ଏସ୍‌ସି,ଏସ୍‌ଟି ଜମି କେଳେଙ୍କାରୀର ତଦନ୍ତ ହେବ: ମନ୍ତ୍ରୀ ପୂଜାରୀ

ଭବାନୀପାଟଣା,୧୫ା୮(ଉତ୍ତମ କୁମାର ଦାଶ): ଭାଜପା ସରକାର ଆସିବା ପରେ ରାଜ୍ୟର ଅନ୍ନଦାତା, ମହିଳା କଲ୍ୟାଣ, ଯୁବଗୋଷ୍ଠୀ, ଗରିବି ଇତ୍ୟାଦିକୁ ଗୁରୁତ୍ୱ ଦେଇଛି। ବିଗତ ସରକାରଙ୍କଠାରୁ ଭାଜପା ସରକାରଙ୍କ ବଜେଟ୍‌ ୨୪ ଶତକଡା ଅଧିକ ରହିଛି। କୃଷି କ୍ଷେତ୍ର ସହ ମହିଳା, ଯୁବବର୍ଗ, ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ପୂର୍ବ ସରକାରଠାରୁ ଅଧିକ ବଜେଟ ରଖିଛି। ତେବେ ଜୁନାଗଡ ତହସିଲରେ ହୋଇଥିବା ଏସ୍‌ସି,ଏସ୍‌ଟି ଜମି କେଳେଙ୍କାରୀର ତଦନ୍ତ କରାଯିବ ବୋଲି କଳାହାଣ୍ଡି ଜିଲା ଭବାନୀପାଟଣା ସହରର ଏକ ହୋଟେଲଠାରେ […] The post ଏସ୍‌ସି,ଏସ୍‌ଟି ଜମି କେଳେଙ୍କାରୀର ତଦନ୍ତ ହେବ: ମନ୍ତ୍ରୀ ପୂଜାରୀ appeared first on Dharitri Odia News.

ଏସ୍‌ସି,ଏସ୍‌ଟି ଜମି କେଳେଙ୍କାରୀର ତଦନ୍ତ ହେବ: ମନ୍ତ୍ରୀ ପୂଜାରୀ

ଭବାନୀପାଟଣା,୧୫ା୮(ଉତ୍ତମ କୁମାର ଦାଶ): ଭାଜପା ସରକାର ଆସିବା ପରେ ରାଜ୍ୟର ଅନ୍ନଦାତା, ମହିଳା କଲ୍ୟାଣ, ଯୁବଗୋଷ୍ଠୀ, ଗରିବି ଇତ୍ୟାଦିକୁ ଗୁରୁତ୍ୱ ଦେଇଛି। ବିଗତ ସରକାରଙ୍କଠାରୁ ଭାଜପା ସରକାରଙ୍କ ବଜେଟ୍‌ ୨୪ ଶତକଡା ଅଧିକ ରହିଛି। କୃଷି କ୍ଷେତ୍ର ସହ ମହିଳା, ଯୁବବର୍ଗ, ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ପୂର୍ବ ସରକାରଠାରୁ ଅଧିକ ବଜେଟ ରଖିଛି। ତେବେ ଜୁନାଗଡ ତହସିଲରେ ହୋଇଥିବା ଏସ୍‌ସି,ଏସ୍‌ଟି ଜମି କେଳେଙ୍କାରୀର ତଦନ୍ତ କରାଯିବ ବୋଲି କଳାହାଣ୍ଡି ଜିଲା ଭବାନୀପାଟଣା ସହରର ଏକ ହୋଟେଲଠାରେ ବୁଧବାର ଭାଜପା ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ସେ ଆହୁରି କହିଥିଲେ, ଜଙ୍ଗଲରେ ରହୁଥିବା ଆଦିବାସୀଙ୍କୁ ଜଙ୍ଗଲ କିସମର ଜମି ପଟ୍ଟା ପ୍ରଦାନ କରାଯିବ। ବର୍ତ୍ତମାନ ହୀରାକୁଦ ବନ୍ଧର ବାସଚ୍ୟୁତ ହୋଇଥିବା ଲୋକଙ୍କୁ ଖୋଜାଚାଲିଛି। ସେମାନଙ୍କୁ ୧୦ଡେସିମିଲ ଜାଗା ପ୍ରଦାନ କରାଯିବ। କଳାହାଣ୍ଡିରେ ମଧ୍ୟ ହୀରାକୁଦ ବିସ୍ଥାପିତ ଲୋକ ଅଛନ୍ତି। ସେତେବେଳେ ବିସ୍ଥାପିତ ହୋଇଥିବା ଅଜା, ପୁଅ ନ୍ୟାୟ ପାଇଲେ ନାହିଁ। କିନ୍ତୁ ଏଥର ତାଙ୍କ ନାତି ଓ ଅଣନାତିଙ୍କୁ ଏ ସରକାର ନ୍ୟାୟ ଦେବା ପାଇଁ ଚେଷ୍ଟା କରୁଛି। ନିର୍ବାଚନ ପୂର୍ବରୁ ଭାଜପା ଯାହା ଇସ୍ତାହାର ଆଣିଥିଲା ତାହା ବର୍ତ୍ତମାନ ପୂରଣ କରି ଚାଲିଛି ବୋଲି ସେ କହିଥିଲେ।
ଜୁନାଗଡ ତହସିଲରେ ହୋଇଥିବା ଏସ୍‌ସି,ଏସ୍‌ଟି ଜମି କେଳେଙ୍କାରୀର ତଦନ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଧରିତ୍ରୀରେ ଏ ସମ୍ପର୍କରେ ଖବର ପ୍ରକାଶିତ ପରେ ଜିଲାପାଳଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଗଣମାଧ୍ୟମ ଆଗରେ ସେ ସୂଚନା ଦେଇଥିଲେ। ଏହି ଜମି ଘୋଟାଲାରେ ଜୁନାଗଡର ଗୋଟିଏ ପରିବାରର ହାତ ରହିଥିବାବେଳେ ୩ଜଣ ଉପଜିଲାପାଳଙ୍କ ସମୟରେ ଏହା ହୋଇଛି। ଜିଲାପାଳଙ୍କ ତଦନ୍ତ ପରେ ଏହି ଘଟଣାରେ ସାମିଲ ଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ପୂଜାରୀ କହିଥିଲେ। ଖବରଦାତା ସମ୍ମିଳନୀରେ କଳାହାଣ୍ଡି ଏମ୍‌ପି ମାଳବିକା କେଶରୀ ଦେଓ, ଧର୍ମଗଡ ବିଧାୟକ ସୁଧୀର ପଟ୍ଟଯୋଷୀ, ଜିଲା ଭାଜପା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ପୂର୍ବତନ ଜିଲା ସଭାପତି ଦେବେନ୍ଦ୍ର ମହାନ୍ତି, ଭବେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

The post ଏସ୍‌ସି,ଏସ୍‌ଟି ଜମି କେଳେଙ୍କାରୀର ତଦନ୍ତ ହେବ: ମନ୍ତ୍ରୀ ପୂଜାରୀ appeared first on Dharitri Odia News.