ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ଏଆରଆଇ ନିଲମ୍ବିତ
ଭଦ୍ରକ,୧୦।୪(ସନାତନ ରାଉତ ): ନିର୍ବାଚନ କାର୍ଯ୍ୟରେ ଅବହେଳା ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶ ଅବମାନନା ପାଇଁ ଭଦ୍ରକ ଜିଲା ବନ୍ତ ତହସିଲର ଅତିରିକ୍ତ ରାଜସ୍ବ ନିରୀକ୍ଷକ (ଏଆରଆଇ) ନିଲମ୍ବିତ ହୋଇଛନ୍ତି। ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ମଙ୍ଗଳବାର ରାତିରେ ଏଆରଆଇ ରାମଚନ୍ଦ୍ର ସାମଲଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି l ନିଲମ୍ବନ ସମୟ ପର୍ଯ୍ୟନ୍ତ ବିନା ଅନୁମତିରେ ତାଙ୍କ ପାଇଁ ସ୍ଥିର କରାଯାଇଥିବା ସଦରମହକୁମା ଜିଲାପାଳଙ୍କ କାର୍ଯ୍ୟାଳୟ ଛାଡି […] The post ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ଏଆରଆଇ ନିଲମ୍ବିତ appeared first on Dharitri Odia News.
ଭଦ୍ରକ,୧୦।୪(ସନାତନ ରାଉତ ): ନିର୍ବାଚନ କାର୍ଯ୍ୟରେ ଅବହେଳା ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶ ଅବମାନନା ପାଇଁ ଭଦ୍ରକ ଜିଲା ବନ୍ତ ତହସିଲର ଅତିରିକ୍ତ ରାଜସ୍ବ ନିରୀକ୍ଷକ (ଏଆରଆଇ) ନିଲମ୍ବିତ ହୋଇଛନ୍ତି। ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ମଙ୍ଗଳବାର ରାତିରେ ଏଆରଆଇ ରାମଚନ୍ଦ୍ର ସାମଲଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି l ନିଲମ୍ବନ ସମୟ ପର୍ଯ୍ୟନ୍ତ ବିନା ଅନୁମତିରେ ତାଙ୍କ ପାଇଁ ସ୍ଥିର କରାଯାଇଥିବା ସଦରମହକୁମା ଜିଲାପାଳଙ୍କ କାର୍ଯ୍ୟାଳୟ ଛାଡି ଯାଇପାରିବେନି ବୋଲି ଆଦେଶ କରାଯାଇଛି l ନିର୍ବାଚନ ସମୟରେ କୌଣସି କର୍ମଚାରୀଙ୍କ କର୍ତ୍ତବ୍ୟରେ ଅବହେଳା ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି l
The post ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ଏଆରଆଇ ନିଲମ୍ବିତ appeared first on Dharitri Odia News.