ଏସସିବିରେ ଜଟିଳ ଅସ୍ତ୍ରୋପଚାର ସଫଳ, ଯୁବକଙ୍କ ମୁଣ୍ଡରୁ ଟାଙ୍ଗିଆ ବାହାର କଲେ ଡାକ୍ତର

କଟକ: ଏସସିବିରେ ଜଟିଳ ଅସ୍ତ୍ରୋପଚାର ସଫଳ । ନ୍ୟୁରୋସର୍ଜରୀ ବିଭାଗରେ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଲେ କନ୍ଧମାଳ ଅଞ୍ଚଳର ବିବେକ କଅଁର ।  ତାଙ୍କ ମୁଣ୍ଡରେ ଏକ ଧାରୁଆ ଟାଙ୍ଗିଆ ଫସିରହିଥିଲା। ପ୍ରାୟ ୪ ଘଣ୍ଟାର ଅପରେସନ ପରେ ଏହି ଟାଙ୍ଗିଆ ବାହାର କରିବାରେ ସଫଳ ହୋଇଛନ୍ତି ଡାକ୍ତର। ବିଭାଗର ଡା ପ୍ରତାପ ଶତପଥୀ ଓ ଦୁଇ ବରିଷ୍ଠ ଡାକ୍ତର ଏହି ଜଟିଳ ଅସ୍ତ୍ରୋପଚାର କରିଛନ୍ତି। ଅସ୍ତ୍ରୋପଚାର ପରେ ବିବେକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ସୂଚନା ଦେଇଛନ୍ତି ଏସସିବି ନ୍ୟୁରୋ ସର୍ଜରୀ ବିଭାଗ ଡାକ୍ତର ରୋସନ ମେହେର। ବିବେଙ୍କ ପତ୍ନୀ ମମତା ଦେଇଥିବା ସୁଚନା ଅନୁସାରେ , ବିବେକଙ୍କ ବାପା ଓ ଦୁଇ ଜଣ ଯୁବକ ଘରେ ନିଶା ପାନ କରୁଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରେ ବଚସା ଓ ପରେ ଝଗଡ଼ା ହୋଇଥିଲା। ଆଉ ଝଗଡ଼ାକୁ ରୋକିବା ପାଇଁ ପ୍ରୟାସ କରିବା ସମୟରେ ବିବେକଙ୍କ ମୁଣ୍ଡରେ କୁରାଢ଼ୀ ମାଡ଼ କରିଥିଲେ ତାଙ୍କ ନିଶାସକ୍ତ ବାପା।ଏଥିରେ ଗୁରୁତର ହୋଇଥିଲେ ବିବେକ। ତାଙ୍କୁ ପ୍ରଥମେ ନିକଟସ୍ଥ ଟୀକାବାଲି ହସ୍ପିଟାଲ ଓ ପରେ ପରେ ଏମକେସିଜି ଏବଂ ଶେଷରେ ଶନିବାର ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଉ ଡାକ୍ତରଙ୍କ ପ୍ରଚେଷ୍ଟାରୁ ବିବେକ ବର୍ତ୍ତମାନ ବିପଦ ମୁକ୍ତ ହୋଇଛନ୍ତି। 

ଏସସିବିରେ ଜଟିଳ ଅସ୍ତ୍ରୋପଚାର ସଫଳ, ଯୁବକଙ୍କ ମୁଣ୍ଡରୁ ଟାଙ୍ଗିଆ ବାହାର କଲେ ଡାକ୍ତର

କଟକ: ଏସସିବିରେ ଜଟିଳ ଅସ୍ତ୍ରୋପଚାର ସଫଳ । ନ୍ୟୁରୋସର୍ଜରୀ ବିଭାଗରେ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଲେ କନ୍ଧମାଳ ଅଞ୍ଚଳର ବିବେକ କଅଁର ।  ତାଙ୍କ ମୁଣ୍ଡରେ ଏକ ଧାରୁଆ ଟାଙ୍ଗିଆ ଫସିରହିଥିଲା। ପ୍ରାୟ ୪ ଘଣ୍ଟାର ଅପରେସନ ପରେ ଏହି ଟାଙ୍ଗିଆ ବାହାର କରିବାରେ ସଫଳ ହୋଇଛନ୍ତି ଡାକ୍ତର। ବିଭାଗର ଡା ପ୍ରତାପ ଶତପଥୀ ଓ ଦୁଇ ବରିଷ୍ଠ ଡାକ୍ତର ଏହି ଜଟିଳ ଅସ୍ତ୍ରୋପଚାର କରିଛନ୍ତି। ଅସ୍ତ୍ରୋପଚାର ପରେ ବିବେକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ସୂଚନା ଦେଇଛନ୍ତି ଏସସିବି ନ୍ୟୁରୋ ସର୍ଜରୀ ବିଭାଗ ଡାକ୍ତର ରୋସନ ମେହେର। 

ବିବେଙ୍କ ପତ୍ନୀ ମମତା ଦେଇଥିବା ସୁଚନା ଅନୁସାରେ , ବିବେକଙ୍କ ବାପା ଓ ଦୁଇ ଜଣ ଯୁବକ ଘରେ ନିଶା ପାନ କରୁଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରେ ବଚସା ଓ ପରେ ଝଗଡ଼ା ହୋଇଥିଲା। ଆଉ ଝଗଡ଼ାକୁ ରୋକିବା ପାଇଁ ପ୍ରୟାସ କରିବା ସମୟରେ ବିବେକଙ୍କ ମୁଣ୍ଡରେ କୁରାଢ଼ୀ ମାଡ଼ କରିଥିଲେ ତାଙ୍କ ନିଶାସକ୍ତ ବାପା।

ଏଥିରେ ଗୁରୁତର ହୋଇଥିଲେ ବିବେକ। ତାଙ୍କୁ ପ୍ରଥମେ ନିକଟସ୍ଥ ଟୀକାବାଲି ହସ୍ପିଟାଲ ଓ ପରେ ପରେ ଏମକେସିଜି ଏବଂ ଶେଷରେ ଶନିବାର ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଉ ଡାକ୍ତରଙ୍କ ପ୍ରଚେଷ୍ଟାରୁ ବିବେକ ବର୍ତ୍ତମାନ ବିପଦ ମୁକ୍ତ ହୋଇଛନ୍ତି।