ଏସସିବିରେ ଦ୍ୱିତୀୟ ଥର ପାଇଁ ହେଲା ଲିଭର ପ୍ରତିରୋପଣ
ନନ୍ଦିଘୋଷ ବ୍ୟୁରୋ: କଟକ ଏସସିବି ବଡ ମେଡିକାଲରେ ଦ୍ୱିତୀୟ ଥର ପାଇଁ ହେଲା ଲିଭର ପ୍ରତିରୋପଣ। ହାଇଦ୍ରାବାଦର ଡାକ୍ତରୀ ଦଳ... The post ଏସସିବିରେ ଦ୍ୱିତୀୟ ଥର ପାଇଁ ହେଲା ଲିଭର ପ୍ରତିରୋପଣ appeared first on .
ନନ୍ଦିଘୋଷ ବ୍ୟୁରୋ: କଟକ ଏସସିବି ବଡ ମେଡିକାଲରେ ଦ୍ୱିତୀୟ ଥର ପାଇଁ ହେଲା ଲିଭର ପ୍ରତିରୋପଣ। ହାଇଦ୍ରାବାଦର ଡାକ୍ତରୀ ଦଳ ସହ ଏସସିବି ଡାକ୍ତରଙ୍କ ମିଳିତ ଟିମ୍ ଏହି ବିରଳ ଅସ୍ତ୍ରୋପଚାର କରିଛନ୍ତି। ଏସସିବି ମେଡିକାଲର ଗ୍ୟାଷ୍ଟ୍ରୋ ସର୍ଜରୀ ବିଭାଗ ପାଇଁ ଆଜି ଐତିହାସିକ ଦିନ। ଲିଭର ପ୍ରତିରୋପଣ ପ୍ରଥମ ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ ଆଜି କରାଯାଇଛି ଦ୍ୱିତୀୟ ପ୍ରତିରୋପଣ। ନୟାଗଡର ମାନସ କୁମାର ମୁଦୁଲିଙ୍କ ଯକୃତ ପ୍ରତିରୋପଣ କରାଯାଇଛି। ହାଇଦ୍ରାବାଦରୁ ଆସିଥିବା ଡାକ୍ତର ବାଲକ୍ରିଷ୍ଣନ ମେନନ ଓ ସନ୍ତୋଷ ସାହୁଙ୍କ ସମେତ ୯ ଜଣିଆ ଡାକ୍ତରୀ ଦଳ ଏସସିବି ମେଡିକାଲର ଡାକ୍ତର ରାଜେଶ କୁମାର ଦୋରାଙ୍କ ନେତୃତ୍ୱରେ ଏହି ବିରଳ ଅପରେସନ କରିଥିଲେ। ବିଶେଷଜ୍ଞ ଏନେଇ ଖୁସି ପ୍ରକଟ କରିବା ସହିତ ଏଥି ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଲିଭର ଖରାପ ହେବାର ୨୦ରୁ ଅଧିକ କାରଣ ରହିଛି। ଅଧିକ ପରିମାଣର ଜ୍ଵର ଔଷଧ ଏକା ସଙ୍ଗେ ସେବନ, ହେପାଟାଇଟିସ E ରେ ପୀଡିତ ଗର୍ଭବତୀ ମହିଳାଙ୍କ ନିୟମିତ ଅତ୍ୟଧିକ ମଦ ସେବନ, ଜଙ୍କ ଫୁଡ ସେବନ ଆଦିରେ ନଷ୍ଟ ହୁଏ ଲିଭର। ତେବେ ଯୁବାବସ୍ଥାରେ ନିଶା ସେବନ ଦ୍ଵାରା ଅଧିକ ସଂଖ୍ଯାରେ ଏହି ରୋଗ ଦେଖାଯାଉଥିବା କହିଛନ୍ତି ବିଶେଷଜ୍ଞ।
The post ଏସସିବିରେ ଦ୍ୱିତୀୟ ଥର ପାଇଁ ହେଲା ଲିଭର ପ୍ରତିରୋପଣ appeared first on .