୩ ସେକେଣ୍ଡରେ ପାକିସ୍ତାନୀ ସେନା ପୋଷ୍ଟ ଧ୍ୱଂସ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୯।୫: ଅପରେଶନ ସିନ୍ଦୂରର ପ୍ରଭାବରେ ଥରି ଉଠିଛି ପାକିସ୍ତାନ। ହେଲେ ନିଜ ଔଦ୍ଧତ୍ୟରୁ ନିବୃତ୍ତ ହେଉ ନାହିଁ। ଗୁରୁବାର ରାତିସାରା, ଜମ୍ମୁ, ପଠାନକୋଟ ଏବଂ ଉଧମପୁରର ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନରୁ ଡ୍ରୋନ ଏବଂ ମିଶାଇଲ ଦ୍ୱାରା ଟାର୍ଗେଟ କରାଯାଇଥିଲା। କିନ୍ତୁ ଭାରତର ୩ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିଲେ। S-400 ଭଳି ବାୟୁ ପ୍ରତିରକ୍ଷା ପ୍ରଣାଳୀ ସାରା ରାତି କାମ କରିଥିଲା ଏବଂ ପାକିସ୍ତାନର ଆକ୍ରମଣର ପ୍ରତ୍ୟେକ ପ୍ରୟାସକୁ ତୁରନ୍ତ ନିଷ୍କ୍ରିୟ କରାଯାଇଥିଲା। ଭାରତୀୟ ସେନା ଏକ […] The post ୩ ସେକେଣ୍ଡରେ ପାକିସ୍ତାନୀ ସେନା ପୋଷ୍ଟ ଧ୍ୱଂସ, ଦେଖନ୍ତୁ ଭିଡିଓ… appeared first on Dharitri Odia News.

୩ ସେକେଣ୍ଡରେ ପାକିସ୍ତାନୀ ସେନା ପୋଷ୍ଟ ଧ୍ୱଂସ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୯।୫: ଅପରେଶନ ସିନ୍ଦୂରର ପ୍ରଭାବରେ ଥରି ଉଠିଛି ପାକିସ୍ତାନ। ହେଲେ ନିଜ ଔଦ୍ଧତ୍ୟରୁ ନିବୃତ୍ତ ହେଉ ନାହିଁ। ଗୁରୁବାର ରାତିସାରା, ଜମ୍ମୁ, ପଠାନକୋଟ ଏବଂ ଉଧମପୁରର ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନରୁ ଡ୍ରୋନ ଏବଂ ମିଶାଇଲ ଦ୍ୱାରା ଟାର୍ଗେଟ କରାଯାଇଥିଲା। କିନ୍ତୁ ଭାରତର ୩ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିଲେ। S-400 ଭଳି ବାୟୁ ପ୍ରତିରକ୍ଷା ପ୍ରଣାଳୀ ସାରା ରାତି କାମ କରିଥିଲା ଏବଂ ପାକିସ୍ତାନର ଆକ୍ରମଣର ପ୍ରତ୍ୟେକ ପ୍ରୟାସକୁ ତୁରନ୍ତ ନିଷ୍କ୍ରିୟ କରାଯାଇଥିଲା। ଭାରତୀୟ ସେନା ଏକ ଭିଡିଓ ଜାରି କରିଛି ଯେଉଁଥିରେ ଭାରତ କିପରି ଏକ ପାକିସ୍ତାନୀ ପୋଷ୍ଟକୁ ଉଡ଼ାଇ ଦେଇଛି ତାହା ଦର୍ଶାଯାଇଛି।

ଅନ୍ୟପକ୍ଷେ ପାକିସ୍ତାନର ସମସ୍ତ ଉଦ୍ଦେଶ୍ୟ ବିଫଳ ହୋଇଥିବା ବେଳେ ଭାରତୀୟ ବିଶେଷ କ୍ଷତି ହୋଇନାହିଁ। ସେନା ଆନୁଷ୍ଠାନିକ ଭାବରେ ମେ ୮ ରାତିରେ କ’ଣ ଘଟିଥିଲା ତାହା କହିଛି।

ସେନା ତାର ବିବୃତ୍ତିରେ କହିଛି, ପାକିସ୍ତାନ ସଶସ୍ତ୍ର ବାହିନୀ ମେ ୮ ରାତିରେ ସମଗ୍ର ପଶ୍ଚିମ ସୀମାରେ ଡ୍ରୋନ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଅନେକ ଆକ୍ରମଣ କରିଥିଲେ। ପାକ ସୈନିକମାନେ ଜମ୍ମୁ ଏବଂ କଶ୍ମୀରର ନିୟନ୍ତ୍ରଣ ରେଖାରେ ଅନେକ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲେ। ହେଲେ ଡ୍ରୋନ ଆକ୍ରମଣକୁ ପ୍ରଭାବଶାଳୀ ଭାରତ ପଣ୍ଡ କରିଥିଲା। ଭାରତୀୟ ସେନା ଦେଶର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାକୁ ରକ୍ଷା କରିବାକୁ ପ୍ରତିବଦ୍ଧ।

The post ୩ ସେକେଣ୍ଡରେ ପାକିସ୍ତାନୀ ସେନା ପୋଷ୍ଟ ଧ୍ୱଂସ, ଦେଖନ୍ତୁ ଭିଡିଓ… appeared first on Dharitri Odia News.