ଏହି ଅଟୋ ଚାଳକଙ୍କ ନାଁରେ ଅଭିଯୋଗ, ନିଶା ଦେଇ କରୁଛନ୍ତି ଲୁଟ୍‌

ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିବା ଦେଖିଥିବେ କି ନିଶା ଦେଇ ଲୁଟେରାମାନେ କିଭଳି ଲୋକଙ୍କୁ ଲୁଟ କରିଛନ୍ତି l ଲୁଟ୍‌ ପରେ ନିଶାଗ୍ରସ୍ତ ଅବସ୍ଥାରେ ରାସ୍ତା କଡରେ ପିଙ୍ଗି ଦେଇ ଚାଲି ଯାଇଛନ୍ତି l ତେବେ ଆଜି ଏମିତି ଏକ ଅଟୋକୁ ଆପଣମାନଙ୍କ ସମ୍ମୁଖକୁ ଆଣୁଛୁ ଯାହାକି ଲୁଟ୍‌ର ବାହନ ବନିଥିଲା । ଆପଣମାନଙ୍କୁ ସତର୍କ କରିବା ଲାଗି ଏହି ଅଟୋଟିକୁ ଆମେ ଭଲ କରି ଦେଖାଇବୁ । ଆପଣମାନେ ନିଜେ ସତର୍କ ହେବେ ଆଉ […] The post ଏହି ଅଟୋ ଚାଳକଙ୍କ ନାଁରେ ଅଭିଯୋଗ, ନିଶା ଦେଇ କରୁଛନ୍ତି ଲୁଟ୍‌ appeared first on KNews Odisha.

ଏହି ଅଟୋ ଚାଳକଙ୍କ ନାଁରେ ଅଭିଯୋଗ, ନିଶା ଦେଇ କରୁଛନ୍ତି ଲୁଟ୍‌

ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିବା ଦେଖିଥିବେ କି ନିଶା ଦେଇ ଲୁଟେରାମାନେ କିଭଳି ଲୋକଙ୍କୁ ଲୁଟ କରିଛନ୍ତି l ଲୁଟ୍‌ ପରେ ନିଶାଗ୍ରସ୍ତ ଅବସ୍ଥାରେ ରାସ୍ତା କଡରେ ପିଙ୍ଗି ଦେଇ ଚାଲି ଯାଇଛନ୍ତି l ତେବେ ଆଜି ଏମିତି ଏକ ଅଟୋକୁ ଆପଣମାନଙ୍କ ସମ୍ମୁଖକୁ ଆଣୁଛୁ ଯାହାକି ଲୁଟ୍‌ର ବାହନ ବନିଥିଲା । ଆପଣମାନଙ୍କୁ ସତର୍କ କରିବା ଲାଗି ଏହି ଅଟୋଟିକୁ ଆମେ ଭଲ କରି ଦେଖାଇବୁ । ଆପଣମାନେ ନିଜେ ସତର୍କ ହେବେ ଆଉ ଅନ୍ୟକୁ ମଧ୍ୟ ସତର୍କ କରାଇ ପାରିବେ l ତେବେ ଏ ଅଟୋଟିର ଆଗ ସାମନା ପଟ ରଙ୍ଗ ଦେଖିବାକୁ ସବୁଜ । ଉପରେ ଛୋଟ ଧଳା ନାଲି ଗାର ପଡିଛି l ଅଟୋ ସାମ୍ନା କାଚର ଠିକ୍‌ ଉପରେ ‘ମା’ ଲେଖା ସହିତ ଇଂରାଜୀରେ ‘ଜୟ ଜଗନ୍ନାଥ’ ଲେଖା ହୋଇଛି l

ଗାଡି ଆଗରେ ନମ୍ବର ଲାଗିଛି । ଏହା ସହିତ ପଛରେ ମଧ୍ୟ ସେହି ନମ୍ବର ପ୍ଲେଟ୍‌ ଲାଗିବା ସହିତ ନାଲି ଧଳା ନୀଳ ଲଙ୍ଗର ଗାର ପଡିଛି l ଭିତରେ ଅଟୋର ଚାଳକ ସିଟ ତଳେ ଗୋଟିଏ ସିଲିଣ୍ଡର ଲାଗିଛି l ନାଲି ଧଳା ରଙ୍ଗ ସହିତ ଚାଳକ ସିଟ୍‌୍‌ଟି ଧଳା ରଙ୍ଗର । ସେଥିରେ କିଛି ଫୋନ ନମ୍ବର ଲେଖା ହୋଇଛି l ପଛରେ ଯାତ୍ରୀ ବସିବା ସିଟ୍‌୍‌ର ରଙ୍ଗ ସବୁଜ ଏବଂ ସିଟ ଚିରି ଯାଇ ସେଲୋ ଟେପ ଲଗା ଯାଇଛି l ଏହି ଅଟୋଟିକୁ ସମ୍ପୂର୍ଣ ନଜର କରନ୍ତୁ l ଭଲ ଭାବରେ ଦେଖି ରଖନ୍ତୁ l ଏହାର ନମ୍ବର ମଧ୍ୟ ଟିପି ରଖନ୍ତୁ । ଏହେଉଛି ସେହି ଅଟୋ ଯେଉଁ ଅଟୋରେ ଦୁଇ ଯୁବକ ଲୋକଙ୍କୁ ଲୁଟୁଥିଲେ । ସେମାନେ ହେଲେ ବୁଦ୍ଧିଆ ସ୍ୱାଇଁ ଓରଫ ବୁଦ୍ଧିଆ ଏବଂ ଗୁଡ଼ୁ ନାୟକ ଓରଫ ମୁନା । ରାସ୍ତାରେ ଯାଉଥିବା ଯୁବକ କିମ୍ବା ବୃଦ୍ଧମାନଙ୍କୁ ଆଗ ଅନୁମାନ କରନ୍ତି । ଏମାନଙ୍କ ପାଖରେ ଟଙ୍କା ଅଳଙ୍କାର ଅଛିକି ନାହିଁ ତାକୁ ଭଲ ଭାବେ ଲକ୍ଷ୍ୟ କରନ୍ତି l ତାପରେ ସେମାନଙ୍କୁ ଡାକି ନିଜ ଜାଲରେ ଫସାଇ ଏହି ଅଟୋରେ ବସାଇ କିଛି ବାଟ ଗଲା ପରେ ବନ୍ଧୁ ବନି ଯାଆନ୍ତି । ଚହଟ ଚିକ୍କଣ କଥା କହି ଲୋକଙ୍କୁ ଫସାଇ ଆପଣାର କରନ୍ତି l ତାପରେ ମଝି ବାଟରେ କୋଉଠି ଗାଡି ରଖି ଚାହା ପିଇବା ଆଳରେ ନିଶା ଟାବଲେଟ ମିଶାଇ ଯାତ୍ରୀମାନଙ୍କୁ ଦିଅନ୍ତି l ଯାତ୍ରୀ ବେହୋସ ହେଲା ପରେ ଏକ ନିଛାଟିଆ ସ୍ଥାନକୁ ନେଇ ତାଙ୍କ ଠାରୁ ସବୁ ଲୁଟି ନେଇ ଯାତ୍ରୀକୁ ରାସ୍ତା କଡ଼ରେ ଫିଙ୍ଗି ଦେଇ ଚାଲି ଯାଆନ୍ତି l ବୁଦ୍ଧିଆ ସ୍ୱାଇଁ ଆଉ ଗୁଡ୍ଡୁ ନାୟକ ଏଇ ନିକଟରେ ଜଣେ ବୃଦ୍ଧ ବ୍ୟବସାୟୀଙ୍କ ଠାରୁ ଠିକ୍‌ ଏଇ କୌଶଳରେ ଚାଳିଶ ହଜାର ଟଙ୍କା ଓ ଅନ୍ୟାନ୍ୟ ଜିନିଷ ଲୁଟି ନେଇଥିଲେ । ତାପରେ ଅଦରକାରୀ ଭଳି ବୃଦ୍ଧ ଜଣଙ୍କୁ କଟକ କନ୍ଦରପୁର ନିକଟରେ ଫୋପାଡ଼ି ଦେଇ ଚାଲି ଯାଇଥିଲେ l

ତେବେ ଘଟଣାର ଛାନବିନ୍‌ କରି ପୋଲିସ ଗୁଡ୍ଡୁ ନାୟକ ଏବଂ ବୁଦ୍ଧିଆ ସ୍ବାଇଁକୁ ଗିରଫ କରିଛି l ଏମାନଙ୍କ ନାମରେ ଆଗରୁ ଅନେକ ନିଶା ଦେଇ ଲୁଟ ମାମଲା ରହିଛି l ତେଣୁ ଆପଣମାନଙ୍କୁ ଏ ଅଟୋ ଜରିଆରେ ସଚେତନ କରାଉଛୁ । ଆଉ ଅନୁରୋଧ କରୁଛୁ କି ପୋଲିସ୍‌ ଏହି ଦୁଇ ପେସାଦାର ଲୁଟେରାଙ୍କ ଫଟୋ ସବୁ ଜାଗାରେ ମାରି ଲୋକଙ୍କୁ ସଚେତନ କରାଇବା ଦରକାର । ଅନ୍ୟପଟେ ଆମେ ଅଟୋଟିର ସମ୍ପୂର୍ଣ୍ଣ ତଥ୍ୟ ଆପଣମାନଙ୍କ ସମ୍ମୁଖରେ ରଖୁଛୁ । ଆପଣମାନେ ଯିବା ଆସିବା ବେଳେ ଏହି ଅଟୋଟିକୁ ନଜର କରିବେ । ଯଦି ନଜରକୁ କିଛି ଘଟଣା ଆସେ ତେବେ ନିକଟସ୍ଥ ପୋଲିସ ଷ୍ଟେସନ କିମ୍ବା 112 ନମ୍ବରକୁ ଜଣାନ୍ତୁ l ଯାହା ଫଳରେ ଅନ୍ୟ ଲୋକ ଓ ପୋଲିସ୍‌ ବି ସତର୍କ ହେବ । ତେବେ ଏଭଳି ଲୁଟରେ ଅଟୋର ସିନା କିଛି ଦୋଷ ନାହିଁ ହେଲେ ତାକୁ ବ୍ୟବହାର କରୁଥିବା ଲୋକ ହିଁ ଅପରାଧୀ । ତଥାପି ଜବତ ହୋଇଛି ଏହି ଅଟୋଟି ।

The post ଏହି ଅଟୋ ଚାଳକଙ୍କ ନାଁରେ ଅଭିଯୋଗ, ନିଶା ଦେଇ କରୁଛନ୍ତି ଲୁଟ୍‌ appeared first on KNews Odisha.