ଭୀଷଣ ନୁହେଁ ଅତି ଭୀଷଣ ହେବ ବାତ୍ୟା! ଶ୍ରୀମନ୍ଦିର ଉପର ଦୃଶ୍ୟ ଦେଖି ଲୋକ ଛାନିଆ…

ଭୁବନେଶ୍ୱର,୨୩।୧୦: ବାତ୍ୟାକୁ ନେଇ ପୁଣି ଆସିଛି ବଡ ଖବର । ବଙ୍ଗୋପସାଗରରେ ଗଭୀର ଅବପାତ, ବାତ୍ୟା ରୂପ ନେବା ପରେ ଏହା ଏବେ ୧୫ କିଲୋମିଟର ବେଗରେ ଉତ୍ତର- ପଶ୍ଚିମ ଦିଗରେ ଆଗକୁ ମାଡି ଆସୁଛି। କ୍ରମେ ଏହାର ଭୀଷଣ ବାତ୍ୟା ରୂପ ନେଇ ଧାମରାରୁ ଭିତରକନିକା ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ବାତ୍ୟା ୧୮ କିଲୋମିଟର ବେଗରେ ଗତି କରୁଥିବାବେଳେ ଏବେ ଏହାର ଗତିରେ ଧୀରତା […] The post ଭୀଷଣ ନୁହେଁ ଅତି ଭୀଷଣ ହେବ ବାତ୍ୟା! ଶ୍ରୀମନ୍ଦିର ଉପର ଦୃଶ୍ୟ ଦେଖି ଲୋକ ଛାନିଆ… appeared first on Dharitri Odia News.

ଭୀଷଣ ନୁହେଁ ଅତି ଭୀଷଣ ହେବ ବାତ୍ୟା! ଶ୍ରୀମନ୍ଦିର ଉପର ଦୃଶ୍ୟ ଦେଖି ଲୋକ ଛାନିଆ…

ଭୁବନେଶ୍ୱର,୨୩।୧୦: ବାତ୍ୟାକୁ ନେଇ ପୁଣି ଆସିଛି ବଡ ଖବର । ବଙ୍ଗୋପସାଗରରେ ଗଭୀର ଅବପାତ, ବାତ୍ୟା ରୂପ ନେବା ପରେ ଏହା ଏବେ ୧୫ କିଲୋମିଟର ବେଗରେ ଉତ୍ତର- ପଶ୍ଚିମ ଦିଗରେ ଆଗକୁ ମାଡି ଆସୁଛି। କ୍ରମେ ଏହାର ଭୀଷଣ ବାତ୍ୟା ରୂପ ନେଇ ଧାମରାରୁ ଭିତରକନିକା ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବରୁ ବାତ୍ୟା ୧୮ କିଲୋମିଟର ବେଗରେ ଗତି କରୁଥିବାବେଳେ ଏବେ ଏହାର ଗତିରେ ଧୀରତା ଆସି ୧୫ କିଲୋମିଟରକୁ ହ୍ରାସ ପାଇଛି । ଫଳରେ ସମୁଦ୍ର ଭିତରେ ଏହାର ଅଧିକ ଶକ୍ତିଶାଳୀ ହେଉଥିବା କୁହାଯାଉଛି । ଏବେ ସୁଦ୍ଧା ମିଳିଥିବା ପାଣିପାଗ ବିଭାଗ ସୂଚନା ମୁତାବକ, ଏବେ ଏହା ପାରାଦୀପ ଠାରୁ ୫୨୦ କିଲୋମିଟର ଦୂରରେ ରହିଛି । ସାଗରଦ୍ୱୀପଠାରୁ ଏହାର ଦୂରତା ୬୦୦ କିଲୋମିଟର ରହିଛି ।

ତେବେ ଏହାରି ଭିତରେ ପୁରୀ ଜଗନ୍ନାଥ ମନ୍ଦିର ଉପରେ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଉପରେ ଶହ ଶହ ପକ୍ଷୀ ଉଡୁଥିବାର ଦେଖିବାକୁ ମିଳିଛି। ରାତିରେ ଶ୍ରୀମନ୍ଦିର ଉପରେ ଏତେ ସଂଖ୍ୟକ ପକ୍ଷୀ ଶ୍ରୀମନ୍ଦିର ଉପରେ ଦେଖି ପର୍ଯ୍ୟଟକଙ୍କ ଠାରୁ ସାଧାରଣ ଲୋକ ତାଜୁବ ହୋଇ ଯାଇଛନ୍ତି। ଶହଶହ ପକ୍ଷୀ ପତିତପାବନ ବାନା ଚାରିପାଖେ ଗୋଲେଇ ହୋଇ ବୁଲୁଥିବାର ଦେଖାଯାଇଛି। ସମୁଦ୍ରରେ ବାତ୍ୟା ଯୋଗୁ ପକ୍ଷୀ ମାନେ ଦିଗ ପରିବର୍ତ୍ତନ କରିଥିବା ଅନେକେ ଅନୁମାନ କରୁଛନ୍ତି।

The post ଭୀଷଣ ନୁହେଁ ଅତି ଭୀଷଣ ହେବ ବାତ୍ୟା! ଶ୍ରୀମନ୍ଦିର ଉପର ଦୃଶ୍ୟ ଦେଖି ଲୋକ ଛାନିଆ… appeared first on Dharitri Odia News.