ଏସିଆ କପ ପୂର୍ବରୁ ମଇଦାନରେ ଏକାଠି ହେବେ ପାକିସ୍ତାନ, ଆଫଗାନିସ୍ତାନ ଓ ୟୁଏଇ

ନୂଆଦିଲ୍ଲୀ: ଏସିଆ କପ୍ ପୂର୍ବରୁ ପାକିସ୍ତାନ, ଆଫଗାନିସ୍ତାନ ଏବଂ ୟୁଏଇର ପ୍ରସ୍ତୁତି। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଏକ ତ୍ରିକୋଣୀୟ ଅନ୍ତର୍ଜାତୀୟ ସିରିଜ୍ ଖେଳିବେ ଏହି ୩ ଦଳ। ଅଗଷ୍ଟ ୨୯ ରୁ ୭ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଶାରଜାହରେ ଏକ ତ୍ରିକୋଣୀୟ-ଟି-୨୦ ସିରିଜ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ଡବଲ୍ ରାଉଣ୍ଡ-ରବିନ୍ ଫର୍ମାଟ୍ ଖେଳାଯିବ। ଯେଉଁଠାରେ ପ୍ରତ୍ୟେକ ଦଳ ଅନ୍ୟ ଦଳ ସହିତ ଦୁଇଥର ଲେଖାଏ ଖେଳିବେ। ଶୀର୍ଷ ଦୁଇଟି ଦଳ ସେପ୍ଟେମ୍ବର ୭ ତାରିଖରେ ଫାଇନାଲରେ ପରସ୍ପରକୁ ଭେଟିବେ। ସମସ୍ତ ମ୍ୟାଚ୍ ସ୍ଥାନୀୟ ସମୟ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ।ଏସିଆ କପ ପୂର୍ବରୁ ଏହି ତ୍ରିକୋଣୀୟ ସିରିଜ୍, ତିନି ଦଳ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏହା ଦଳଗୁଡ଼ିକୁ ପ୍ଲେଇଂ କମ୍ବିନେସନ, ମ୍ୟାଚ୍ ଫିଟନେଶ ପାଇଁ ପ୍ରସ୍ତୁତି ଏବଂ ୟୁଏଇ ପରିସ୍ଥିତି ସହ ଅଭ୍ୟାସ୍ଥ ହେବାର ସୁଯୋ ଦେବ। ଏହି ସିରିଜରେ ପାକିସ୍ତାନ ସେପ୍ଟେମ୍ବର ୧୨ ତାରିଖରେ ଓମାନକୁ ଭେଟିବ। ଏହି ତିକ୍ରୋଣୀୟ ସିରିଜ ପାକିସ୍ତାନ ପାଇଁ ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ। କାରଣ ସେପ୍ଟେମ୍ବର ୧୪ରେ ଏସିଆ କପ୍‌ ଉଦଘାଟନୀ ମ୍ୟାଚ୍‌ରେ ପାକିସ୍ତାନ ଶକ୍ତିଶାଳୀ ଟିମ୍ ଇଣ୍ଡିଆକୁ ମୁକାବିଲା କରିବ। ସୂଚନା ଥାଉକି ଏସିଆ କପ୍ ୨୦୨୫ ସେପ୍ଟେମ୍ବର ୯ ରୁ ୨୮ ପର୍ଯ୍ୟନ୍ତ ଚାଲିବ।  ଯେଉଁଥିରେ ୮ଟି ଦଳ ଦୁଇଟି ଗ୍ରୁପରେ ବିଭକ୍ତ ହେବେ। ଶ୍ରେଷ୍ଠ ଦଳଗୁଡ଼ିକ ସୁପର ୪ ପର୍ଯ୍ୟାୟକୁ ଯିବେ, ତ

ଏସିଆ କପ ପୂର୍ବରୁ ମଇଦାନରେ ଏକାଠି ହେବେ ପାକିସ୍ତାନ, ଆଫଗାନିସ୍ତାନ ଓ ୟୁଏଇ

ନୂଆଦିଲ୍ଲୀ: ଏସିଆ କପ୍ ପୂର୍ବରୁ ପାକିସ୍ତାନ, ଆଫଗାନିସ୍ତାନ ଏବଂ ୟୁଏଇର ପ୍ରସ୍ତୁତି। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଏକ ତ୍ରିକୋଣୀୟ ଅନ୍ତର୍ଜାତୀୟ ସିରିଜ୍ ଖେଳିବେ ଏହି ୩ ଦଳ। ଅଗଷ୍ଟ ୨୯ ରୁ ୭ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଶାରଜାହରେ ଏକ ତ୍ରିକୋଣୀୟ-ଟି-୨୦ ସିରିଜ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ଡବଲ୍ ରାଉଣ୍ଡ-ରବିନ୍ ଫର୍ମାଟ୍ ଖେଳାଯିବ। ଯେଉଁଠାରେ ପ୍ରତ୍ୟେକ ଦଳ ଅନ୍ୟ ଦଳ ସହିତ ଦୁଇଥର ଲେଖାଏ ଖେଳିବେ। ଶୀର୍ଷ ଦୁଇଟି ଦଳ ସେପ୍ଟେମ୍ବର ୭ ତାରିଖରେ ଫାଇନାଲରେ ପରସ୍ପରକୁ ଭେଟିବେ। ସମସ୍ତ ମ୍ୟାଚ୍ ସ୍ଥାନୀୟ ସମୟ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ।

ଏସିଆ କପ ପୂର୍ବରୁ ଏହି ତ୍ରିକୋଣୀୟ ସିରିଜ୍, ତିନି ଦଳ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏହା ଦଳଗୁଡ଼ିକୁ ପ୍ଲେଇଂ କମ୍ବିନେସନ, ମ୍ୟାଚ୍ ଫିଟନେଶ ପାଇଁ ପ୍ରସ୍ତୁତି ଏବଂ ୟୁଏଇ ପରିସ୍ଥିତି ସହ ଅଭ୍ୟାସ୍ଥ ହେବାର ସୁଯୋ ଦେବ। ଏହି ସିରିଜରେ ପାକିସ୍ତାନ ସେପ୍ଟେମ୍ବର ୧୨ ତାରିଖରେ ଓମାନକୁ ଭେଟିବ। ଏହି ତିକ୍ରୋଣୀୟ ସିରିଜ ପାକିସ୍ତାନ ପାଇଁ ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ। କାରଣ ସେପ୍ଟେମ୍ବର ୧୪ରେ ଏସିଆ କପ୍‌ ଉଦଘାଟନୀ ମ୍ୟାଚ୍‌ରେ ପାକିସ୍ତାନ ଶକ୍ତିଶାଳୀ ଟିମ୍ ଇଣ୍ଡିଆକୁ ମୁକାବିଲା କରିବ। 

ସୂଚନା ଥାଉକି ଏସିଆ କପ୍ ୨୦୨୫ ସେପ୍ଟେମ୍ବର ୯ ରୁ ୨୮ ପର୍ଯ୍ୟନ୍ତ ଚାଲିବ।  ଯେଉଁଥିରେ ୮ଟି ଦଳ ଦୁଇଟି ଗ୍ରୁପରେ ବିଭକ୍ତ ହେବେ। ଶ୍ରେଷ୍ଠ ଦଳଗୁଡ଼ିକ ସୁପର ୪ ପର୍ଯ୍ୟାୟକୁ ଯିବେ, ତା'ପରେ ଫାଇନାଲ୍ ଖେଳିବେ। ଏହି ଟୁର୍ଣ୍ଣାମେଣ୍ଟ ଭାରତ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ଆସନ୍ତା ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଏହା ଖେଳାଳିମାନଙ୍କର ଏକ ଭଲ ପ୍ରସ୍ତୁତି ବୋଲି କୁହାଯାଉଛି। 

ତ୍ରିକୋଣୀୟ ସିରିଜ୍‌ କାର୍ଯ୍ୟସୂଚୀ

ଶୁକ୍ରବାର, ୨୯ ଅଗଷ୍ଟ ୨୦୨୫ – ଆଫଗାନିସ୍ତାନ ବନାମ ପାକିସ୍ତାନ
ଶନିବାର, ୩୦ ଅଗଷ୍ଟ ୨୦୨୫ – ୟୁଏଇ ବନାମ ପାକିସ୍ତାନ
ସୋମବାର, ୧ ସେପ୍ଟେମ୍ବର ୨୦୨୫ – ଆଫଗାନିସ୍ତାନ ବନାମ ୟୁଏଇ
ମଙ୍ଗଳବାର, ୨ ସେପ୍ଟେମ୍ବର ୨୦୨୫ – ପାକିସ୍ତାନ ବନାମ ଆଫଗାନିସ୍ତାନ
ଗୁରୁବାର, ୪ ସେପ୍ଟେମ୍ବର ୨୦୨୫ – ପାକିସ୍ତାନ ବନାମ ୟୁଏଇ
ଶୁକ୍ରବାର, ୫ ସେପ୍ଟେମ୍ବର ୨୦୨୫ – ଆଫଗାନିସ୍ତାନ ବନାମ ୟୁଏଇ
ରବିବାର, ୭ ସେପ୍ଟେମ୍ବର ୨୦୨୫ – ଫାଇନାଲ