ଆବେଦନର ୪୮ ବର୍ଷ ପରେ ନିଯୁକ୍ତି ଅଫର

ଲଣ୍ଡନ: ଟିଜି ହୋଡ୍‌ସନ (୭୦) ନାମ୍ନୀ ଜଣେ ପୂର୍ବତନ ଷ୍ଟଣ୍ଟ ଓମ୍ୟାନ୍‌ ୪୮ ବର୍ଷ ପୂର୍ବେ ଏକ ମୋଟରସାଇକେଲ ଷ୍ଟଣ୍ଟ ରାଇଡର ଚାକିରି ପାଇଁ ଆବେଦନ କରିଥିଲେ। ତେବେ ଆବେଦନ କରିବାର ୪୮ ବର୍ଷ ପରେ ହୋଡ୍‌ସନ ସୋମବାର ତାଙ୍କର ନିଯୁକ୍ତି ପତ୍ରକୁ ଗ୍ରହଣ କରିଛନ୍ତି। ଦୀର୍ଘ ପ୍ରାୟ ୫ ଦଶନ୍ଧି ପରେ ଏହି ହଜିଯାଇଥିବା ନିଯୁକ୍ତି ପତ୍ର ଆସି ହୋଡ୍‌ସନଙ୍କ ନିକଟରେ ପହଞ୍ଚିଛି। ୧୯୭୬ ଜାନୁଆରୀରେ ହୋଡ୍‌ସନ ଏହି ଆବେଦନ କରିଥିବା ବେଳେ ଏତେବର୍ଷ ଧରି ଉକ୍ତ […] The post ଆବେଦନର ୪୮ ବର୍ଷ ପରେ ନିଯୁକ୍ତି ଅଫର appeared first on Dharitri Odia News.

ଆବେଦନର ୪୮ ବର୍ଷ ପରେ ନିଯୁକ୍ତି ଅଫର

ଲଣ୍ଡନ: ଟିଜି ହୋଡ୍‌ସନ (୭୦) ନାମ୍ନୀ ଜଣେ ପୂର୍ବତନ ଷ୍ଟଣ୍ଟ ଓମ୍ୟାନ୍‌
୪୮ ବର୍ଷ ପୂର୍ବେ ଏକ ମୋଟରସାଇକେଲ ଷ୍ଟଣ୍ଟ ରାଇଡର ଚାକିରି ପାଇଁ ଆବେଦନ କରିଥିଲେ। ତେବେ ଆବେଦନ କରିବାର ୪୮ ବର୍ଷ ପରେ ହୋଡ୍‌ସନ ସୋମବାର ତାଙ୍କର ନିଯୁକ୍ତି ପତ୍ରକୁ ଗ୍ରହଣ କରିଛନ୍ତି। ଦୀର୍ଘ ପ୍ରାୟ ୫ ଦଶନ୍ଧି ପରେ ଏହି ହଜିଯାଇଥିବା ନିଯୁକ୍ତି ପତ୍ର ଆସି ହୋଡ୍‌ସନଙ୍କ ନିକଟରେ ପହଞ୍ଚିଛି। ୧୯୭୬ ଜାନୁଆରୀରେ ହୋଡ୍‌ସନ ଏହି ଆବେଦନ କରିଥିବା ବେଳେ ଏତେବର୍ଷ ଧରି ଉକ୍ତ ନିଯୁକ୍ତି ପତ୍ରଟି ଡାକଘରର ଏକ ଡ୍ରୟର ପଛରେ ଫସି ରହିଥିଲା। ତେବେ ସୋମବାର ଏକ ହସ୍ତଲିଖନ ନୋଟ୍‌ ସହ ଏହି ନିଯୁକ୍ତିପତ୍ର ଆସି ହୋଡ୍‌ସନଙ୍କ ନିକଟରେ ପହଞ୍ଚିଛି। ଉକ୍ତ ନୋଟ୍‌ରେ ଲେଖା ହୋଇଛି, ଷ୍ଟେନସ୍‌ ପୋଷ୍ଟ ଅଫିସ୍‌ ଦ୍ୱାରା ବିଳମ୍ବିତ ବିତରଣ। ଏକ ଡ୍ରୟର ପଛରେ ଦୀର୍ଘ ବର୍ଷ ଧରି ପଡ଼ି ରହିଥିବାରୁ ବିତରଣରେ ବିଳମ୍ବ ଘଟିଥିବା ଦର୍ଶାଇ ପୋଷ୍ଟ ଅଫିସ ପକ୍ଷରୁ କ୍ଷମା ପ୍ରାର୍ଥନା ମଧ୍ୟ କରାଯାଇଛି।
ସମ୍ପୂର୍ଣ୍ଣ ଘଟଣାକୁ ନେଇ ହୋଡ୍‌ସନ କହିଛନ୍ତି, ଏହି ନିଯୁକ୍ତି ପତ୍ରର ଅପ୍ରତ୍ୟାଶିତ ଆଗମନ ଦ୍ୱାରା ସେ ତାଙ୍କ ଯୁବାବସ୍ଥାରେ ଦେଖିଥିବା ସ୍ବପ୍ନ ପୁଣି ଥରେ ପୁନଃଜାଗ୍ରତ କରିଛି। ଉକ୍ତ ମୋଟରସାଇକେଲ ଷ୍ଟଣ୍ଟ ରାଇଡର ଚାକିରି ପାଇଁ ଆବେଦନ କରିବା ସତ୍ତ୍ୱେ ମଧ୍ୟ ଜବ୍‌ ଲେଟର କାହିଁକି ଆସିଲା ନାହିଁ ତାହା ସେ ସର୍ବଦା ଭାବୁଥିଲେ ବୋଲି ହୋଡ୍‌ସନ କହିଛନ୍ତି। ସେ ଆହୁରି ମନେପକାଇ କହିଛନ୍ତି, ସେତେବେଳେ ଲଣ୍ଡନର ଏକ ଆପାର୍ଟମେଣ୍ଟରେ ସେ ରହୁଥିଲେ ଏବଂ ମୋଟରସାଇକେଲ ଷ୍ଟଣ୍ଟ ରାଇଡର ହେବା ପାଇଁ ଏହି ଆବେଦନ କରିଥିଲେ। ଦୀର୍ଘ ସମୟ ଧରି ସେ ଏହି ନିଯୁକ୍ତି ପତ୍ରକୁ ଉତ୍ସାହର ସହିତ ଅପେକ୍ଷା କରି ରହିଥିଲେ। ତେବେ ଏହା ଆସି ନ ଥିଲା, ଫଳରେ ସେ ନିରାଶ ହୋଇଥିବା ହୋଡ୍‌ସନ କହିଛନ୍ତି। ମୋଟରସାଇକେଲ ଷ୍ଟଣ୍ଟ ରାଇଡର୍‌ ହେବାକୁ ସେ ଦେଖିଥିବା ସ୍ବପ୍ନ ପୂରଣ ହୋଇ ପାରିଲା ନାହିଁ ବୋଲି ସେ କହିଛନ୍ତି।

The post ଆବେଦନର ୪୮ ବର୍ଷ ପରେ ନିଯୁକ୍ତି ଅଫର appeared first on Dharitri Odia News.