ଏହା କେବଳ ଥିଲା ଟ୍ରେଲର,ସଲମାନଙ୍କ ଘର ବାହାରେ ଗୁଳି ଫୁଟିବା ଘଟଣାରେ ନିଜକୁ ଦାୟୀ କଲେ ଲରେନ୍ସ ବିଷ୍ଣୋଇ ଭାଇ
ମୁମ୍ବାଇ,୧୪।୪: ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣେୁାଇଙ୍କ ଭାଇ ଅନମୋଲ ବିଷ୍ଣୋଇ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇବା ପାଇଁ ନିଜକୁ ଦାୟୀ କରିଛନ୍ତି। ଆମେରିକାରେ ଅନମୋଲ ଅଛନ୍ତି। ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସଲମାନଙ୍କ ଘର ବାହାରେ ଗୁଳି ବିନିମୟ ପାଇଁ ସେ ନିଜକୁ ଦାୟୀ କରିଛନ୍ତି। ଏହା ମଧ୍ୟ କହିଛନ୍ତି ଯେ ସଲମାନଙ୍କ ଟ୍ରେଲର ଦେଖାଇବା ପାଇଁ ଆମେ ଏହି ଆକ୍ରମଣ କରିଛୁ। ଏହା ଆମର ପ୍ରଥମ ଏବଂ ଶେଷ […] The post ଏହା କେବଳ ଥିଲା ଟ୍ରେଲର,ସଲମାନଙ୍କ ଘର ବାହାରେ ଗୁଳି ଫୁଟିବା ଘଟଣାରେ ନିଜକୁ ଦାୟୀ କଲେ ଲରେନ୍ସ ବିଷ୍ଣୋଇ ଭାଇ appeared first on Dharitri Odia News.
ମୁମ୍ବାଇ,୧୪।୪: ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣେୁାଇଙ୍କ ଭାଇ ଅନମୋଲ ବିଷ୍ଣୋଇ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇବା ପାଇଁ ନିଜକୁ ଦାୟୀ କରିଛନ୍ତି। ଆମେରିକାରେ ଅନମୋଲ ଅଛନ୍ତି। ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସଲମାନଙ୍କ ଘର ବାହାରେ ଗୁଳି ବିନିମୟ ପାଇଁ ସେ ନିଜକୁ ଦାୟୀ କରିଛନ୍ତି। ଏହା ମଧ୍ୟ କହିଛନ୍ତି ଯେ ସଲମାନଙ୍କ ଟ୍ରେଲର ଦେଖାଇବା ପାଇଁ ଆମେ ଏହି ଆକ୍ରମଣ କରିଛୁ। ଏହା ଆମର ପ୍ରଥମ ଏବଂ ଶେଷ ଚେତାବନୀ।
ରବିବାର ସକାଳେ ମୁମ୍ବାଇର ସଲମାନ ଖାନଙ୍କ ଘର ବାହାରେ ମୋଟରସାଇକେଲରେ ଯାଉଥିବା ଦୁଇଜଣ ଅଜ୍ଞାତ ବ୍ୟକ୍ତି ଗୁଳି ଚଳାଇଥିଲେ। ଏହା ପରେ ପୋଲିସ ତାଙ୍କ ବାସଭବନରେ ସୁରକ୍ଷାକୁ କଡାକଡି କରିଛି। ପୋଲିସ କହିଛି ଯେ, ସକାଳ ପ୍ରାୟ ୫ଟା ସମୟରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଅବସ୍ଥିତ ‘ଗାଲାକ୍ସି ଆପାର୍ଟମେଣ୍ଟ’ ବାହାରେ ଦୁଇଜଣ ବ୍ୟକ୍ତି ଚାରିଟି ଗୁଳି ଚଳାଇ ପଳାଇ ଯାଇଥିଲେ। ସଲମାନଙ୍କ ଘର ଏହି ଆପାର୍ଟମେଣ୍ଟରେ ଅଛି। ପୋଲିସ ବର୍ତ୍ତମାନ ଘର ଚାରିପାଖରେ ସ୍ଥାପିତ ସିସିଟିଭି ଫୁଟେଜ ସ୍କାନ କରୁଛି।
ଅନମୋଲ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ଓମ ଜୟ ଶ୍ରୀ ରାମ, ଜୟ ଗୁରୁଜୀ ଜାମ୍ବେଶ୍ୱର, ଜୟ ଗୁରୁ ଦିନାନନ୍ଦ ସରସ୍ବତୀ, ଜୟ ଭାରତ। ଆମେ ଶାନ୍ତି ଚାହୁଁ। ଯଦି ଅତ୍ୟାଚାର ବିରୁଦ୍ଧରେ ନିଷ୍ପତ୍ତି ଯୁଦ୍ଧ ମାଧ୍ୟମରେ ନିଆଯାଏ, ତେବେ ଯୁଦ୍ଧ ଠିକ। ସଲମାନ ଖାନ, ଆମେ ତୁମକୁ ଏହା କହିଛି, ଏହା କେବଳ ଟ୍ରେଲରକୁ ଦେଖାଇବା ପାଇଁ କରାଯାଇଛି, ଯାହା ଦ୍ୱାରା ତୁମେ ବୁଝି ପାରିବ, ଆମର ଶକ୍ତିକୁ ପରୀକ୍ଷା କର ନାହିଁ ଏହା ହେଉଛି ପ୍ରଥମ ଏବଂ ଶେଷ ଚେତାବନୀ, ଏହା ପରେ ଖାଲି ଘରେ ଗୁଳି ଚାଳନା କରାଯିବ ନାହିଁ।
ଏହି ପୋଷ୍ଟରେ ଆହୁରି ମଧ୍ୟ କୁହାଯାଇଛି, ଆପଣ ଦାଉଦ ଇବ୍ରାହିମ ଏବଂ ଛୋଟା ଶକିଲଙ୍କୁ ଭଗବାନ ବୋଲି ବିବେଚନା କରିଛନ୍ତି, କିନ୍ତୁ ଆମେ ଅଧିକ କହିବାର ଅଭ୍ୟାସରେ ନାହୁଁ। ଲରେନ୍ସ ବିଷ୍ଣୋଇ ଗ୍ରୁପ, ଗୋଲ୍ଡି ବ୍ରାର ଗ୍ରୁପ, କାଲା ଜଥେଡି ଗ୍ରୁପ।
The post ଏହା କେବଳ ଥିଲା ଟ୍ରେଲର,ସଲମାନଙ୍କ ଘର ବାହାରେ ଗୁଳି ଫୁଟିବା ଘଟଣାରେ ନିଜକୁ ଦାୟୀ କଲେ ଲରେନ୍ସ ବିଷ୍ଣୋଇ ଭାଇ appeared first on Dharitri Odia News.