ଏମ୍‌ସିଏଲ୍‌ର ସମ୍ମାନଜନକ ସମର୍ଥନ ପାଇଲେ କଳାହାଣ୍ଡିର ଯୁବ ଆଥ୍‌ଲେଟ୍‌ ଆକାଶ ମୁଣ୍ଡ

ଭବାନୀପାଟଣା,୨୭।୧୧(ଉତ୍ତମ କୁମାର ଦାଶ)-ମହାନଦୀ କୋଲଫିଲଡ୍ସ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ସମ୍ମାନଜନକ ସମର୍ଥନ ପାଇଛନ୍ତି କଳାହାଣ୍ଡିର ଯୁବ ଆଥେଲେଟ୍‌ ଆକାଶ ରଞ୍ଜନ ମୁଣ୍ଡ। ଏହି ପ୍ରତିଭାବାନ ଆଥଲେଟ୍‌ ଷ୍ଟେଟ ପାରା ବ୍ୟାଡମିଣ୍ଟନ ର଼୍ୟାଙ୍କ ୱାନ୍‌ ଆଖ୍ୟା ପାଇଛନ୍ତି। ସେହିପରି ସେ ରାଜ୍ୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନ୍‌ ମଧ୍ୟ ଅଛନ୍ତି। କଳାହାଣ୍ଡି ଜିଲାର ଏକମାତ୍ର ପାରା ଆଥଲେଟ ଭାବେ ସେ ଜାତୀୟ ଖେଳରେ ଦୁଇଥର ଓଡିଶାର ପ୍ରତିନିଧିତ୍ୱ କରିଛନ୍ତି। ଏହାସହ ଇଣ୍ଡୋନେସିଆ ପାରା ବ୍ୟାଡମିଣ୍ଟନ ଇଣ୍ଟର ନ୍ୟାସନାଲ ଟୁର୍ଣ୍ଣାମେଣ୍ଟରେ ଭାରତରୁ ପ୍ରତିନିଧିତ୍ୱ […] The post ଏମ୍‌ସିଏଲ୍‌ର ସମ୍ମାନଜନକ ସମର୍ଥନ ପାଇଲେ କଳାହାଣ୍ଡିର ଯୁବ ଆଥ୍‌ଲେଟ୍‌ ଆକାଶ ମୁଣ୍ଡ appeared first on Dharitri Odia News.

ଏମ୍‌ସିଏଲ୍‌ର ସମ୍ମାନଜନକ ସମର୍ଥନ ପାଇଲେ କଳାହାଣ୍ଡିର ଯୁବ ଆଥ୍‌ଲେଟ୍‌ ଆକାଶ ମୁଣ୍ଡ

ଭବାନୀପାଟଣା,୨୭।୧୧(ଉତ୍ତମ କୁମାର ଦାଶ)-ମହାନଦୀ କୋଲଫିଲଡ୍ସ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ସମ୍ମାନଜନକ ସମର୍ଥନ ପାଇଛନ୍ତି କଳାହାଣ୍ଡିର ଯୁବ ଆଥେଲେଟ୍‌ ଆକାଶ ରଞ୍ଜନ ମୁଣ୍ଡ। ଏହି ପ୍ରତିଭାବାନ ଆଥଲେଟ୍‌ ଷ୍ଟେଟ ପାରା ବ୍ୟାଡମିଣ୍ଟନ ର଼୍ୟାଙ୍କ ୱାନ୍‌ ଆଖ୍ୟା ପାଇଛନ୍ତି। ସେହିପରି ସେ ରାଜ୍ୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନ୍‌ ମଧ୍ୟ ଅଛନ୍ତି। କଳାହାଣ୍ଡି ଜିଲାର ଏକମାତ୍ର ପାରା ଆଥଲେଟ ଭାବେ ସେ ଜାତୀୟ ଖେଳରେ ଦୁଇଥର ଓଡିଶାର ପ୍ରତିନିଧିତ୍ୱ କରିଛନ୍ତି। ଏହାସହ ଇଣ୍ଡୋନେସିଆ ପାରା ବ୍ୟାଡମିଣ୍ଟନ ଇଣ୍ଟର ନ୍ୟାସନାଲ ଟୁର୍ଣ୍ଣାମେଣ୍ଟରେ ଭାରତରୁ ପ୍ରତିନିଧିତ୍ୱ କରି କଳାହାଣ୍ଡି ପାଇଁ ଗୌରବ ଆଣିଛନ୍ତି। ଆକାଶ ଭବାନୀପାଟନା ସହରର ସ୍ବର୍ଗତ ଗୌର ଚନ୍ଦ୍ର ମୁଣ୍ଡଙ୍କ ପୁଅ ଅଟନ୍ତି।

The post ଏମ୍‌ସିଏଲ୍‌ର ସମ୍ମାନଜନକ ସମର୍ଥନ ପାଇଲେ କଳାହାଣ୍ଡିର ଯୁବ ଆଥ୍‌ଲେଟ୍‌ ଆକାଶ ମୁଣ୍ଡ appeared first on Dharitri Odia News.