ଏହି କାରଣରୁ ଲଗାତାର ଫିଲ୍ମ ସାଇନ୍ କରନ୍ତି ନାହିଁ ଶ୍ରଦ୍ଧା, କହିଲେ-ମୁଁ ମୋ ମନର କଥା ଶୁଣେ

ମୁମ୍ଵାଇ ୨୨।୧୧; ସୋସିଆଲ ମିଡିଆରେ ସର୍ବାଧିକ ଫଲୋ କରାଯାଉଥିବା ବଲିଉଡ୍‌ ଷ୍ଟାର୍‌ଙ୍କ  ମଧ୍ୟରେ ଶ୍ରଦ୍ଧା କପୁର ଅନ୍ୟତମ । କାରଣ ସୋସିଆଲ ମିଡିଆରେ ସେ ଖୁବ୍‌  ସକ୍ରିୟ ଅଛନ୍ତି । ଗତ କିଛି ବର୍ଷ ମଧ୍ୟରେ ତାଙ୍କର ହାତଗଣତି ଫିଲ୍ମ ରିଲିଜ୍‌  ହୋଇଥିଲେ ମଧ୍ୟ ସୋସିଆଲ ମିଡିଆରେ ଶ୍ରଦ୍ଧା ଫ୍ୟାନ୍‌ଙ୍କ ସହ ସର୍ବଦା   ଯୋଡ଼ିହୋଇ ରହିଛନ୍ତି । ଶେଷ ଥର ‘ସ୍ତ୍ରୀ-୨’ରେ ସେ ନଜର ଆସିଥିଲେ ।  ଏହା ପୂର୍ବରୁ ଗତ ବର୍ଷ ‘ତୁ ଝୁଠି ମେଁ ମକ୍କାର୍‌’ରେ ରଣବୀର କପୁରଙ୍କ ସହ   ସ୍କ୍ରିନ୍‌ ଶେୟାର କରିଥିଲେ । ଏବେ ତାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟ ବିଷୟରେ ଫ୍ୟାନ୍‌ କିଛି ଜାଣନ୍ତି ନାହିଁ । ଏକ ସଦ୍ୟ ସାକ୍ଷାତକାରରେ ଏହି ରହସ୍ୟ ଉପରୁ  ନିଜେ ପରଦା ଉଠାଇଛନ୍ତି ଶ୍ରଦ୍ଧା । କହିଛନ୍ତି, ମୁଁ ଯାହା କରିବାକୁ ଚାହେଁ,  କରେ । ପଛକୁ ପଛ ଫିଲ୍ମ ସାଇନ୍‌ କରିବା ପାଇଁ ମୁଁ ବ୍ୟସ୍ତ ନୁହେଁ । ନିଜ  ହୃଦୟ କଥା ମୁଁ ଶୁଶୁଛି । ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବା ସମୟ ବିଷୟରେ ମଧ୍ୟ  ସେ ଆଲୋଚନା କରିଛନ୍ତି । ସେ କହିଛନ୍ତି, ବିଫଳତା ବାସ୍ତବରେ ଏକ ଖୁବ୍‌  ଶକ୍ତିଶାଳୀ ଶିକ୍ଷକ ଏବଂ ସଫଳତା ଅଭିମୁଖେ ପାଦ ରଖିବା  ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କ୍ୟାରିଅର ଆରମ୍ଭରେ  ମୁଁ ଅଗଣିତ ଅଡିସନ୍‌ ଦେଇଛି । କିଛି ଫିଲ୍ମ ପାଇଁ  ମୋତେ ଚୟନ କରାଯାଇଛି, ତା’ପରେ ବାହାର  କରାଯାଇଛି । ସେତେବେଳେ ଏହା ଅତ୍ୟନ୍ତ  ନୈରାଶ୍ୟଜନକ ଥିଲା । ତେବେ,  ଯାତ୍ରାରେ ଏ

ଏହି କାରଣରୁ ଲଗାତାର ଫିଲ୍ମ ସାଇନ୍ କରନ୍ତି ନାହିଁ ଶ୍ରଦ୍ଧା, କହିଲେ-ମୁଁ ମୋ ମନର କଥା ଶୁଣେ

ମୁମ୍ଵାଇ ୨୨।୧୧; ସୋସିଆଲ ମିଡିଆରେ ସର୍ବାଧିକ ଫଲୋ କରାଯାଉଥିବା ବଲିଉଡ୍‌ ଷ୍ଟାର୍‌ଙ୍କ  ମଧ୍ୟରେ ଶ୍ରଦ୍ଧା କପୁର ଅନ୍ୟତମ । କାରଣ ସୋସିଆଲ ମିଡିଆରେ ସେ ଖୁବ୍‌  ସକ୍ରିୟ ଅଛନ୍ତି । ଗତ କିଛି ବର୍ଷ ମଧ୍ୟରେ ତାଙ୍କର ହାତଗଣତି ଫିଲ୍ମ ରିଲିଜ୍‌  ହୋଇଥିଲେ ମଧ୍ୟ ସୋସିଆଲ ମିଡିଆରେ ଶ୍ରଦ୍ଧା ଫ୍ୟାନ୍‌ଙ୍କ ସହ ସର୍ବଦା   ଯୋଡ଼ିହୋଇ ରହିଛନ୍ତି । ଶେଷ ଥର ‘ସ୍ତ୍ରୀ-୨’ରେ ସେ ନଜର ଆସିଥିଲେ ।  ଏହା ପୂର୍ବରୁ ଗତ ବର୍ଷ ‘ତୁ ଝୁଠି ମେଁ ମକ୍କାର୍‌’ରେ ରଣବୀର କପୁରଙ୍କ ସହ   ସ୍କ୍ରିନ୍‌ ଶେୟାର କରିଥିଲେ । ଏବେ ତାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟ ବିଷୟରେ ଫ୍ୟାନ୍‌ କିଛି ଜାଣନ୍ତି ନାହିଁ । 

ଏକ ସଦ୍ୟ ସାକ୍ଷାତକାରରେ ଏହି ରହସ୍ୟ ଉପରୁ  ନିଜେ ପରଦା ଉଠାଇଛନ୍ତି ଶ୍ରଦ୍ଧା । କହିଛନ୍ତି, ମୁଁ ଯାହା କରିବାକୁ ଚାହେଁ,  କରେ । ପଛକୁ ପଛ ଫିଲ୍ମ ସାଇନ୍‌ କରିବା ପାଇଁ ମୁଁ ବ୍ୟସ୍ତ ନୁହେଁ । ନିଜ  ହୃଦୟ କଥା ମୁଁ ଶୁଶୁଛି । ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବା ସମୟ ବିଷୟରେ ମଧ୍ୟ  ସେ ଆଲୋଚନା କରିଛନ୍ତି । ସେ କହିଛନ୍ତି, ବିଫଳତା ବାସ୍ତବରେ ଏକ ଖୁବ୍‌  ଶକ୍ତିଶାଳୀ ଶିକ୍ଷକ ଏବଂ ସଫଳତା ଅଭିମୁଖେ ପାଦ ରଖିବା  ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କ୍ୟାରିଅର ଆରମ୍ଭରେ  ମୁଁ ଅଗଣିତ ଅଡିସନ୍‌ ଦେଇଛି । କିଛି ଫିଲ୍ମ ପାଇଁ  ମୋତେ ଚୟନ କରାଯାଇଛି, ତା’ପରେ ବାହାର  କରାଯାଇଛି । ସେତେବେଳେ ଏହା ଅତ୍ୟନ୍ତ  ନୈରାଶ୍ୟଜନକ ଥିଲା । 

ତେବେ,  ଯାତ୍ରାରେ ଏହି ସବୁ ଅନୁଭବ  ତାଙ୍କୁ ଆଜି ଏଠାରେ ପହଞ୍ଚାଇଛି  ବୋଲି ଶ୍ରଦ୍ଧାଙ୍କ ବିଶ୍ୱାସ । ଫ୍ୟାନ୍‌ଙ୍କ  ଭଲପାଇବା ଯୋଗୁ ଏହା ହୋଇପାରିଛି ବୋଲି  ସେ କହିଛନ୍ତି । କିନ୍ତୁ  ଆଗାମି ପ୍ରୋଜେକ୍ଟ  ବିଷୟରେ ସେ   ମୁହଁ ଖୋଲିନାହାନ୍ତି ।  ‘ପୁଷ୍ପା-୨’ରେ ଆଇଟମ୍‌  ନମ୍ବର ଅଫର୍‌ ଛାଡ଼ିବା  ପରେ ହ୍ରିତିକ୍। ଜୁନିୟର ଏନ୍‌ଟିଆର  ଷ୍ଟାରର୍‌ ‘ୱାର୍‌-୨’ରେ  ତାଙ୍କର ଏଣ୍ଟ୍ରିକୁ ନେଇ  ଚର୍ଚ୍ଚା ହେଉଛି । ଫିଲ୍ମ  ‘ଧୁମ୍‌-୪’ରେ ରଣବୀର  କପୁରଙ୍କ ସହ ପୁଣି  ଥରେ ସେ ସ୍କ୍ରିନ୍‌ ଶେୟାର  କରିବା ନେଇ ମଧ୍ୟ ଖୁବ୍‌  ଚର୍ଚ୍ଚା ହେଉଥିଲା ।