ଉପକାରୀ ରସୁଣ

ଭାରତୀୟ ରୋଷେଇ ଘରର ରସୁଣ ହେଉଛି ଏକ ଅତ୍ୟନ୍ତ ଦରକାରୀ ମସଲା । ଏହାକୁ ବିଭିନ୍ନ ରୋଷେଇରେ ଭିନ୍ନଭିନ୍ନ ଉପାୟରେ ବ୍ୟବହାର କରାଯାଇଥାଏ । ତେବେ ଏହା କେବଳ ଯେ ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ ତାହା ନୁହେଁ, ଏଥିରେ ଔଷଧୀୟ ଗୁଣ ମଧ୍ୟ ଭରପୂର ରହିଛି । ଆସନ୍ତୁ ଜାଣିବା ଏଥିରେ କ’ଣ କ’ଣ ଔଷଧୀୟ ଗୁଣ ରହିଛି । ଆଣ୍ଟିଅକ୍ସିଡାଣ୍ଟ – ରସୁଣରେ ଭରପୂର ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟିବ୍ୟାକେଫରିଆଲ ଗୁଣ ରହିଛି । […]

ଉପକାରୀ ରସୁଣ
ଉପକାରୀ ରସୁଣ

ଭାରତୀୟ ରୋଷେଇ ଘରର ରସୁଣ ହେଉଛି ଏକ ଅତ୍ୟନ୍ତ ଦରକାରୀ ମସଲା । ଏହାକୁ ବିଭିନ୍ନ ରୋଷେଇରେ ଭିନ୍ନଭିନ୍ନ ଉପାୟରେ ବ୍ୟବହାର କରାଯାଇଥାଏ । ତେବେ ଏହା କେବଳ ଯେ ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ ତାହା ନୁହେଁ, ଏଥିରେ ଔଷଧୀୟ ଗୁଣ ମଧ୍ୟ ଭରପୂର ରହିଛି । ଆସନ୍ତୁ ଜାଣିବା ଏଥିରେ କ’ଣ କ’ଣ ଔଷଧୀୟ ଗୁଣ ରହିଛି ।

ଆଣ୍ଟିଅକ୍ସିଡାଣ୍ଟ – ରସୁଣରେ ଭରପୂର ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟିବ୍ୟାକେଫରିଆଲ ଗୁଣ ରହିଛି । ଯେଉଁକାରଣରୁ ଏହା ଆମକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ଦୂରାଇ ରଖିଥାଏ । ଯଦି ଆପଣଙ୍କୁ ସବୁବେଳେ ଥଣ୍ଡା ଲାଗି ରହୁଛି, ତେବେ ଖାଦ୍ୟରେ ରସୁଣ ଆଡ କରନ୍ତୁ ଏହା ଖୁବ ଲାଭଦାୟକ ହୋଇଥାଏ ।

ରୋଗପ୍ରତିରୋଧକ ବଢାଏ – ରସୁଣ ଆମର ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ । ତେଣୁ ପ୍ରତିଦିନ ରସୁଣ ଖାଇବା ଦ୍ୱାରା ଆମର ବିଭିନ୍ନ ଛୋଟଛୋଟ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ । ଖାଦ୍ୟରେ ରସୁଣ ବ୍ୟବହାର କରିବା ଦ୍ୱାରା ଆମ ଶରୀରକୁ ଆଣ୍ଟି ଅକ୍ସିଡାଣ୍ଟ ମିଳିଥାଏ, ଯାହା ଇମୁ୍ୟନିଟି ବୁଷ୍ଟ କରିବାରେ ସହାୟକ ହୋଇଥାଏ ।

ଓଜନ ନିୟନ୍ତ୍ରଣ – ପାଚନ ତନ୍ତ୍ର ଠିକ୍‌ ଭାବେ କାମ କରିଲେ ଆମର ଓଜନ ମଧ୍ୟ ନିୟନ୍ତ୍ରଣରେ ରହିବ । ରସୁଣ ଆମ ବଡିକୁ ଡିଟକ୍ସ କରିବାରେ ସହାୟକ ହୋଇଥାଏ । ପ୍ରତିଦିନ ରସୁଣ ଖାଇବା ଫଳରେ ଆମର ପାଚନତନ୍ତ୍ର ଭଲ ରହିଥାଏ, ତେଣୁ ଓଜନ ନିୟନ୍ତ୍ରଣରେ ରହିଥାଏ ।