ଏସବୁ ଗୁଣକୁ କାଢ଼ି ଫୋପାଡି ଦେଲେ ରାତାରାତି ହୋଇଯିବେ…

ମହାନ ଆଚାର୍ଯ୍ୟ ତଥା ପଣ୍ଡିତ ଚାଣକ୍ୟଙ୍କ ନୀତିଶାସ୍ତ୍ର ବିଭିନ୍ନ ବିଷୟ ଉପରେ ପ୍ରଚାର କରିବା ସହିତ ସଠିକ୍‌ ମାର୍ଗଦର୍ଶନ କରାଇଥାଏ। ସେ ବ୍ୟକ୍ତିଗତ ହେଉ କି ସାମାଜିକ ଏବଂ ରାଜନୈତିକ ଜୀବନ ପାଇଁ ଚାଣକ୍ୟଙ୍କ ନୀତି ମାର୍ଗଦର୍ଶନ କରିଥାଏ। ଏହି ନୀତିଶାସ୍ତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ରହିଛି, ଯାହା ଜଣେ ବ୍ୟକ୍ତିଙ୍କୁ ସଫଳତା ଆଡ଼କୁ ନେଇଥାଏ। ନୀତିଶାସ୍ତ୍ରରେ ଏପରି କିଛି ଅଭ୍ୟାସ ବିଷୟରେ ଚାଣକ୍ୟ କହିଛନ୍ତି, ଯେଉଁଥିପାଇଁ ଜଣେ ବ୍ୟକ୍ତି ଧିରେ ଧିରେ ଗରିବ ହୋଇଯାଏ। ସେଥିପାଇଁ […] The post ଏସବୁ ଗୁଣକୁ କାଢ଼ି ଫୋପାଡି ଦେଲେ ରାତାରାତି ହୋଇଯିବେ… appeared first on Dharitri Odia News.

ଏସବୁ ଗୁଣକୁ କାଢ଼ି ଫୋପାଡି ଦେଲେ ରାତାରାତି ହୋଇଯିବେ…

ମହାନ ଆଚାର୍ଯ୍ୟ ତଥା ପଣ୍ଡିତ ଚାଣକ୍ୟଙ୍କ ନୀତିଶାସ୍ତ୍ର ବିଭିନ୍ନ ବିଷୟ ଉପରେ ପ୍ରଚାର କରିବା ସହିତ ସଠିକ୍‌ ମାର୍ଗଦର୍ଶନ କରାଇଥାଏ। ସେ ବ୍ୟକ୍ତିଗତ ହେଉ କି ସାମାଜିକ ଏବଂ ରାଜନୈତିକ ଜୀବନ ପାଇଁ ଚାଣକ୍ୟଙ୍କ ନୀତି ମାର୍ଗଦର୍ଶନ କରିଥାଏ। ଏହି ନୀତିଶାସ୍ତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ରହିଛି, ଯାହା ଜଣେ ବ୍ୟକ୍ତିଙ୍କୁ ସଫଳତା ଆଡ଼କୁ ନେଇଥାଏ। ନୀତିଶାସ୍ତ୍ରରେ ଏପରି କିଛି ଅଭ୍ୟାସ ବିଷୟରେ ଚାଣକ୍ୟ କହିଛନ୍ତି, ଯେଉଁଥିପାଇଁ ଜଣେ ବ୍ୟକ୍ତି ଧିରେ ଧିରେ ଗରିବ ହୋଇଯାଏ। ସେଥିପାଇଁ ଏହି ଖରାପ ଅଭ୍ୟାସଗୁଡ଼ିକୁ ପରିତ୍ୟାଗ କରାଯିବା ଉଚିତ।

ଚାଣକ୍ୟଙ୍କ ଅନୁଯାୟୀ, ଯେଉଁମାନେ ପରିଷ୍କାର ପୋଷାକ ପିନ୍ଧନ୍ତି ନାହିଁ କିମ୍ବା ସେମାନଙ୍କ ଚାରିପାଖରେ ଅପରିଷ୍କାର ପରିବେଶ ରଖନ୍ତି, ଏହିପରି ଲୋକମାନେ ସର୍ବଦା ଦାରିଦ୍ର୍ୟ ଜୀବନଯାପନ କରନ୍ତି। ସେଥିପାଇଁ ଏହି ଖରାପ ଅଭ୍ୟାସଗୁଡ଼ିକୁ ପରିତ୍ୟାଗ କରାଯିବା ଉଚିତ।

ଚାଣକ୍ୟ କହିଛନ୍ତି, ଯେଉଁମାନେ ବହୁତ କଠୋର ବା କଟୁ କଥା କୁହନ୍ତି, ମା’ ଲକ୍ଷ୍ମୀ ମଧ୍ୟ ସେମାନଙ୍କ ଉପରେ କଦାପି ସନ୍ତୁଷ୍ଟ ନୁହନ୍ତି। ସେଥିପାଇଁ ତିକ୍ତ କହିବାର ଅଭ୍ୟାସ ତୁରନ୍ତ ପରିତ୍ୟାଗ କରାଯିବା ଉଚିତ ଏବଂ ସର୍ବଦା ମଧୁର କଥା କହିବା ଉଚିତ। କଟୁ କଥା ହେତୁ ଜଣେ ବ୍ୟକ୍ତିର ସମ୍ପର୍କ ନଷ୍ଟ ହୋଇଯାଏ ଏବଂ ସେ ମଧ୍ୟ ଗରିବ ହୋଇଯାଏ।

ଯେଉଁମାନେ ସୂର୍ଯ୍ୟାସ୍ତ ପରେ ଶୋଇଥା’ନ୍ତି, ସେମାନେ ସର୍ବଦା ଗରିବ ରୁହନ୍ତି। ମା’ ଲକ୍ଷ୍ମୀ ଏହି ସମୟରେ ଶୋଇଥିବା ଲୋକମାନଙ୍କ ଉପରେ କେବେ ବି ଆଶୀର୍ବାଦ କରନ୍ତି ନାହିଁ। ସେଥିପାଇଁ ଭୁଲରେ ମଧ୍ୟ ସୂର୍ଯ୍ୟାସ୍ତ ପରେ ଶୋଇବା ଉଚିତ ନୁହେଁ।

ଯଦି ଜୀବନରେ ସଫଳ ହେବାକୁ ଚାହୁଁଛନ୍ତି, ସର୍ବପ୍ରଥମେ ଅଳସପଣ ପରିତ୍ୟାଗ କରିବାକୁ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ପରାମର୍ଶ ଦେଇଛନ୍ତି। ସେହିପରି ଅଯଥା ଖର୍ଚ୍ଚ ଜଣେ ବ୍ୟକ୍ତିଙ୍କୁ ଗରିବ କରିଦେଇଥାଏ। ଯଦି ତୁମେ ତୁମର ଖର୍ଚ୍ଚକୁ ଆୟ ଅନୁଯାୟୀ ଖର୍ଚ୍ଚ ନ କର ତେବେ ଗରିବ ହେବା ହିଁ ସାର ହେବ। ପ୍ରଥମେ ଖର୍ଚ୍ଚ ପାଇଁ ଯୋଜନା ପ୍ରସ୍ତୁତ କର। ଆବଶ୍ୟକତା ଅନୁଯାୟୀ ଚିହ୍ନଟ କରି ଖର୍ଚ୍ଚ କରିବାକୁ ଚାଣକ୍ୟ ପରାମର୍ଶ ଦେଇଛନ୍ତି। ତେବେ ଯାଇ ଜଣେ ବ୍ୟକ୍ତିଙ୍କ ଗରିବୀ ଦୂର ହୋଇପାରିବ।

 

The post ଏସବୁ ଗୁଣକୁ କାଢ଼ି ଫୋପାଡି ଦେଲେ ରାତାରାତି ହୋଇଯିବେ… appeared first on Dharitri Odia News.