ଜାଣନ୍ତୁ କେଉଁ ଜିଲାରେ ଖୋଲିବ ସ୍କୁଲ, କେଉଁଠି ରହିବ ବନ୍ଦ

ଭୁବନେଶ୍ୱର,୧୭।୬: ପାଗ ବିଗୁଡୁଥିବାରୁ ସମଗ୍ର ରାଜ୍ୟରେ ଆସନ୍ତାକାଲି ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ବଦଳାଇଛନ୍ତି । ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲାପାଳଙ୍କ ଉପରେ ଛଡା ଯାଇଛି। ପାଣିପାଗର ସ୍ଥିତି ଦେଖି ଜିଲାପାଳମାନେ ସ୍କୁଲ ଖୋଲିପାରିବେ। ଏହି କ୍ରମରେ ଆସନ୍ତାକାଲି ଦେବଗଡ଼ ଜିଲାରେ ସକାଳୁଆ ସ୍କୁଲ ନେଇ ଡିଇଓ ସୂଚନା ଦେଇଛନ୍ତି। ସକାଳ ସାଢ଼େ ୬ରୁ ସାଢ଼େ ୧୦ ଯାଏ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆସନ୍ତାକାଲି ବାଲେଶ୍ୱରରେ ସ୍କୁଲ ବନ୍ଦ ରହିବ ବୋଲି ଜିଲାପାଳ […] The post ଜାଣନ୍ତୁ କେଉଁ ଜିଲାରେ ଖୋଲିବ ସ୍କୁଲ, କେଉଁଠି ରହିବ ବନ୍ଦ appeared first on Dharitri Odia News.

ଜାଣନ୍ତୁ କେଉଁ ଜିଲାରେ ଖୋଲିବ ସ୍କୁଲ, କେଉଁଠି ରହିବ ବନ୍ଦ

ଭୁବନେଶ୍ୱର,୧୭।୬: ପାଗ ବିଗୁଡୁଥିବାରୁ ସମଗ୍ର ରାଜ୍ୟରେ ଆସନ୍ତାକାଲି ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ବଦଳାଇଛନ୍ତି । ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲାପାଳଙ୍କ ଉପରେ ଛଡା ଯାଇଛି। ପାଣିପାଗର ସ୍ଥିତି ଦେଖି ଜିଲାପାଳମାନେ ସ୍କୁଲ ଖୋଲିପାରିବେ। ଏହି କ୍ରମରେ ଆସନ୍ତାକାଲି ଦେବଗଡ଼ ଜିଲାରେ ସକାଳୁଆ ସ୍କୁଲ ନେଇ ଡିଇଓ ସୂଚନା ଦେଇଛନ୍ତି। ସକାଳ ସାଢ଼େ ୬ରୁ ସାଢ଼େ ୧୦ ଯାଏ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଆସନ୍ତାକାଲି ବାଲେଶ୍ୱରରେ ସ୍କୁଲ ବନ୍ଦ ରହିବ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ୧୯ ତାରିଖରୁ ବାଲେଶ୍ୱରରେ ସକାଳ ସାଢ଼େ ୬ରୁ ସାଢ଼େ ୧୦ ଯାଏ ସ୍କୁଲ ଖୋଲା ରହିବ।  କେନ୍ଦୁଝର, ଜଗତ୍‌ସିଂହପୁର, ଅନୁଗୋଳରେ ସକାଳୁଆ ସ୍କୁଲ ହେବ। ଖୋର୍ଦ୍ଧା ଓ ପୁରୀରେ ମଧ୍ୟ ସକାଳୁଆ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ। ଅନ୍ୟପଟେ ଆସନ୍ତା ୨୦ ତାରିଖ ଯାଏ ଗଞ୍ଜାମ, ଭଦ୍ରକ ଓ ବରଗଡରେ ଆସନ୍ତା ତିନି ଦିନ ସ୍କୁଲ ଛୁଟି ଘୋଷଣା ହୋଇଛି। ୨୦ ତାରିଖ ଯାଏ ଜିଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଜିଲାପାଳ।

ସୂଚନାନୁଯାୟୀ, ରାଜ୍ୟ ସରକାର। ଆସନ୍ତାକାଲି ସମଗ୍ର ରାଜ୍ୟରେ ସ୍କୁଲ ଖୋଲିବା ପାଇଁ ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ପ୍ରସ୍ତୁତି କରାଯାଇଥିଲା। ହେଲେ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିକୁ ନେଇ ଚିନ୍ତାରେ ସ୍କୁଲ ଓ ଗଣ ଶିକ୍ଷାବିଭାଗ। ଶେଷରେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବଦଳାଇଛନ୍ତି। ପାଣିପାଗ ସ୍ଥିତି ଦେଖି ନିଷ୍ପତ୍ତି ନେବାକୁ ଜିଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

The post ଜାଣନ୍ତୁ କେଉଁ ଜିଲାରେ ଖୋଲିବ ସ୍କୁଲ, କେଉଁଠି ରହିବ ବନ୍ଦ appeared first on Dharitri Odia News.