ଏମ୍ପିଙ୍କୁ ଅସମ୍ମାନ ପରେ ବାଲେଶ୍ୱର ଜିଲାପାଳଙ୍କ ବଦଳି ଚର୍ଚ୍ଚା
ବାଲେଶ୍ୱର,୨୯।୨(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କର ବଦଳି ନିର୍ଦ୍ଦେଶ ରାଜ୍ୟ ସରକାରଙ୍କ ଜେନେରାଲ ଆଡ୍ମିନିଷ୍ଟ୍ରେସନ ଆଣ୍ଡ ପବ୍ଲିକ ଗ୍ରିଭେନ୍ସ ଡିପାର୍ଟମେଣ୍ଟ ପକ୍ଷରୁ ବୁଧବାର ପ୍ରକାଶ ପାଇଛି। ଗତ କିଛିଦିନ ଧରି ବିବାଦୀୟ ପରିସ୍ଥିତିରେ ଥିଲେ ଜିଲାପାଳ। ଗତ ୨୦ ତାରିଖରେ ବାଲେଶ୍ୱର ସହରସ୍ଥିତ ପଦ୍ମାବତୀ ପାର୍କ ପରିସରରେ ଆୟୋଜିତ ସିକିମ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଜିଲାପାଳ ବାଲେଶ୍ୱର ଏମ୍ପି ପ୍ରତାପ ଷଡ଼ଙ୍ଗୀଙ୍କୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଏମ୍ପି ଷଡ଼ଙ୍ଗୀ ଲୋକସଭାର ବାଚସ୍ପତି, […] The post ଏମ୍ପିଙ୍କୁ ଅସମ୍ମାନ ପରେ ବାଲେଶ୍ୱର ଜିଲାପାଳଙ୍କ ବଦଳି ଚର୍ଚ୍ଚା appeared first on Dharitri Odia News.
ବାଲେଶ୍ୱର,୨୯।୨(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କର ବଦଳି ନିର୍ଦ୍ଦେଶ ରାଜ୍ୟ ସରକାରଙ୍କ ଜେନେରାଲ ଆଡ୍ମିନିଷ୍ଟ୍ରେସନ ଆଣ୍ଡ ପବ୍ଲିକ ଗ୍ରିଭେନ୍ସ ଡିପାର୍ଟମେଣ୍ଟ ପକ୍ଷରୁ ବୁଧବାର ପ୍ରକାଶ ପାଇଛି। ଗତ କିଛିଦିନ ଧରି ବିବାଦୀୟ ପରିସ୍ଥିତିରେ ଥିଲେ ଜିଲାପାଳ। ଗତ ୨୦ ତାରିଖରେ ବାଲେଶ୍ୱର ସହରସ୍ଥିତ ପଦ୍ମାବତୀ ପାର୍କ ପରିସରରେ ଆୟୋଜିତ ସିକିମ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଜିଲାପାଳ ବାଲେଶ୍ୱର ଏମ୍ପି ପ୍ରତାପ ଷଡ଼ଙ୍ଗୀଙ୍କୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଏମ୍ପି ଷଡ଼ଙ୍ଗୀ ଲୋକସଭାର ବାଚସ୍ପତି, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ। ଜିଲା ଭାଜପା ନେତା ଓ କର୍ମୀମାନେ ବାଲେଶ୍ୱର ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତାଙ୍କ ଅଫିସ ସମ୍ମୁଖରେ ବିଜେଡିର ସଭାପତି ଦର୍ଶାଇ ପୋଷ୍ଟର ମାରିଥିଲେ। ଏଥିସହିତ ୭ଦିନ ଭିତରେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଥିଲେ। ଏସବୁ ବିବାଦୀୟ ପରିସ୍ଥିତିକୁ ଲକ୍ଷ୍ୟ ରଖି ବିଭାଗୀୟ ଅଧିକାରୀ ତାଙ୍କର ବଦଳି କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ତାଙ୍କ ବଦଳରେ ବାଲେଶ୍ୱରରେ ନୂତନ ଜିଲାପାଳ ଭାବେ ଆଶିଷ ଠାକ୍ରେ ଯୋଗଦେବାର ନିର୍ଦ୍ଦେଶ ରହିଛି।
The post ଏମ୍ପିଙ୍କୁ ଅସମ୍ମାନ ପରେ ବାଲେଶ୍ୱର ଜିଲାପାଳଙ୍କ ବଦଳି ଚର୍ଚ୍ଚା appeared first on Dharitri Odia News.