ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ ବ୍ୟାନ୍‌ କରିବାକୁ ନେଇ ସରକାର ଏନେଇ ଆଦେଶ ଦେଇଥିଲେ। ହେଲେ ବୁଧବାର ଏହି ବ୍ୟାନ୍‌କୁ ନେଇ ଆଧିକାରୀକ ଭାବେ ଘୋଷଣା କରାଯାଇଛି। ଅପରପକ୍ଷେ ପାକିସ୍ତାନର ସିନ୍ଧ ହାଇକୋର୍ଟ ସରକାରଙ୍କୁ ‘ଏକ୍ସ’ ଉପରେ ଲାଗିଥିବା ବ୍ୟାନ୍‌କୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ପାକିସ୍ତାନ ସରକାରଙ୍କୁ ଏକ ସପ୍ତାହ ମଧ୍ୟରେ ନିଜର […] The post ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ appeared first on Dharitri Odia News.

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ ବ୍ୟାନ୍‌ କରିବାକୁ ନେଇ ସରକାର ଏନେଇ ଆଦେଶ ଦେଇଥିଲେ। ହେଲେ ବୁଧବାର ଏହି ବ୍ୟାନ୍‌କୁ ନେଇ ଆଧିକାରୀକ ଭାବେ ଘୋଷଣା କରାଯାଇଛି।

ଅପରପକ୍ଷେ ପାକିସ୍ତାନର ସିନ୍ଧ ହାଇକୋର୍ଟ ସରକାରଙ୍କୁ ‘ଏକ୍ସ’ ଉପରେ ଲାଗିଥିବା ବ୍ୟାନ୍‌କୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ପାକିସ୍ତାନ ସରକାରଙ୍କୁ ଏକ ସପ୍ତାହ ମଧ୍ୟରେ ନିଜର ବ୍ୟାନ୍‌ ହଟାଇବାକୁ କହିଛନ୍ତି।

ପ୍ରକାଶ ଯେ, ପାକିସ୍ତାନରେ ଫେବୃଆରୀ ୮ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ପାକିସ୍ତାନ ସରକାର ଦ୍ୱାରା ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ଲକ କରାଯାଇଥିଲା। ଭୋଟିଂ ଦିନ ପାକିସ୍ତାନରେ ପୁରା ଦିନ ଇଣ୍ଟରନେଟ୍‌ ସେବା ବନ୍ଦ ରହିଥିଲା। ନିର୍ବାଚନ ପରେ ଅନ୍ୟ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିଥିଲେ ହେଁ ବ୍ୟବହାରକାରୀ ‘ଏକ୍ସ’ ଆକାଉଣ୍ଟ ଖୋଲି ପାରୁ ନ ଥିଲେ।

The post ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ appeared first on Dharitri Odia News.