ଏମ୍ଏଲ୍ଏ ସାହି ଭାବେ ପରିଚିତ ବଡ଼ମହାନ୍ତ
କେନ୍ଦୁଝର,୧୩ା୬(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍ ରାଇକଳା ପଞ୍ଚାୟତର ରାଇକଳା ଗ୍ରାମର ବଡ଼ମହାନ୍ତ ସାହିର ପୁଅ ମୋହନ ମାଝି ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୋହନ ବିଧାୟକ ଭାବେ ନିର୍ବାଚିତ ହେବା ପରେ ସେ ରହୁଥିବା ସାହିକୁ ଲୋକେ ଏମ୍ଏଲ୍ଏ ସାହି ବୋଲି କହୁଥିଲେ। ମୁଖ୍ୟମନ୍ତ୍ରୀ ହେବା ନେଇ ଘୋଷଣା ପରଠାରୁ ୧୦ ଜଣ ସୁରକ୍ଷା ବଳ ତାଙ୍କ ଘରକୁ ଜଗିଥିବା ଜଣାପଡ଼ିଛି। ମୋହନଙ୍କ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା […] The post ଏମ୍ଏଲ୍ଏ ସାହି ଭାବେ ପରିଚିତ ବଡ଼ମହାନ୍ତ appeared first on Dharitri Odia News.
କେନ୍ଦୁଝର,୧୩ା୬(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍ ରାଇକଳା ପଞ୍ଚାୟତର ରାଇକଳା ଗ୍ରାମର ବଡ଼ମହାନ୍ତ ସାହିର ପୁଅ ମୋହନ ମାଝି ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୋହନ ବିଧାୟକ ଭାବେ ନିର୍ବାଚିତ ହେବା ପରେ ସେ ରହୁଥିବା ସାହିକୁ ଲୋକେ ଏମ୍ଏଲ୍ଏ ସାହି ବୋଲି କହୁଥିଲେ। ମୁଖ୍ୟମନ୍ତ୍ରୀ ହେବା ନେଇ ଘୋଷଣା ପରଠାରୁ ୧୦ ଜଣ ସୁରକ୍ଷା ବଳ ତାଙ୍କ ଘରକୁ ଜଗିଥିବା ଜଣାପଡ଼ିଛି। ମୋହନଙ୍କ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ପରିବାର ତଥା ଗ୍ରାମର ବହୁ ଲୋକ ଭୁବନେଶ୍ୱର ଯାଇଛନ୍ତି। ଏଣୁ ଗାଁ ଆଜି ଖାଁ ଖାଁ ଲାଗୁଥିଲେ ହେଁ ଏହା ଆଜି ଐତିହାସିକ ଗ୍ରାମ ଭାବେ ପରିଗଣିତ ହୋଇଛି। କିଛି ବର୍ଷ ତଳେ ବାପାଙ୍କୁ ହରାଇବା ପରେ ନିଜ ସାନଭାଇଙ୍କୁ ମଧ୍ୟ ହରାଇଥିଲେ। ବିଧାୟକ ହେବା ପରେ ଆୟୁର୍ବେଦିକ ଡାକ୍ତର ପ୍ରିୟଙ୍କା ମାରାଣ୍ଡିଙ୍କୁ ବିବାହ କରିଥିଲେ। ତାଙ୍କର ୨ ପୁଅ ଅଛନ୍ତି।
The post ଏମ୍ଏଲ୍ଏ ସାହି ଭାବେ ପରିଚିତ ବଡ଼ମହାନ୍ତ appeared first on Dharitri Odia News.