ଏମିତି ତପସ୍ୟା ଯେ ଜାଣି ପାରୁନାହାନ୍ତି ଦିନ ରାତି, ଚୁଟି ଦାଢ଼ିରେ ଜମିଗଲାଣି ବରଫ

ବଞ୍ଜର ବାସିନ୍ଦା ସତ୍ୟେନ୍ଦ୍ର ନାଥ ଗତ ୨୨ବର୍ଷ ଧରି କୌଲନ୍ତକ ପୀଠ ଆଶ୍ରମରେ ଯୋଗ ଅଭ୍ୟାସ କରିଆସୁଛନ୍ତି। ସେ ଆଶ୍ରମରେ ଈଶପୁତ୍ର ଭାବରେ ଜଣାଶୁଣା।

ଏମିତି ତପସ୍ୟା ଯେ ଜାଣି ପାରୁନାହାନ୍ତି ଦିନ ରାତି, ଚୁଟି ଦାଢ଼ିରେ ଜମିଗଲାଣି ବରଫ

ଭଗବାନଙ୍କୁ ପାଇବା ପାଇଁ ଯୋଗୀ ଓ ଋଷିମାନେ ତପସ୍ୟା କରୁଥିବା ଆମେ ଟିଭି ସିରିଏଲ ଓ ଫିଲ୍ମରେ ଦେଖିଥାଉ। ତାଙ୍କ ତପସ୍ୟା ଏମିତି ଯେ, ଯେକୌଣସି ପରିସ୍ଥିତିରେ ବି ସେମାନେ ସେଥିରୁ ନିବୃତ୍ତ ହୋଇନଥାନ୍ତି। ଝଡ଼, ବାତ୍ୟା, ତୋଫାନ ବି ତାଙ୍କ ତପସ୍ୟାରେ ବାଧା ଦେଇ ପାରିନଥାଏ। ସୋସିଆଲ ମିଡିଆରେ ଏବେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଠି ଜଣେ ଯୋଗୀ ତପସ୍ୟାରେ ଏପରି ମଗ୍ନ ହୋଇଛନ୍ତି ଯେ ତାଙ୍କ ଶରୀରରେ ବରଫ ଜମା ହୋଇଯାଇଥିଲେ ସୁଦ୍ଧା ତାହା କିଛି ଫରକ ପକାଇ ପାରୁନି।

ହିମାଳୟ ପର୍ବତ ଉପରେ ଜଣେ ଯୋଗୀ ତପସ୍ୟା କରୁଥିବାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ସେ ତପସ୍ୟାରେ ଏପରି ମଗ୍ନ ହୋଇଯାଇଛନ୍ତି ଯେ, ତାଙ୍କ ଶରୀରରେ ବରଫ ଖଣ୍ଡ ଜମା ହୋଇଯାଇଥିବା ଦେଖିବାକୁ ମିଳିଛି। ଅନେକ ସୋସିଆ ମିଡିଆ ୟୁଜର୍ ଏହି ଭିଡିଓକୁ ଏଆଇ ପ୍ରସ୍ତୁତ ଭିଡିଓ ବୋଲି କହୁଛନ୍ତି। କିନ୍ତୁ ବାସ୍ତବରେ ଏହା ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାର ସିରାଜ ଉପତ୍ୟକାର ବୋଲି ଜଣାପଡିଛି। ସେହି ଯୋଗୀଙ୍କ ନାଁ ସତ୍ୟେନ୍ଦ୍ର ନାଥ ।

 
 
 
 
 
 
 
 
 
 
 
 
 
 
 

A post shared by Piyush Goyal (@goyalpp)

ବଞ୍ଜର ବାସିନ୍ଦା ସତ୍ୟେନ୍ଦ୍ର ନାଥ ଗତ ୨୨ବର୍ଷ ଧରି କୌଲନ୍ତକ ପୀଠ ଆଶ୍ରମରେ ଯୋଗ ଅଭ୍ୟାସ କରିଆସୁଛନ୍ତି। ସେ ଆଶ୍ରମରେ ଈଶପୁତ୍ର ଭାବରେ ଜଣାଶୁଣା। ଯୋଗ ଏବଂ ଭକ୍ତି ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଆଠରୁ ଅଧିକ ଦେଶରେ ଈଶପୁତ୍ରଙ୍କ ସାଧକ ଅଛନ୍ତି। ଜଣେ ସାଧାରଣ ବ୍ୟକ୍ତି ତୁଷାରପାତ ମଧ୍ୟରେ ଯୋଗ ଅଭ୍ୟାସ କରିପାରିବ ନାହିଁ। ଏଥିପାଇଁ କଠୋର ସାଧନା ଲୋଡା।

ଈଶପୁତ୍ର ହେବା ପାଇଁ ବହୁ ପ୍ରତିକୂଳ ପାଗରେ ମଧ୍ୟ ତପସ୍ୟା କରିବାକୁ ପଡିଥାଏ। ବର୍ତ୍ତମାନ ଈଶପୁତ୍ର ସତ୍ୟେନ୍ଦ୍ର ନାଥଙ୍କ ଯୋଗ ଅଭ୍ୟାସ ସମୟର ଭିଡିଓ ଭାଇରାଲ୍ ହେଉଛି। ଏହି ଭିଡିଓ ଚଳିତ ବର୍ଷ ଫେବୃଆରୀ ପ୍ରଥମ ସପ୍ତାହରେ ଶିଷ୍ୟ ରାହୁଲଙ୍କ ଦ୍ୱାରା ରେକର୍ଡ କରାଯାଇଥିଲା। ଆଗାମୀ ପିଢିକୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଏହାକୁ ରେକର୍ଡ କରାଯାଇଛି।