ଏହି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ
ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ୧୬ ବିଧାନସଭା ଏବଂ ୩ ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ କଂଗ୍ରେସ ୩ଟି ବିଧାନସଭା ଆସନରେ ଆଜି ପ୍ରାର୍ଥୀ ବଦଳାଇଥିବା ବେଳେ ଗୋଟିଏ ଲୋକ ସଭା ଆସନରେ ପ୍ରାର୍ଥୀ ବଦଳାଇଛି। କେନ୍ଦୁଝର ଲୋକ ସଭା ଆସନରୁ ପୂର୍ବରୁ କଂଗ୍ରେସ ମୋହନ ହେମ୍ବ୍ରମଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ତାଙ୍କ ବଦଳରେ ବିନୋଦ ବିହାରୀ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ସେହିପରି କଂଗ୍ରେସ କଣ୍ଟାମାଳ ବିଧାନସଭା ଆସନରେ ପୂର୍ବରୁ […] The post ଏହି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ appeared first on Dharitri Odia News.
ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ୧୬ ବିଧାନସଭା ଏବଂ ୩ ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ କଂଗ୍ରେସ ୩ଟି ବିଧାନସଭା ଆସନରେ ଆଜି ପ୍ରାର୍ଥୀ ବଦଳାଇଥିବା ବେଳେ ଗୋଟିଏ ଲୋକ ସଭା ଆସନରେ ପ୍ରାର୍ଥୀ ବଦଳାଇଛି। କେନ୍ଦୁଝର ଲୋକ ସଭା ଆସନରୁ ପୂର୍ବରୁ କଂଗ୍ରେସ ମୋହନ ହେମ୍ବ୍ରମଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ତାଙ୍କ ବଦଳରେ ବିନୋଦ ବିହାରୀ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି।
ସେହିପରି କଂଗ୍ରେସ କଣ୍ଟାମାଳ ବିଧାନସଭା ଆସନରେ ପୂର୍ବରୁ ମନୋଜ କୁମାର ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଆଜି ତାଙ୍କ ସ୍ଥାନରେ ଶରତ କୁମାର ପ୍ରଧାନଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଜୟଦେବରୁ ଜୟନ୍ତ କୁମାର ଭୋଇଙ୍କ ସ୍ଥାନରେ କୃଷ୍ଣ ଶଗରିଆଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ସେହିପରି କବିସୂର୍ଯ୍ୟନଗରରେ ବିପିନ ବିହାରୀ ସ୍ବାଇଁଙ୍କ ସ୍ଥାନରେ ସଞ୍ଜୟ କୁମାର ମଣ୍ଡଳଙ୍କୁ ବିଧାନସଭା ପ୍ରାର୍ଥୀ କରିଛି କଂଗ୍ରେସ।
The post ଏହି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ appeared first on Dharitri Odia News.