ବାତ୍ୟା ଛାନିଆ: ଆଳୁ କେଜି ୬୦, ପିଆଜ ୭୦

ଜଟଣୀ,୨୨ା୧୦(ରବୀନ୍ଦ୍ରନାଥ ମହାକୁଡ଼): ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଲୋକ ଆତଙ୍କିତ ହୋଇ ଅଧିକା କିଣାକିଣି କରୁଛନ୍ତି। ଏହାର ଫାଇଦା ଉଠାଇ କେତେଜଣ ଅସାଧୁ ବେପାରୀ ଦର ବଢ଼ାଇ ଦେଇଛନ୍ତି। ଫଳରେ ଜଟଣୀ ବଜାରରେ ଆଳୁ ଏକପ୍ରକାର ଉଭାନ୍‌ ହୋଇଯାଇଛି। ସୋମବାର ସକାଳେ ଜଟଣୀ ପରିବା ବଜାରର ହୋଲସେଲ ବ୍ୟବସାୟୀ ଆଳୁ କେଜି ପ୍ରତି ୨୮ଟଙ୍କାରେ ବିକ୍ରି କରୁଥିବା ବେଳେ ଖୁଚୁରା ବ୍ୟବସାୟୀ ୩୦ରୁ ୩୫ଟଙ୍କାରେ ବିକ୍ରି କରୁଥିଲେ। ତେବେ ସନ୍ଧ୍ୟାରେ ଖୁଚୁରା ବ୍ୟବସାୟୀ ଆଳୁ କେଜି ୬୦ରୁ ୭୦ଟଙ୍କା […] The post ବାତ୍ୟା ଛାନିଆ: ଆଳୁ କେଜି ୬୦, ପିଆଜ ୭୦ appeared first on Dharitri Odia News.

ବାତ୍ୟା ଛାନିଆ: ଆଳୁ କେଜି ୬୦, ପିଆଜ ୭୦

ଜଟଣୀ,୨୨ା୧୦(ରବୀନ୍ଦ୍ରନାଥ ମହାକୁଡ଼): ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଲୋକ ଆତଙ୍କିତ ହୋଇ ଅଧିକା କିଣାକିଣି କରୁଛନ୍ତି। ଏହାର ଫାଇଦା ଉଠାଇ କେତେଜଣ ଅସାଧୁ ବେପାରୀ ଦର ବଢ଼ାଇ ଦେଇଛନ୍ତି। ଫଳରେ ଜଟଣୀ ବଜାରରେ ଆଳୁ ଏକପ୍ରକାର ଉଭାନ୍‌ ହୋଇଯାଇଛି। ସୋମବାର ସକାଳେ ଜଟଣୀ ପରିବା ବଜାରର ହୋଲସେଲ ବ୍ୟବସାୟୀ ଆଳୁ କେଜି ପ୍ରତି ୨୮ଟଙ୍କାରେ ବିକ୍ରି କରୁଥିବା ବେଳେ ଖୁଚୁରା ବ୍ୟବସାୟୀ ୩୦ରୁ ୩୫ଟଙ୍କାରେ ବିକ୍ରି କରୁଥିଲେ।

ତେବେ ସନ୍ଧ୍ୟାରେ ଖୁଚୁରା ବ୍ୟବସାୟୀ ଆଳୁ କେଜି ୬୦ରୁ ୭୦ଟଙ୍କା ଏବଂ ପିଆଜ କେଜି ୭୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା। ଏନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲା ଏବଂ ସ୍ଥାନୀୟ ପ୍ରଶାସନ ଚଢ଼ାଉ କରି କଳାବଜାରୀ ରୋକିବା ପାଇଁ ସମାଜସେବୀ ପଦ୍ମଚରଣ ପ୍ରଧାନ ଦାବି କରିଛନ୍ତି।

ସେହିପରି ଖାଉଟି ସୁବାଶିଷ ପରିଡା କହିଛନ୍ତି, ବାତ୍ୟା ପୂର୍ବରୁ ଜଟଣୀରେ କେତେଜଣ ଅସାଧୁ ବ୍ୟବସାୟୀ ଆଳୁ ଏବଂ ପିଆଜ କିଲୋ ପ୍ରତି ୬୦ ରୁ ୭୦ ଟଙ୍କାରେ ବିକ୍ରି କରୁଛନ୍ତି। ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯିବା ଲାଗି ଅନୁରୋଧ କରିଛନ୍ତି। ଅନ୍ୟପଟେ ଜଟଣୀ ପରିବା ବଜାରର ହୋଲସେଲ ବ୍ୟବସାୟୀ ମୃତ୍ୟୁଞ୍ଜୟ ସୁବୁଦ୍ଧି କହିଛନ୍ତି, ଲୋକେ ବାତ୍ୟାକୁ ଦୃଷ୍ଟିରେ ରଖି ବସ୍ତା ବସ୍ତା ଆଳୁ ନେବା ସହ ପିଆଜ ଅଧିକ ନେଉଛନ୍ତି। ଫଳରେ ବଜାରରେ ଆଳୁ ସରିଯାଇଛି। ଏହି ପରିସ୍ଥିତି ଦିନେ ଦୁଇଦିନ ମଧ୍ୟରେ ସମାଧାନ ହୋଇଯିବ।

The post ବାତ୍ୟା ଛାନିଆ: ଆଳୁ କେଜି ୬୦, ପିଆଜ ୭୦ appeared first on Dharitri Odia News.