ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ
ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି। ଏହିପରି ସ୍ଥିତିରେ ପଟାଙ୍ଗୀ ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ, ବିଜେଡି ଏବଂ ଭାଜପା ନିଜ ନିଜର ଦଳୀୟ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ତେବେ ମଙ୍ଗଳବାର ଭାଜପା ପକ୍ଷରୁ ଜାରି ପ୍ରାର୍ଥୀ ତାଲିକାରେ ପଟ୍ଟାଙ୍ଗି ବିଧାନ ସଭା ପାଇଁ ପ୍ରାର୍ଥୀ ବଦଳାଯାଇଛି। ଚୈତନ୍ୟ ହନ୍ତାଳଙ୍କ ସ୍ଥାନରେ ଚୈତନ୍ୟ ନନ୍ଦିବାଲିଙ୍କୁ […] The post ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ appeared first on Dharitri Odia News.
ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି। ଏହିପରି ସ୍ଥିତିରେ ପଟାଙ୍ଗୀ ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ, ବିଜେଡି ଏବଂ ଭାଜପା ନିଜ ନିଜର ଦଳୀୟ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ତେବେ ମଙ୍ଗଳବାର ଭାଜପା ପକ୍ଷରୁ ଜାରି ପ୍ରାର୍ଥୀ ତାଲିକାରେ ପଟ୍ଟାଙ୍ଗି ବିଧାନ ସଭା ପାଇଁ ପ୍ରାର୍ଥୀ ବଦଳାଯାଇଛି। ଚୈତନ୍ୟ ହନ୍ତାଳଙ୍କ ସ୍ଥାନରେ ଚୈତନ୍ୟ ନନ୍ଦିବାଲିଙ୍କୁ ପ୍ରାର୍ଥୀ କରିଛି ଦଳ।
ସୂଚନା ମୁତାବକ, ପଟ୍ଟାଙ୍ଗି ନିର୍ବାଚନମଣ୍ଡଳୀ ପାଇଁ ଭୋଟର୍ଙ୍କଠାରୁ ଆରମ୍ଭ କରି ଦଳୀୟ କର୍ମୀଙ୍କ କ୍ଷେତ୍ରରେ ନୂତନ ଚେହେରା ପାଇଁ ଦାବି ହୋଇ ଆସୁଥିଲା। କଂଗ୍ରେସ ଓ ବିଜେଡି ତାର ପୁରୁଣା ପ୍ରାର୍ଥୀକୁ ନିର୍ବାଚନ ମଇଦାନକୁ ଛାଡି ନିର୍ବାଚନ ପ୍ରଚାରକୁ ଜୋରଦାର କରିଛି। ଅନ୍ୟପକ୍ଷରେ ଭାଜପା କିନ୍ତୁ ନୂତନ ପ୍ରାର୍ଥୀ ଚୈତନ୍ୟ ହନ୍ତାଳକୁ ନିର୍ବାଚନ ମଇଦାନକୁ ଛାଡିଥିଲା। ଏହାକୁ ନେଇ ଦଳୀୟ କର୍ମୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଆଦିବାସୀ ସଙ୍ଗଠନମାନଙ୍କ କ୍ଷେତ୍ରରେ ଦେଖା ଦେଇଥିଲା ଅସନ୍ତୋଷ। ଦଳ ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀ ପ୍ରକୃତରେ ଆଦିବାସୀ ନୁହେଁ, ମିଥ୍ୟା ଆଦିବାସୀ ଜାତିଗତ ପ୍ରମାଣପତ୍ର ଦର୍ଶାଇ ବିଧାୟକ ପ୍ରାର୍ଥୀ ହୋଇଥିବା ହନ୍ତାଳଙ୍କୁ ପରିବର୍ତ୍ତନ କରି
ପ୍ରକୃତରେ ଯିଏ ଆଦିବାସୀ ତାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ଦାବି ଉଠିଥିଲା। ଯାହାକୁ ନେଇ ରାଜ୍ୟ ଭାଜପା ଦଳର ଉଚ୍ଚ ପଦାଧିକାରୀ ହରଡ଼ଘଣାରେ ପଡିଯାଇଥିଲା। ଉଠିଥିବା ଦାବି ଓ ବିରୋଧର ଉତ୍ତୋଳନକୁ ତର୍ଜମା କରି ଦଳ ପକ୍ଷରୁ ୨ ଜଣ ଆଇନଜୀବୀଙ୍କୁ ନେଇ ତଦନ୍ତକାରୀ ଦଳ ଗଠନ କାରାଯାଇଥିଲା। ଉକ୍ତ ତଦନ୍ତ ଦଳର ରିପୋର୍ଟକୁ ଆଧାର କରି ପୁର୍ବରୁ ଘୋଷଣା କରିଥିବା ଚୈତନ୍ୟ ହନ୍ତାଳକୁ ଦୀର୍ଘ ୧୫ ଦିନ ପରେ ବିଧାୟକ ପ୍ରାର୍ଥୀ ଅସିଦ୍ଧ ଘୋଷଣା କରି ତାଙ୍କ ସ୍ଥାନରେ ଜଣେ ପରଜା ସମ୍ପ୍ରଦାୟର ଉଚ୍ଚ ଶିକ୍ଷିତ ଯୁବକ ଚୈତନ୍ୟ ନନ୍ଦିବାଲିଙ୍କୁ ଦଳୀୟ
ପ୍ରାର୍ଥୀ ଭାବେ ଘୋଷଣା କରିଛି। ଏହାକୁ ନେଇ କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି। ବର୍ତ୍ତମାନ ଏହାକୁ ନେଇ ଉକ୍ତ ନିର୍ବାଚନ ମଣ୍ଡଳୀରେ ହନ୍ତାଳଙ୍କ ଭୂମିକାକୁ ନେଇ ଉଠିଛି ପ୍ରଶ୍ନ। ଚୈତନ୍ୟ ନନ୍ଦିବାଲି ୨୦୧୯ରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ୦୮ ହଜାର ୨୩୮ ଭୋଟ ପାଇଥିଲେ।
The post ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ appeared first on Dharitri Odia News.