ଏସସିବିରେ କାର୍ଯ୍ୟକ୍ଷମ ହେଲା ଅସ୍ଥି ଭଣ୍ଡାର
କଟକ: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କଟକ ବଡ଼ ମେଡିକାଲର ସଫଳତା । ଏସିସିବିରେ କାର୍ଯ୍ୟକ୍ଷମ ହୋଇଛି ବୋନ୍ ବ୍ୟାଙ୍କ୍ ବା ଅସ୍ଥି ଭଣ୍ଡାର । ମେଡ଼ିକାଲରେ ଅସ୍ଥି ଶଲ୍ୟ ବିଭାଗରେ ଏହାର ଶୁଭାରମ୍ଭ ହୋଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ଅସ୍ଥି ଭଣ୍ଡାରକୁ ଉଦଘାଟନ କରିଛନ୍ତି । ଏହା ଦ୍ୱାରା ମୃତ ଶରୀରରୁ ଅସ୍ଥି ସଂଗ୍ରହ କରାଯାଇ ଫ୍ରିଜରରେ ସଂଗୃହିତ କରି ରଖାଯିବ । ଉଦ୍ଘାଟନ ଅବସରରେ ମନ୍ତ୍ରୀ […]

କଟକ: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କଟକ ବଡ଼ ମେଡିକାଲର ସଫଳତା । ଏସିସିବିରେ କାର୍ଯ୍ୟକ୍ଷମ ହୋଇଛି ବୋନ୍ ବ୍ୟାଙ୍କ୍ ବା ଅସ୍ଥି ଭଣ୍ଡାର । ମେଡ଼ିକାଲରେ ଅସ୍ଥି ଶଲ୍ୟ ବିଭାଗରେ ଏହାର ଶୁଭାରମ୍ଭ ହୋଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ଅସ୍ଥି ଭଣ୍ଡାରକୁ ଉଦଘାଟନ କରିଛନ୍ତି । ଏହା ଦ୍ୱାରା ମୃତ ଶରୀରରୁ ଅସ୍ଥି ସଂଗ୍ରହ କରାଯାଇ ଫ୍ରିଜରରେ ସଂଗୃହିତ କରି ରଖାଯିବ ।
ଉଦ୍ଘାଟନ ଅବସରରେ ମନ୍ତ୍ରୀ କହିଛନ୍ତି ଚିକିତ୍ସାରେ ଆବଶ୍ୟକ ସ୍ଥଳେ ଅସ୍ଥି ବ୍ୟବହାର କରାଯାଇ ପ୍ରତିରୋପଣ କରାଯାଇ ପାରିବ । ଏହି ସେବା ନିଶୁଳ୍କ ରହିବ । ପୂର୍ବ ଭାରତରେ ପ୍ରଥମଥର ପାଇଁ ଓଡ଼ିଶାରେ ଏହି ଅସ୍ଥି ଭଣ୍ଡାର କାର୍ଯ୍ୟକ୍ଷମ କରାଯାଇ ଇତିହାସ ସୃଷ୍ଟି ହୋଇଛି ।
ଏସସିବି ଅସ୍ଥି ଶଲ୍ୟ ବିଭାଗର ମୁଖ୍ୟ ଡାକ୍ତର ନିର୍ମଳ ମହାପାତ୍ର କହିଛନ୍ତି ଯେ ମେଡ଼ିକାଲରେ ବର୍ଷକୁ ୫୦୦ ରୋଗୀଙ୍କର ଅସ୍ଥି ଅସ୍ତ୍ରୋପଚାର ବା ପ୍ରତିରୋପଣ କରାଯାଇଥାଏ । ଏହି ଅସ୍ଥି ଭଣ୍ଡାର ଦ୍ୱାରା ସେହି ସମସ୍ୟା ଦୂର ହେବ । କାଡାଭରୀ ଚିକସ୍ଚାରେ ଆବଶ୍ୟକ ସ୍ଥଳରେ ବଡ଼ ବଡ଼ ଅସ୍ଥି ପ୍ରତିରୋପଣ କରାଯାଇ ପାରିବ ବୋଲି ଡାକ୍ତର ମହାପାତ୍ର କହିଛନ୍ତି ।