ଏସ୍‌ବିଆଇର ସଚେତନତା ଅଭିଯାନ

ଭୁବନେଶ୍ୱର,୮।୪:ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଏସ୍‌ବିଆଇ)ର ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଏକ ସଚେତନତା ଅଭିଯାନର ଆୟୋଜନ କରାଯାଇଥିଲା। ବିଶେଷକରି ବିଶ୍ବ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ ଏସ୍‌ବିଆଇ ପକ୍ଷରୁ ଏହି ସଚେତନତା ଅଭିଯାନ ରବିବାର ବ୍ୟାଙ୍କର ସମସ୍ତ ଶାଖାରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏସ୍‌ବିଆଇର ଆଞ୍ଚଳିକ କାର୍ଯ୍ୟାଳୟ (ଓଡ଼ିଶା ପ୍ରଧାନ କାର୍ଯ୍ୟାଳୟ) ଭୁବନେଶ୍ବରଠାରେ ଏକ ଯୁମ୍ବା ଓ ଯୋଗ ଶିବିର ମଧ୍ୟ […] The post ଏସ୍‌ବିଆଇର ସଚେତନତା ଅଭିଯାନ appeared first on Dharitri Odia News.

ଏସ୍‌ବିଆଇର ସଚେତନତା ଅଭିଯାନ

ଭୁବନେଶ୍ୱର,୮।୪:ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଏସ୍‌ବିଆଇ)ର ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଏକ ସଚେତନତା ଅଭିଯାନର ଆୟୋଜନ କରାଯାଇଥିଲା। ବିଶେଷକରି ବିଶ୍ବ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ ଏସ୍‌ବିଆଇ ପକ୍ଷରୁ ଏହି ସଚେତନତା ଅଭିଯାନ ରବିବାର ବ୍ୟାଙ୍କର ସମସ୍ତ ଶାଖାରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏସ୍‌ବିଆଇର ଆଞ୍ଚଳିକ କାର୍ଯ୍ୟାଳୟ (ଓଡ଼ିଶା ପ୍ରଧାନ କାର୍ଯ୍ୟାଳୟ) ଭୁବନେଶ୍ବରଠାରେ ଏକ ଯୁମ୍ବା ଓ ଯୋଗ ଶିବିର ମଧ୍ୟ ଆୟୋଜିତ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଏସ୍‌ବିଆଇ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପୃଥୀଙ୍କ ତତ୍ତ୍ବାବଧାନରେ ଉପରୋକ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ପୃଥୀ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ ନିଜ ନିଜର ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଥିଲେ। ଏପରିକି ତାଲିମପ୍ରାପ୍ତ ପ୍ରଶିକ୍ଷକଙ୍କ ଦ୍ବାରା ବିଭିନ୍ନ ପ୍ରକାର ବ୍ୟାୟାମ ଅଭ୍ୟାସ ମଧ୍ୟ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୫୦ଜଣ କର୍ମଚାରୀଙ୍କ ସମେତ ବହୁ ଉଚ୍ଚ ଅଧିକାରୀ ଓ ଅନ୍ୟମାନେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମଟିକୁ ଏସବିଆଇର ମଣ୍ଡଳ ବିକାଶ ଅଧିକାରୀ ମନୋଜ କୁମାର ସିଂହ ପରିଚାଳନା କରିଥିଲେ।

The post ଏସ୍‌ବିଆଇର ସଚେତନତା ଅଭିଯାନ appeared first on Dharitri Odia News.