ଏସ୍ସିବିରେ ରୋଗୀ ସେବା ବିପର୍ଯ୍ୟସ୍ତ
କଟକ,୧୨ା୫(ଶିଳ୍ପା ପ୍ରିୟଦର୍ଶିନୀ)ଏସ୍ସିବି ମେଡିକାଲକୁ ଏମ୍ସ ପ୍ଲସ୍ରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ମେଡିକାଲର ଭିତ୍ତିଭୂମୀକୁ ସୁଦୃଢ କରାଯାଉଛି। ହେଲେ ଏଠାରେ ରୋଗୀସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ବିଭିନ୍ନ ସ୍ଥାନରୁ ଆସୁଥିବା ରୋଗୀଙ୍କୁ ଠିକ୍ଭାବେ ଚିକିତ୍ସା ସେବା ମିଳୁ ନ ଥିବାରୁ ସେମାନଙ୍କ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଦାବି କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏସ୍ସିବି ମେଡିକାଲକୁ […] The post ଏସ୍ସିବିରେ ରୋଗୀ ସେବା ବିପର୍ଯ୍ୟସ୍ତ appeared first on Dharitri Odia News.
କଟକ,୧୨ା୫(ଶିଳ୍ପା ପ୍ରିୟଦର୍ଶିନୀ)ଏସ୍ସିବି ମେଡିକାଲକୁ ଏମ୍ସ ପ୍ଲସ୍ରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ମେଡିକାଲର ଭିତ୍ତିଭୂମୀକୁ ସୁଦୃଢ କରାଯାଉଛି। ହେଲେ ଏଠାରେ ରୋଗୀସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ବିଭିନ୍ନ ସ୍ଥାନରୁ ଆସୁଥିବା ରୋଗୀଙ୍କୁ ଠିକ୍ଭାବେ ଚିକିତ୍ସା ସେବା ମିଳୁ ନ ଥିବାରୁ ସେମାନଙ୍କ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଦାବି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଏସ୍ସିବି ମେଡିକାଲକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରର ରୋଗୀମାନେ ଚିକିତ୍ସା ପାଇଁ ଆସୁଛନ୍ତି। ହେଲେ ଏଠାକାର କୌଣସି ବିଭାଗରେ ଇସିଜି ମେଶିନ ନ ଥିବାରୁ ପରୀକ୍ଷା ପାଇଁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷରେ ମେଡିକାଲ ପରିସର କାନ୍ଥରେ ଘରୋଇ ଲାବରେଟୋରିର ବିଜ୍ଞାପନ ଲଗାଯାଉଛି। ରୋଗୀମାନେ ଏସ୍ସିବିରେ ଠିକ୍ ଭାବେ ଚିକିତ୍ସା ସେବା ନ ପାଇଁ ବାଧ୍ୟ ହୋଇ ଘରୋଇ ଲାବରେଟୋରିକୁ ଯାଇ ଟଙ୍କା ଖର୍ଚ୍ଚ କରି ଚିକିତ୍ସିତ ହେଉଛନ୍ତି। ମେଡିକାଲ କର୍ତ୍ତୃପକ୍ଷ ଗଠନ କରିଥିବା ଅନ୍ତରୀଣ ସ୍କ୍ବାଡ୍ ଏଥିପ୍ରତି ନଜର ଦେଉନାହିଁ। ସେହିପରି ମେଡିକାଲର ମେଡିିସିନ ବିଭାଗରେ ଶତାଧିକ ରୋଗୀ ଭର୍ତ୍ତି ହେଉଥିବାବେଳେ ୬୦ଟି ଆଇସିୟୁ ବେଡ୍ ରହିଛି। ଅନେକ ସମୟରେ ଗୁରୁତର ରୋଗୀମାନେ ଆଇସିୟୁ ବେଡ୍ ପାଇବାରୁ ବଞ୍ଚିତ ହେଉଛନ୍ତି। ମେଡିକାଲର ପ୍ରତି ୱାର୍ଡରେ ୫୦ରୁ ଅଧିକ ଅକ୍ସିଜେନ ସିଲିଣ୍ଡର ଆବଶ୍ୟକ ଥିବାବେଳେ ଏବେ ପ୍ରାୟ ୩୦ଟି ସିଲିଣ୍ଡର ରହୁଛି। ଫଳରେ ଅକ୍ସିଜେନ ଆବଶ୍ୟକ କରୁଥିବା ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷରେ ଜେରକ୍ସ ମେଶିନ କୌଣସି ଆଉଟ୍ଡୋରରେ ଉପଲବ୍ଧ ନାହିଁ। ତେଣୁ ମେଡିକାଲ ବାହାରକୁ ଯାଇ ରୋଗୀଙ୍କ ସମ୍ପର୍କୀୟଙ୍କୁ ଜେରକ୍ସ କରିବାକୁ ପଡୁଛି। ମେଡିକାଲରେ ବିଭିନ୍ନ ପରୀକ୍ଷା କରିବା ପାଇଁ ଡାକ୍ତର ପ୍ରେସ୍କ୍ରାଇବ୍ କରୁଛନ୍ତି। ହେଲେ କୌଣସି କାରଣରୁ ରୋଗୀମାନେ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ପ୍ରତିଦିନ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଉପରୋକ୍ତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାଗୁଡିକର ସମାଧାନ ପାଇଁ କିଛିମାସ ପୂର୍ବରୁ ପିଜି ଛାତ୍ରୀଛାତ୍ରମାନେ ଏସ୍ସିବି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଲିଖିତ ଆକାରରେ ଜଣାଇଥିଲେ। ହେଲେ ଅଦ୍ୟାବଧି ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏନେଇ ଜଣେ ପିଜି ଛାତ୍ର ପରିଚୟ ଗୋପନ ରଖି କହିଛନ୍ତି, ଏସ୍ସିବି ମେଡିକାଲରେ ଅନେକ ଅବ୍ୟବସ୍ଥା ରହିଛି। ଏଥିରେ ସୁଧାର ଆଣିବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ପିଜି ଛାତ୍ରୀଛାତ୍ରମାନେ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଏସ୍ସିବି ମେଡିକାଲର ପ୍ରଶାସନିକ ଅଧିକାରୀ ଡା. ଅବିନାଶ ରାଉତଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
The post ଏସ୍ସିବିରେ ରୋଗୀ ସେବା ବିପର୍ଯ୍ୟସ୍ତ appeared first on Dharitri Odia News.