ଏସବିଆଇ ନିର୍ବାଚନୀ ବଣ୍ଡକୁ ସାର୍ବଜନୀନ କଲା ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ,୧୪।୩: ଭାରତୀୟ ନିର୍ବାଚନ କମିଶନ ଆୟୋଗ(ଇସିଆଇ) ଗୁରୁବାର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଦାଖଲ କରିଥିବା ନିର୍ବାଚନ ବଣ୍ଡ ତଥ୍ୟକୁ ଏହାର ୱେବସାଇଟରେ ସାର୍ବଜନୀନ କରିଛି। ଗୋଟିଏ ଦିନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଏସବିଆଇ ଏହି ତଥ୍ୟ ଆୟୋଗ ନିକଟରେ ଦାଖଲ କରିଥିଲା। ମାର୍ଚ୍ଚ ୧୫ ତାରିଖ ଅପରାହ୍ନ ୫ ଟା ସୁଦ୍ଧା ଏହାର ଅଫିସିଆଲ୍ ୱେବସାଇଟରେ ଏସବିଆଇ ଠାରୁ ମିଳିଥିବା ତଥ୍ୟକୁ ପ୍ରକାଶ କରିବାକୁ ଆୟୋଗକୁ କୁହାଯାଇଥିଲା। ନିର୍ବାଚନ ଆୟୋଗ ଦ୍ୱାରା ଶେୟାର […] The post ଏସବିଆଇ ନିର୍ବାଚନୀ ବଣ୍ଡକୁ ସାର୍ବଜନୀନ କଲା ନିର୍ବାଚନ ଆୟୋଗ appeared first on Dharitri Odia News.
ନୂଆଦିଲ୍ଲୀ,୧୪।୩: ଭାରତୀୟ ନିର୍ବାଚନ କମିଶନ ଆୟୋଗ(ଇସିଆଇ) ଗୁରୁବାର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଦାଖଲ କରିଥିବା ନିର୍ବାଚନ ବଣ୍ଡ ତଥ୍ୟକୁ ଏହାର ୱେବସାଇଟରେ ସାର୍ବଜନୀନ କରିଛି। ଗୋଟିଏ ଦିନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଏସବିଆଇ ଏହି ତଥ୍ୟ ଆୟୋଗ ନିକଟରେ ଦାଖଲ କରିଥିଲା।
ମାର୍ଚ୍ଚ ୧୫ ତାରିଖ ଅପରାହ୍ନ ୫ ଟା ସୁଦ୍ଧା ଏହାର ଅଫିସିଆଲ୍ ୱେବସାଇଟରେ ଏସବିଆଇ ଠାରୁ ମିଳିଥିବା ତଥ୍ୟକୁ ପ୍ରକାଶ କରିବାକୁ ଆୟୋଗକୁ କୁହାଯାଇଥିଲା। ନିର୍ବାଚନ ଆୟୋଗ ଦ୍ୱାରା ଶେୟାର ହୋଇଥିବା ତଥ୍ୟ ୧୨ ଏପ୍ରିଲ ୨୦୧୯ ଠାରୁ ୧୦୦୦ ରୁ ୧ କୋଟି ଟଙ୍କା ମଧ୍ୟରେ ସମାସଟି ନିର୍ବାଚନୀ ବଣ୍ଡ କ୍ରୟ ବିଷୟରେ ଜଣା ପଡିବ। ଏହି ସୂଚନାରେ ଉଭୟ କମ୍ପାନୀ ଏବଂ ବ୍ୟକ୍ତିବିଶେଷଙ୍କ ଦ୍ୱାରା କ୍ରୟ ମଧ୍ୟ ପ୍ରଦର୍ଶିତ ହୋଇଛି।
ସୂଚନା ମୁତାବକ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି ମଙ୍ଗଳବାର ସନ୍ଧ୍ୟାରେ ଗ୍ରହଣ କରିଥିବା ନିର୍ବାଚନ ବଣ୍ଡ ଏବଂ ରାଜନୈତିକ ଦଳଗୁଡିକ କିଣିଥିବା ସଂସ୍ଥାଗୁଡ଼ିକର ସବିଶେଷ ତଥ୍ୟ ଏସବିଆଇ ଆୟୋଗ ନିକଟରେ ଦାଖଲ କରିଛି।
Election Commission of India uploads the data on electoral bonds on its website as received from SBI.
Donors to political parties through electoral bonds include Grasim Industries Limited, Piramal Capital and Housing Finance Limited, Piramal Enterprises Ltd., Muthoot Finance…
— ANI (@ANI) March 14, 2024
The post ଏସବିଆଇ ନିର୍ବାଚନୀ ବଣ୍ଡକୁ ସାର୍ବଜନୀନ କଲା ନିର୍ବାଚନ ଆୟୋଗ appeared first on Dharitri Odia News.