ଏସବିଆଇ ରୁ ୮.୧ କୋଟି ଟଙ୍କା ଠକେଇ ମାମଲାରେ ୪ ଗିରଫ, ଓପିଆଇଡି କୋର୍ଟରେ ହାଜର
ଭୁବନେଶ୍ୱର : ଏସବିଆଇ (SBI) ରୁ ୮.୧ କୋଟି ଟଙ୍କା ଠକେଇ ମାମଲାରେ ୪ ଗିରଫ । ୪ଜଣଙ୍କୁ ଗିରଫ କଲା କ୍ରାଇମ ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଗିରଫ ଅଭିଯୁକ୍ତମାନେ ହେଲେ ଜଗତସିଂହପୁର ଅଞ୍ଚଳର ସ୍ମୃତି ରଞ୍ଜନ ସେଠୀ ଓ ଏମ ଦିବ୍ୟଶ୍ରୀ ଜ୍ୟୋତି ଏବଂ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ନିରଞ୍ଜନ ବେହେରା ଓ ଦେବଶିଷ ବେହେରା । ଅଭିଯୁକ୍ତମାନେ ୨୦୨୧ ନଭେମ୍ବରରୁ ଜାନୁଆରୀ ୨୦୨୩ ମଧ୍ୟରେ ଫେକ୍ ଡକ୍ୟୁମେଣ୍ଟ ଦେଇ ଲୋନ ଉଠାଇଥିଲେ […] The post ଏସବିଆଇ ରୁ ୮.୧ କୋଟି ଟଙ୍କା ଠକେଇ ମାମଲାରେ ୪ ଗିରଫ, ଓପିଆଇଡି କୋର୍ଟରେ ହାଜର appeared first on KNews Odisha.

ଭୁବନେଶ୍ୱର : ଏସବିଆଇ (SBI) ରୁ ୮.୧ କୋଟି ଟଙ୍କା ଠକେଇ ମାମଲାରେ ୪ ଗିରଫ । ୪ଜଣଙ୍କୁ ଗିରଫ କଲା କ୍ରାଇମ ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଗିରଫ ଅଭିଯୁକ୍ତମାନେ ହେଲେ ଜଗତସିଂହପୁର ଅଞ୍ଚଳର ସ୍ମୃତି ରଞ୍ଜନ ସେଠୀ ଓ ଏମ ଦିବ୍ୟଶ୍ରୀ ଜ୍ୟୋତି ଏବଂ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ନିରଞ୍ଜନ ବେହେରା ଓ ଦେବଶିଷ ବେହେରା । ଅଭିଯୁକ୍ତମାନେ ୨୦୨୧ ନଭେମ୍ବରରୁ ଜାନୁଆରୀ ୨୦୨୩ ମଧ୍ୟରେ ଫେକ୍ ଡକ୍ୟୁମେଣ୍ଟ ଦେଇ ଲୋନ ଉଠାଇଥିଲେ । ମୋଟ ୮.୧ କୋଟି ଟଙ୍କାର ୨୩୪ ଟି ଏକ୍ସପ୍ରେସ କ୍ରେଡିଟ ଲୋନ ନେଇଥିଲେ । ବିଭିନ୍ନ ସଂସ୍ଥାର କର୍ମଚାରୀଙ୍କ ଜାଲ ନିଯୁକ୍ତି ରେକର୍ଡ ଦେଖାଇ ବ୍ୟାଙ୍କରୁ ଲୋନ ନେଇଥିଲେ । ଭୁବନେଶ୍ୱର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ରିଜଓନାଲ ମ୍ୟାନେଜର ଶିବ ସୁନ୍ଦର ସାହୁଙ୍କ ଅଭିଯୋଗ କ୍ରମେ EOW ତଦନ୍ତ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ପରେ ସେମାନଙ୍କୁ ଓପିଆଇଡି କୋର୍ଟରେ ହାଜର କରାଯାଇଛି ।
The post ଏସବିଆଇ ରୁ ୮.୧ କୋଟି ଟଙ୍କା ଠକେଇ ମାମଲାରେ ୪ ଗିରଫ, ଓପିଆଇଡି କୋର୍ଟରେ ହାଜର appeared first on KNews Odisha.