ବରାହିପୁର ସରପଞ୍ଚ ନିଲମ୍ବିତ
ମାହାଙ୍ଗା,୨୮ା୧୦(ଯଯାତି ସିଂହ): କଟକ ଜିଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ବରାହିପୁର ପଞ୍ଚାୟତରେ ସରକାରୀ ଅର୍ଥ ତୋସାରପାତ ଅଭିଯୋଗରେ ସରପଞ୍ଚଙ୍କୁ ନିଲମ୍ବିତ କରାଯାଇଛି। ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଚିଠି (ନଂ.୨୪୩୨୪/୨୪-୧୦-୨୦୨୪) ଅନୁସାରେ ସରପଞ୍ଚ ରଶ୍ମିତା ସ୍ବାଇଁଙ୍କୁ ପଦବୀରୁ ହଟାଇ ଦିଆଯାଇଛି। ସୂଚନାଯୋଗ୍ୟ, ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନରେ ବରାହିପୁର ପଞ୍ଚାୟତର ରାଜୀବଗାନ୍ଧୀ ସେବା କେନ୍ଦ୍ର ଗୃହରେ ୨୦୨୩-୨୪ ଆର୍ଥିକ ବର୍ଷରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଲଗାଇବା ବାବଦରେ ସରପଞ୍ଚ ରଶ୍ମିତା ୧ ଲକ୍ଷ ୩୫ […] The post ବରାହିପୁର ସରପଞ୍ଚ ନିଲମ୍ବିତ appeared first on Dharitri Odia News.
ମାହାଙ୍ଗା,୨୮ା୧୦(ଯଯାତି ସିଂହ): କଟକ ଜିଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ବରାହିପୁର ପଞ୍ଚାୟତରେ ସରକାରୀ ଅର୍ଥ ତୋସାରପାତ ଅଭିଯୋଗରେ ସରପଞ୍ଚଙ୍କୁ ନିଲମ୍ବିତ କରାଯାଇଛି। ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଚିଠି (ନଂ.୨୪୩୨୪/୨୪-୧୦-୨୦୨୪) ଅନୁସାରେ ସରପଞ୍ଚ ରଶ୍ମିତା ସ୍ବାଇଁଙ୍କୁ ପଦବୀରୁ ହଟାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନରେ ବରାହିପୁର ପଞ୍ଚାୟତର ରାଜୀବଗାନ୍ଧୀ ସେବା କେନ୍ଦ୍ର ଗୃହରେ ୨୦୨୩-୨୪ ଆର୍ଥିକ ବର୍ଷରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଲଗାଇବା ବାବଦରେ ସରପଞ୍ଚ ରଶ୍ମିତା ୧ ଲକ୍ଷ ୩୫ ହଜାର ଟଙ୍କା ଉଠାଇଥିଲେ। ଏଥିରେ ବ୍ୟାପକ ଅର୍ଥ ହେରଫେର ହୋଇଥିବା ନେଇ କେତେଜଣ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଜିଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତଙ୍କୁ ଏଡ଼ାଇବା ପାଇଁ ଅଗଷ୍ଟ ୨୩ ତାରିଖରେ ସେବାକେନ୍ଦ୍ର ଗୃହରେ ଆଉ ୨ଟି ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଲଗାଇଥିଲେ। ଉଭୟ ଘଟଣାରେ ସରକାରୀ ତହବିଲରୁ ମୋଟ୍ ୨ଲକ୍ଷ ୭ ହଜାର ୨୪୮ ଟଙ୍କା ଖର୍ଚ୍ଚ ହୋଇଥିଲା। ତଦନ୍ତରେ ଅର୍ଥ ଅନିୟମିତତା ହୋଇଥିବା ନେଇ ଜଣାପଡ଼ିବା ପରେ ଜିଲାପାଳଙ୍କ ରିପୋର୍ଟକୁ ଆଧାର କରି ରଶ୍ମିତାଙ୍କୁ ପଦବୀରୁ ନିଲମ୍ବନ କରାଯାଇଛି। ଏହି ଘଟଣାରେ ବିଲ୍ କରିଥିବା ସମ୍ପୃକ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ନିରପେକ୍ଷ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।
The post ବରାହିପୁର ସରପଞ୍ଚ ନିଲମ୍ବିତ appeared first on Dharitri Odia News.