'ଏହା କଫି ସପ୍ ନୁହଁ, କୋର୍ଟ': ଓକିଲଙ୍କ ଉପରେ ବର୍ଷିଲେ CJI
ଆଜି ସୁପ୍ରିମକୋର୍ଟର ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଚାଲିଥିଲା। ଏହି ସମୟରେ ଓକିଲା 'yeah' ଶବ୍ଦ ବ୍ୟବହାର କରିଥିଲେ। ଏହାକୁ ନେଇ ରାଗି ଯାଇଥିଲେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼।
'ଏହା କୌଣସି କଫି ସପ୍ ନୁହେଁ। ଏହା ହେଉଛି କୋର୍ଟ।' ଏକ ମାମଲାର ଶୁଣାଣି ସମୟରେ ଏଭଳି କିଛି କହି ଓକିଲଙ୍କ ଉପରେ ବର୍ଷିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ।
ଆଜି ସୁପ୍ରିମକୋର୍ଟର ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଚାଲିଥିଲା। ଏହି ସମୟରେ ଓକିଲା 'yeah' ଶବ୍ଦ ବ୍ୟବହାର କରିଥିଲେ। ଏହାକୁ ନେଇ ରାଗି ଯାଇଥିଲେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ୍। ତାଙ୍କୁ ତାଗିଦ କରିବା ସହ ଏହା କୌଣସି କଫି ସପ୍ ନୁହେଁ, ଏହା ହେଉଛି କୋର୍ଟ ବୋଲି କହିଥିଲେ।
ପ୍ରକୃତରେ ୨୦୧୮ର ଏକ ଆବେଦନର ଶୁଣାଣି ସମୟରେ ଏହି ଘଟଣା ଘଟିଛି। ଯେଉଁଥିରେ ଓକିଲ ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କୁ ଏକ ପକ୍ଷକାର ଭାବରେ ନାମିତ କରିଥିଲେ। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ ଏହି ଆବେଦନର ଉପଯୁକ୍ତତା ଉପରେ ପ୍ରଶ୍ନ କରି କହିଛନ୍ତି ଯେ ସମ୍ବିଧାନର ଧାରା ୩୨ ଅନୁଯାୟୀ ଦାଏର କରାଯାଇପାରିବ ନାହିଁ, ଯାହା ନାଗରିକମାନଙ୍କୁ ସେମାନଙ୍କର ମୌଳିକ ଅଧିକାରର ଉଲ୍ଲଂଘନ ପାଇଁ ସାମ୍ବିଧାନିକ ପ୍ରତିକାର ପାଇଁ ଅନୁମତି ଦେଇଥାଏ।
ଏହି ମାମଲାରେ ଯୁକ୍ତି ଆଗକୁ ବଢ଼ିବା ପରେ ଓକିଲ ଅନୌପଚାରିକ ଭାଷା ପ୍ରୟୋଗ କରିବାକୁ ଲାଗିଥିଲେ। ସେ 'yeah yeah' (ହଁ ହଁ) ଶବ୍ଦ ବ୍ୟବହାର କରିଥିଲେ। ଏଥିରେ ତୁରନ୍ତ ସିଜେଆଇ ହସ୍ତକ୍ଷେପ କରି ତାଙ୍କୁ ତାଗିଦ କରିଥିଲେ।
ସେ ଓକିଲଙ୍କୁ କହିଥିଲେ ଯେ, “ଏହା କୌଣସି କଫି ସପ୍ ନୁହେଁ! ଏହା କୋର୍ଟ। 'yeah yeah'? 'yeah yeah' ଶବ୍ଦକୁ ନେଇ ମୋର ଆଲର୍ଜି। ଏହାକୁ ବରଦାସ୍ତ କରାଯାଇପାରିବ ନାହିଁ।” ନ୍ୟାୟିକ ପ୍ରକ୍ରିୟାରେ ଆନୁଷ୍ଠାନିକ ଭାଷାର ଆବଶ୍ୟକତା ଉପରେ ଆଲୋକପାତ କରି ସିଜେଆଇ ଏହା ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ।