ଏମ୍ସ ଭୁବନେଶ୍ୱରରେ ସଫଳ ହେଲା ବିରଳ ଟ୍ୟୁମର୍ର ଅସ୍ତ୍ରୋପଚାର
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଏକ ବିରଳ ଅସ୍ତ୍ରୋପଚାର କରି ମାଇଲ ଖୁଣ୍ଟ ସ୍ଥାପନ କରିଛି । ପଶ୍ଚିମବଙ୍ଗର ରବୀନ୍ଦ୍ର ବିଶୁଇ (୫୧) ଙ୍କ ଖପୁରୀର ଉପର ଅଂଶ(ସ୍କାଲ୍ପ)ରୁ ପ୍ରାୟ ୭ କେଜି ଓଜନର ବିରଳ ସିନୋଭିଆଲ୍ ସାର୍କୋମା ଟ୍ୟୁମରକୁ ସଫଳତାର ସହିତ ଅସ୍ତ୍ରୋପଚାର କରିଛି ଏମ୍ସ ଭୁବନେଶ୍ୱର । ଦୀର୍ଘ ବର୍ଷ ହେବ ସେ ଭୋଗୁଥିବା ଏହି ମାରାତ୍ମକ ଟ୍ୟୁମର୍କୁ କାଢ଼ି, ଏମ୍ସର ଡାକ୍ତରୀଦଳ ତାଙ୍କୁ ଏକ ନୂତନ ଜୀବନ ଦେଇଥିବା ଶ୍ରୀ ବିଶୁଇ ପ୍ରକାଶ କରିଛନ୍ତି […] The post ଏମ୍ସ ଭୁବନେଶ୍ୱରରେ ସଫଳ ହେଲା ବିରଳ ଟ୍ୟୁମର୍ର ଅସ୍ତ୍ରୋପଚାର appeared first on KNews Odisha.

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଏକ ବିରଳ ଅସ୍ତ୍ରୋପଚାର କରି ମାଇଲ ଖୁଣ୍ଟ ସ୍ଥାପନ କରିଛି । ପଶ୍ଚିମବଙ୍ଗର ରବୀନ୍ଦ୍ର ବିଶୁଇ (୫୧) ଙ୍କ ଖପୁରୀର ଉପର ଅଂଶ(ସ୍କାଲ୍ପ)ରୁ ପ୍ରାୟ ୭ କେଜି ଓଜନର ବିରଳ ସିନୋଭିଆଲ୍ ସାର୍କୋମା ଟ୍ୟୁମରକୁ ସଫଳତାର ସହିତ ଅସ୍ତ୍ରୋପଚାର କରିଛି ଏମ୍ସ ଭୁବନେଶ୍ୱର ।
ଦୀର୍ଘ ବର୍ଷ ହେବ ସେ ଭୋଗୁଥିବା ଏହି ମାରାତ୍ମକ ଟ୍ୟୁମର୍କୁ କାଢ଼ି, ଏମ୍ସର ଡାକ୍ତରୀଦଳ ତାଙ୍କୁ ଏକ ନୂତନ ଜୀବନ ଦେଇଥିବା ଶ୍ରୀ ବିଶୁଇ ପ୍ରକାଶ କରିଛନ୍ତି । ଖପୁରୀର ଉପର ଭାଗରେ ସାଧାରଣତଃ ଏହି ଜାତୀୟ ଟ୍ୟୁମର୍ ଦେଖାଯାଇନଥାଏ । ମାତ୍ର ଏପରି ହେଲେ ଏହା ପ୍ରାଣଘାତୀ ହୋଇଥାଏ । ତେଣୁ ଅତ୍ୟନ୍ତ ସତର୍କତାର ସହିତ କରା ନଗଲେ ରୋଗୀ ପାଇଁ ବିପଦପୂର୍ଣ୍ଣ ହୋଇଥାଏ ।
ଭାରତରେ ଏପରି ଅସ୍ତ୍ରୋପଚାର ଦ୍ବିତୀୟ ଥର ପାଇଁ ସମ୍ପାଦିତ ହୋଇଥିବା କୁହାଯାଉଛି । ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏହି ବିରଳ ଅପରେସନ୍ କରିଥିବା ଡାକ୍ତରୀ ଦଳ ତଥା ସମସ୍ତ ସହଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ବିଶୁଇ ଦୁଇ ଦଶନ୍ଧି ହେବ ଏହି ଟ୍ୟୁମ୍ରରେ ପିଡ଼ୀତ ଥିଲେ ।
ଏହି ଜଟିଳ ଅସ୍ତ୍ରୋପଚାରରେ ରେଡିଓଲୋଜି ବିଭଗାର ଡ. ମନୋଜ କୁମାର ନାୟକ, ନ୍ୟୁରାସର୍ଜରୀ ବିଭାଗ ମୁଖ୍ୟ ଡ. ରବି ନାରାୟଣ ସାହୁ, ସର୍ଜିକାଲ୍ ଅଙ୍କୋଲୋଜି ବିଭାଗର ଡ. କନଭ ଗୁପ୍ତା, ଡ. ଅନିଲ କୁମାର, ଡ. ଫନୀନ୍ଦ୍ର କୁମାର ସ୍ବାଇଁ, ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଡ. ଦୀନେଶ, ଡ. ସଞ୍ଜୟ କୁମାର ଗିରି, ଡ. ସାନ୍ତନୁ ସୁବା, ଡ. ରଞ୍ଜିତ କୁମାର ସାହୁ, ଡ. ଅପର୍ଣ୍ଣା କାନୁନ୍ଗୋ, ଡ. ଗୋପିକା ଜିତ୍, ଡ. ଆକାଙ୍ଖା ରାଜପୁତ ଏବଂ ଡ. ଆହାନା ପ୍ରମୁଖ କାର୍ଯ୍ୟ ସମ୍ପାଦନ କରିଥିଲେ । ଦୀର୍ଘ ୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ମାରାତ୍ମକ ଟ୍ୟୁମରର ସଫଳ ଅସ୍ତ୍ରୋପଚାର ସମାପ୍ତ ହୋଇଥିଲା । ଏମ୍ସ ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା ଏପରି ଏକ ଅଦ୍ଭୁତ କାର୍ଯ୍ୟ ପାଇଁ ଡାକ୍ତରୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।
The post ଏମ୍ସ ଭୁବନେଶ୍ୱରରେ ସଫଳ ହେଲା ବିରଳ ଟ୍ୟୁମର୍ର ଅସ୍ତ୍ରୋପଚାର appeared first on KNews Odisha.