୯ରେ ଡାକ୍ତର ସଂଘର ଦେଶବ୍ୟାପୀ ଅନଶନ

ନୂଆଦିଲ୍ଲୀ,୮ା୧୦: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ନ୍ୟାୟ ଏବଂ କାର୍ଯ୍ୟସ୍ଥଳ ନିରାପତ୍ତା ଦାବିରେ ପଶ୍ଚିମବଙ୍ଗର ଜୁନିୟର ଡାକ୍ତରମାନଙ୍କ ଆମରଣ ଅନଶନ ସୋମବାର ତୃତୀୟ ଦିନରେ ପହଞ୍ଚି ଥିବାବେଳେ ସେମାନଙ୍କ ସମର୍ଥନରେ ବୁଧବାରଠାରୁ ଦେଶବ୍ୟାପୀ ଅନଶନ ପାଇଁ ନିଷ୍ପତ୍ତି ହୋଇଛି। ଫେଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ମେଡିକାଲ ଆସୋସିଏଶନ(ଏଫ୍‌ଏଆଇଏମ୍‌ଏ) ଆସନ୍ତା ୯ରୁ ଦେଶବ୍ୟାପୀ ଅନଶନ କରିବାକୁ ଘୋଷଣା କରିଛି। ଅଗଷ୍ଟ ୯ରେ ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ […] The post ୯ରେ ଡାକ୍ତର ସଂଘର ଦେଶବ୍ୟାପୀ ଅନଶନ appeared first on Dharitri Odia News.

୯ରେ ଡାକ୍ତର ସଂଘର ଦେଶବ୍ୟାପୀ ଅନଶନ

ନୂଆଦିଲ୍ଲୀ,୮ା୧୦: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ନ୍ୟାୟ ଏବଂ କାର୍ଯ୍ୟସ୍ଥଳ ନିରାପତ୍ତା ଦାବିରେ ପଶ୍ଚିମବଙ୍ଗର ଜୁନିୟର ଡାକ୍ତରମାନଙ୍କ ଆମରଣ ଅନଶନ ସୋମବାର ତୃତୀୟ ଦିନରେ ପହଞ୍ଚି ଥିବାବେଳେ ସେମାନଙ୍କ ସମର୍ଥନରେ ବୁଧବାରଠାରୁ ଦେଶବ୍ୟାପୀ ଅନଶନ ପାଇଁ ନିଷ୍ପତ୍ତି ହୋଇଛି।

ଫେଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ମେଡିକାଲ ଆସୋସିଏଶନ(ଏଫ୍‌ଏଆଇଏମ୍‌ଏ) ଆସନ୍ତା ୯ରୁ ଦେଶବ୍ୟାପୀ ଅନଶନ କରିବାକୁ ଘୋଷଣା କରିଛି। ଅଗଷ୍ଟ ୯ରେ ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ବେଳେ ବୁଧବାର ୨ ମାସ ପୂରିବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ ମୃତକଙ୍କ ପରିବାରକୁ ନ୍ୟାୟ ମିଳି ନ ଥିବା ବେଳେ ପଶ୍ଚିମବଙ୍ଗ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାନ୍ତି। ବ୍ୟାପକ ବିଚାର ବିମର୍ଶ ପରେ ଦେଶବ୍ୟାପୀ ଅନଶନ ଚଳାଇବାକୁ ନିଷ୍ପତ୍ତି ହୋଇଥିବା ଏଫ୍‌ଏଆଇଏମ୍‌ଏ ଅଧ୍ୟକ୍ଷ ଶୁଭ୍ରଙ୍କର ଦତ୍ତ କହିଛନ୍ତି।

The post ୯ରେ ଡାକ୍ତର ସଂଘର ଦେଶବ୍ୟାପୀ ଅନଶନ appeared first on Dharitri Odia News.