ଏସ୍ବିଆଇ ପ୍ରପର୍ଟି ଏକ୍ସପୋ ଉଦ୍ଘାଟିତ
ଭୁବନେଶ୍ୱର,୧୦।୯ (ଅଭୟ ଦାଶ): ଭାରତୀୟ ଷ୍ଟେଟ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ପ୍ରପର୍ଟି ଏକ୍ସପୋ-୨୦୨୪ ଭୁବନେଶ୍ୱରର ୟୁନିଟ-୧ସ୍ଥିତ ଏସବିଆଇ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ଶାଖା ପରିସରରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଏସବିଆଇ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ (ସିଜିଏମ) ଦିନେଶ ପୃଥ୍ବୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସବିଆଇ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ପ୍ରବନ୍ଧକ (ଜିଏମ) ଏନ୍ଡବ୍ଲ୍ୟୁ-୧ ପୋନ୍ନାବାଲମ […] The post ଏସ୍ବିଆଇ ପ୍ରପର୍ଟି ଏକ୍ସପୋ ଉଦ୍ଘାଟିତ appeared first on Dharitri Odia News.
ଭୁବନେଶ୍ୱର,୧୦।୯ (ଅଭୟ ଦାଶ): ଭାରତୀୟ ଷ୍ଟେଟ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ପ୍ରପର୍ଟି ଏକ୍ସପୋ-୨୦୨୪ ଭୁବନେଶ୍ୱରର ୟୁନିଟ-୧ସ୍ଥିତ ଏସବିଆଇ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ଶାଖା ପରିସରରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଏସବିଆଇ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ (ସିଜିଏମ) ଦିନେଶ ପୃଥ୍ବୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସବିଆଇ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ପ୍ରବନ୍ଧକ (ଜିଏମ) ଏନ୍ଡବ୍ଲ୍ୟୁ-୧ ପୋନ୍ନାବାଲମ ଏମଙ୍କ ସମେତ ଉଭୟ ମଣ୍ଡଳ ଓ ଶାଖାର ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର ୟୁନିଟ-୧ ଏସବିଆଇ ଶାଖା ସମ୍ମୁଖରେ ଆୟୋଜିତ ଏସବିଆଇ ପ୍ରପର୍ଟି ଏକ୍ସପୋ-୨୦୨୪ରେ ୩୦ରୁ ଅଧିକ ବିଲଡରଙ୍କ ସମେତ ଅନ୍ୟମାନେ ମଧ୍ୟ ଯୋଗ ଦେଇଛନ୍ତି। ଏପରିକି ଏହି ପ୍ରଦର୍ଶନୀରେ ୩୦ଟି ପ୍ରତିଷ୍ଠିତ ଗୃହନିର୍ମାଣକାରୀ ସଂସ୍ଥା ସେମାନଙ୍କର ନୂତନ ତଥା ଆଗାମୀ ସ୍ବୀକୃତପ୍ରାପ୍ତ ହାଉସିଂ ପ୍ରକଳ୍ପଗୁଡିକୁ ପ୍ରଦର୍ଶନ କରିଥିଲେ। ଏପରିକି ଏଥିରେ ପ୍ରାୟ ୧୬୬ଟି ଏସବିଆଇ ଅନୁମୋଦିତ ପ୍ରକଳ୍ପ ସାମିଲ ଥିଲାବେଳେ ଏହି ଏକ୍ସପୋ ସକାଳ ୧୧ ଘଟିକାରୁ ରାତି ୯ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ପ୍ରଦର୍ଶନୀ ଉଦଘାଟନୀ ସମୟରେ ଆୟୋଜକ, ଅଂଶଗ୍ରହଣକାରୀ ଓ ଗ୍ରାହକଙ୍କ ସମେତ ଅନ୍ୟମାନେ ମଧ୍ୟ ଯୋଗ ଦେଇଥିଲେ।
The post ଏସ୍ବିଆଇ ପ୍ରପର୍ଟି ଏକ୍ସପୋ ଉଦ୍ଘାଟିତ appeared first on Dharitri Odia News.