ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ରେ ଖୋଲିଲା ଗୀତାଞ୍ଜଳି ସେଲୁନ୍‌

ଭୁବନେଶ୍ୱର,୨୩।୬(ଅନୁରାଧା ମହାରଣା): ଭାରତରେ ଅଗ୍ରଣୀ ବ୍ରାଣ୍ଡ୍‌ ଭାବେ ପରିଚିତ ଗୀତାଞ୍ଜଳି ସେଲୁନ୍‌ ଭୁବନେଶ୍ୱର ରସୁଲଗଡ଼ସ୍ଥିତ ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ରେ ଖୋଲିଛି। ଏଠାରେ ପ୍ରାୟ ୪୦୦୦ବର୍ଗଫୁଟ୍‌ ଅଞ୍ଚଳରେ ଅତ୍ୟାଧୁନିକ ଡିଜାଇନ୍‌ ସହ ପ୍ରସ୍ତୁତ ଏହି ସେଲୁନ୍‌ରେ ବିଳାସପୂର୍ଣ୍ଣ ସେବା ପ୍ରଦାନ କରାଯିବ ବୋଲି ଏହାର ପରିଚାଳନା ନିର୍ଦ୍ଦେଶକ ତଥା ସେଲିବ୍ରିଟି ହେୟାର ଡିଜାଇନର ସୁମିତ ଇସ୍ରାନି ସୂଚନା ଦେଇଛନ୍ତି। ଗୀତାଞ୍ଜଳି ସେଲୁନ୍‌ ନିକଟରେ ଲୋରାଲ ପ୍ରଫେସନାଲ ଦ୍ୱାରା ଇଣ୍ଡିଆନ ହେୟାର ଡ୍ରେସିଂ ଆଓ୍ବାର୍ଡରେ ବେଷ୍ଟ ହେୟାର କଲର ଓ […] The post ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ରେ ଖୋଲିଲା ଗୀତାଞ୍ଜଳି ସେଲୁନ୍‌ appeared first on Dharitri Odia News.

ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ରେ ଖୋଲିଲା ଗୀତାଞ୍ଜଳି ସେଲୁନ୍‌

ଭୁବନେଶ୍ୱର,୨୩।୬(ଅନୁରାଧା ମହାରଣା): ଭାରତରେ ଅଗ୍ରଣୀ ବ୍ରାଣ୍ଡ୍‌ ଭାବେ ପରିଚିତ ଗୀତାଞ୍ଜଳି ସେଲୁନ୍‌ ଭୁବନେଶ୍ୱର ରସୁଲଗଡ଼ସ୍ଥିତ ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ରେ ଖୋଲିଛି। ଏଠାରେ ପ୍ରାୟ ୪୦୦୦ବର୍ଗଫୁଟ୍‌ ଅଞ୍ଚଳରେ ଅତ୍ୟାଧୁନିକ ଡିଜାଇନ୍‌ ସହ ପ୍ରସ୍ତୁତ ଏହି ସେଲୁନ୍‌ରେ ବିଳାସପୂର୍ଣ୍ଣ ସେବା ପ୍ରଦାନ କରାଯିବ ବୋଲି ଏହାର ପରିଚାଳନା ନିର୍ଦ୍ଦେଶକ ତଥା ସେଲିବ୍ରିଟି ହେୟାର ଡିଜାଇନର ସୁମିତ ଇସ୍ରାନି ସୂଚନା ଦେଇଛନ୍ତି। ଗୀତାଞ୍ଜଳି ସେଲୁନ୍‌ ନିକଟରେ ଲୋରାଲ ପ୍ରଫେସନାଲ ଦ୍ୱାରା ଇଣ୍ଡିଆନ ହେୟାର ଡ୍ରେସିଂ ଆଓ୍ବାର୍ଡରେ ବେଷ୍ଟ ହେୟାର କଲର ଓ ପିପୁଲସ୍‌ ଚଏସ୍‌ ପୁରସ୍କାର ଜିତିଛି। ଉତ୍ତର ଭାରତରେ ସର୍ବୋତ୍ତମ ସେଲୁନ୍‌ ଚେନ୍‌, ସେଲୁନ୍‌ ଇଣ୍ଟେରିୟର ଡିଜାଇନର ଏବଂ ୟୋର କଲରରେ ସ୍ବୀକୃତିପ୍ରାପ୍ତ । ଏଠାରେ ଗ୍ରାହକ ହେୟାର କଟ୍‌ଠାରୁ ଆରମ୍ଭକରି ଉନ୍ନତ ଟ୍ରିଟ୍‌ମେଣ୍ଟ ଏବଂ ହେୟାର ଡାଏ ଆଦି ସେବା ପାଇପାରିବେ। ସେହିପରି ଉନ୍ନତ ସ୍କିନ୍‌ କେୟାର, ନେଲ୍‌ ଆର୍ଟ ଏବଂ ଏକ୍ସଟେନ୍ସନ୍‌ ଓ ସ୍ପା ଆଦିର ଗ୍ରାହକ ଲାଭ ଉଠାଇପାରିବେ। ଇଣ୍ଡଷ୍ଟ୍ରିରେ ୩୫ ବର୍ଷ ମଧ୍ୟରେ ଗୀତାଞ୍ଜଳିର ୪୦ରୁ ଅଧିକ ସହରରେ ୪ ହଜାରରୁ ଅଧିକ କ୍ରିଏଟିଭ୍‌ ଆର୍ଟିଷ୍ଟ ଏବଂ ପ୍ରଫେସନାଲ ଅଛନ୍ତି।

The post ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ରେ ଖୋଲିଲା ଗୀତାଞ୍ଜଳି ସେଲୁନ୍‌ appeared first on Dharitri Odia News.