ଏମିତି ଭୁଲ ପାଇଁ ଭାଜପା ଏମପିଙ୍କ ବ୍ରେକଫାଷ୍ଟରେ ପହଞ୍ଚିଗଲେ କଂଗ୍ରେସ ଏମପି

ନୂଆଦିଲ୍ଲୀ,୨୬।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଦିଲ୍ଲୀର ବିକାନେର ହାଉସରେ ଭାରତୀୟ ଜନତା ପାର୍ଟି (ଭାଜପା) ଏମପିମାନଙ୍କ ପାଇଁ ଏକ ବ୍ରେକଫାଷ୍ଟର ଆୟୋଜନ କରିଥିଲେ। ଏଥିପାଇଁ ସମସ୍ତ ଏମପିଙ୍କ ନିକଟକୁ କଲ ଯାଇଥିଲା, କିନ୍ତୁ ଏହି ସମୟରେ ରେସିଡେନ୍ସିଆଲ କମିଶନରଙ୍କ କାର୍ଯ୍ୟାଳୟ (ଆରସି ଅଫିସ) ଏକ ବଡ ଭୁଲ କରିଥିଲା ଏବଂ ଭାଜପା ବଦଳରେ ରାଜସ୍ଥାନର ସମସ୍ତ ଏମପିଙ୍କ ନିକଟକୁ କଲ ପଠାଯାଇଥିଲା। ଏଥିରେ ବିଜେପି ସହିତ କଂଗ୍ରେସ ସାଂସଦମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ […] The post ଏମିତି ଭୁଲ ପାଇଁ ଭାଜପା ଏମପିଙ୍କ ବ୍ରେକଫାଷ୍ଟରେ ପହଞ୍ଚିଗଲେ କଂଗ୍ରେସ ଏମପି appeared first on Dharitri Odia News.

ଏମିତି ଭୁଲ ପାଇଁ ଭାଜପା ଏମପିଙ୍କ ବ୍ରେକଫାଷ୍ଟରେ ପହଞ୍ଚିଗଲେ କଂଗ୍ରେସ ଏମପି

ନୂଆଦିଲ୍ଲୀ,୨୬।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଦିଲ୍ଲୀର ବିକାନେର ହାଉସରେ ଭାରତୀୟ ଜନତା ପାର୍ଟି (ଭାଜପା) ଏମପିମାନଙ୍କ ପାଇଁ ଏକ ବ୍ରେକଫାଷ୍ଟର ଆୟୋଜନ କରିଥିଲେ। ଏଥିପାଇଁ ସମସ୍ତ ଏମପିଙ୍କ ନିକଟକୁ କଲ ଯାଇଥିଲା, କିନ୍ତୁ ଏହି ସମୟରେ ରେସିଡେନ୍ସିଆଲ କମିଶନରଙ୍କ କାର୍ଯ୍ୟାଳୟ (ଆରସି ଅଫିସ) ଏକ ବଡ ଭୁଲ କରିଥିଲା ଏବଂ ଭାଜପା ବଦଳରେ ରାଜସ୍ଥାନର ସମସ୍ତ ଏମପିଙ୍କ ନିକଟକୁ କଲ ପଠାଯାଇଥିଲା। ଏଥିରେ ବିଜେପି ସହିତ କଂଗ୍ରେସ ସାଂସଦମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ଆୟୋଜନ କରିବାର ଅତିରିକ୍ତ ଆବାସିକ କମିଶନର ଅଞ୍ଜୁ ଓମପ୍ରକାଶଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ ଥିଲା। କିନ୍ତୁ, ରେସିଡେନ୍ସିଆଲ କମିଶନର୍‌ ଅଫିସ (ଆରସି ଅଫିସ) ରେ ଏକ ବଡ ବିଶୃଙ୍ଖଳା ଘଟିଛି। ତେବେ ସର୍ବୋଚ୍ଚ ସ୍ତରରେ ଏହା ସାମ୍ନାକୁ ଆସିବା ପରେ ଏହାକୁ ସଂଶୋଧନ କରିବାକୁ ତୁରନ୍ତ ଉଦ୍ୟମ କରାଯାଇଥିଲା ଏବଂ କଂଗ୍ରେସ ଏମପିମାନଙ୍କୁ ଡାକରା ଦିଆଯାଇଥିଲା। କଂଗ୍ରେସର ସମସ୍ତ ଏମପି ଭଦ୍ର ଭାବରେ ବ୍ରେକଫାଷ୍ଟ ଆସିବାକୁ ମନା କରିଦେଇଥିଲେ।
ରେସିଡେନ୍ସିଆଲ କମିଶନରଙ୍କ କାର୍ଯ୍ୟାଳୟ (ଆରସି ଅଫିସ) ଏହାର ଭୁଲକୁ ଠିକ ସମୟରେ ସଂଶୋଧନ କରିଥିଲା, କିନ୍ତୁ ଏହା ପରେ ମଧ୍ୟ କଂଗ୍ରେସ ଏମପି ଭଜନଲାଲ ଜାଟଭଙ୍କୁ ବ୍ରେକଫାଷ୍ଟ ପାଇଁ ଆସିବାକୁ ମନା କରିବାକୁ ପୁନର୍ବାର କଲ୍‌ କରାଗଲା, ହେଲେ ସେ ଫୋନ ଉଠାଇ ନ ଥିଲେ ଏବଂ ସୂଚନା ଅଭାବରୁ ସେ ସେଠାରେ ପହଞ୍ଚିଥିଲେ। ଭାଜପା ଏମପିଙ୍କ ବୈଠକରେ ପହଞ୍ଚିବା ପରେ ଭଜନଲ ଜାଟଭ ଅତ୍ୟନ୍ତ ଅପ୍ରସ୍ତୁତ ଅନୁଭବ କରୁଥିଲେ।

The post ଏମିତି ଭୁଲ ପାଇଁ ଭାଜପା ଏମପିଙ୍କ ବ୍ରେକଫାଷ୍ଟରେ ପହଞ୍ଚିଗଲେ କଂଗ୍ରେସ ଏମପି appeared first on Dharitri Odia News.