ଯେ, ଦିଲ୍ଲୀ ପୋଲିସ ନିକଟରେ ନିଜର ଅଭିଯୋଗରେ ମାଲିଓ୍ବାଲ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ବିଭବ କୁମାର ତାଙ୍କୁ ଚାପୁଡ଼ା ମାରିଥିଲେ, ବାଡ଼ିରେ ପିଟିଥିଲେ, ପେଟକୁ ଆଘାତ ଦେଇଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ ଗୁରୁବାର ବିଭବଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଶେଷରେ ଶନିବାର ତାଙ୍କୁ ଗିରଫ କରାଯାଇଛି।
The post ଆସିଲା ସ୍ବାତୀ ମାଲିଓ୍ବାଲଙ୍କ ମେଡିକାଲ ରିପୋର୍ଟ, ଶରୀରର ୪ ସ୍ଥାନରେ ରହିଛି କ୍ଷତଚିହ୍ନ appeared first on Dharitri Odia News.