ଏହି ଗାଁରେ ପହଞ୍ଚି ତାଜୁବ ହେଲେ ବ୍ଲକ ଅଧ୍ୟକ୍ଷ: ଶୁଣିଲେ ଅଭିଯୋଗ
ଦାରିଙ୍ଗବାଡି, ୨୪ା୧୦(ଅରୁଣ ସାହୁ )-ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲାର ଦାରିଙ୍ଗିବାଡି ବ୍ଲକରେ ଏପରି ଗ୍ରାମ ଅଛି ଯେଉଁଠି ଲୋକେ ଏଯାଏ ମୌଳିକ ସୁବିଧା ସୁଯୋଗ ପାଇନାହାନ୍ତି। ସେଠାରେ ପ୍ରଶାସନ ପହଞ୍ଚତ୍ପାରିନି। ଏହି ଗ୍ରାମଟି ହେଲା ଶିର୍କାବର୍ଗ ପଞ୍ଚାୟତର ସାତାରୀପାଙ୍ଗା ଗ୍ରାମ। ଗ୍ରାମରେ ବିଦ୍ୟୁତ, ପାନୀୟଜଳ, ଅଙ୍ଗନୱାଡି କେନ୍ଦ୍ର ବିଦ୍ୟାଳୟ ନାହିଁ। ପକ୍କା ରାସ୍ତା, ନଳକୂପ, କୂପ, ବାର୍ଦ୍ଧକ୍ୟ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ସୁବିଧାରୁ ଗ୍ରାମବାସୀ ବଞ୍ଚତ୍ତ ହୋଇ ରହିଛନ୍ତି। ୭ […] The post ଏହି ଗାଁରେ ପହଞ୍ଚି ତାଜୁବ ହେଲେ ବ୍ଲକ ଅଧ୍ୟକ୍ଷ: ଶୁଣିଲେ ଅଭିଯୋଗ appeared first on Dharitri Odia News.
ଦାରିଙ୍ଗବାଡି, ୨୪ା୧୦(ଅରୁଣ ସାହୁ )-ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲାର ଦାରିଙ୍ଗିବାଡି ବ୍ଲକରେ ଏପରି ଗ୍ରାମ ଅଛି ଯେଉଁଠି ଲୋକେ ଏଯାଏ ମୌଳିକ ସୁବିଧା ସୁଯୋଗ ପାଇନାହାନ୍ତି। ସେଠାରେ ପ୍ରଶାସନ ପହଞ୍ଚତ୍ପାରିନି। ଏହି ଗ୍ରାମଟି ହେଲା ଶିର୍କାବର୍ଗ ପଞ୍ଚାୟତର ସାତାରୀପାଙ୍ଗା ଗ୍ରାମ। ଗ୍ରାମରେ ବିଦ୍ୟୁତ, ପାନୀୟଜଳ, ଅଙ୍ଗନୱାଡି କେନ୍ଦ୍ର ବିଦ୍ୟାଳୟ ନାହିଁ। ପକ୍କା ରାସ୍ତା, ନଳକୂପ, କୂପ, ବାର୍ଦ୍ଧକ୍ୟ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ସୁବିଧାରୁ ଗ୍ରାମବାସୀ ବଞ୍ଚତ୍ତ ହୋଇ ରହିଛନ୍ତି। ୭ କି.ମି. ଲମ୍ବିଥିବା କେକେ ପାହାଡ ଚଢି ପାଦଚଲା ରାସ୍ତାରେ ଚାଲିଚାଲି ଯିବା ପରେ ପଡେ ଏହି ଆଦିବାସୀ ଅଧ୍ୟୁଷିତ ସାତାରୀପାଙ୍ଗା ଗ୍ରାମ। ଗ୍ରାମରେ ପାଖାପାଖି ୨୦ ପରିବାର ବସବାସ କରନ୍ତି। ଗ୍ରାମକୁ ସ୍ବାସ୍ଥ୍ୟସେବା ଅପହଞ୍ଚ ଯୋଗୁ ଗ୍ରାମବାସୀ ଗୁଣିଗାରେଡି ଉପରେ ଭରସା କରନ୍ତି। ଶିର୍କାବର୍ଗ ପଞ୍ଚାୟତର ପଡୋଶୀ ଦନେକବାଡି ଗ୍ରାମର କିଛି ଲୋକ ଏ ସମ୍ପର୍କରେ ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନଙ୍କୁ ଅବଗତ କରାଇଥିଲେ। ତେବେ ବାତ୍ୟା ‘ଦାନା’ଆସୁଥିବାରୁ ପାହାଡ଼ ଉପରେ କିଭଳି ଲୋକେ ସୁରକ୍ଷିତ ଅଛନ୍ତି ଓ ସେମାନଙ୍କ ଅଭିଯୋଗ ଶୁଣିବାକୁ ଅଧ୍ୟକ୍ଷ ପ୍ରଧାନ ସାତାରୀପାଙ୍ଗା ଗ୍ରାମକୁ ଗୁରୁବାର ଗସ୍ତ କରିଥିଲେ। ପାହାଡ ଚଢି ପାଦଚଲା ରାସ୍ତାରେ ୭ କି.ମି. ଚାଲିଚାଲି ଯାଇ ଗ୍ରାମରେ ପହଞ୍ଚତ୍ ଗ୍ରାମବାସୀଙ୍କୁ ଭେଟିଥିଲେ। ପାଦରେ ଚାଲି ଚାଲି ୭ କିଲୋମିଟର ପହଞ୍ଚିଲା ପରେ ସେଠାରେ ଯାହା ଦେଖିଲେ ବ୍ଲକ ଅଧ୍ୟକ୍ଷ ଚକିତ ହୋଇଯାଇଥିଲେ।ସେଠାରେ ସେମାନଙ୍କ ଅଭିଯୋଗ ଶୁଣିିଥିଲେ। ପ୍ରଥମେ ଏହି ଗ୍ରାମକୁ ରାସ୍ତା ସଂଯୋଗୀକରଣ କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ବିଦ୍ୟୁତ୍, ପିଇବାପାଣି, ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କରିବାକୁ ସେ ଜିଲା ପ୍ରଶାସନକୁ ଜଣାଇ ପଦକ୍ଷେପ ନେବେ ବୋଲି ଲୋକଙ୍କୁ କହିଥିଲେ। ବ୍ଲକ ଅଧ୍ୟକ୍ଷଙ୍କ ସହ ଦାନେକବାଡି ଗ୍ରାମର ପ୍ରଦୀପ ବଳିୟାରସିଂ, ଦାସିଙ୍ଗବାଡିର ପୂର୍ବତନ ସମିତିସଭ୍ୟ ଧୀରେନ ପ୍ରଧାନ, ସୁଦର୍ଶନ ପ୍ରଧାନ, ବିକ୍ରମ ପ୍ରଧାନ, ଶିର୍କାବର୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୁନସ ପ୍ରଧାନ ଥିଲେ ।
The post ଏହି ଗାଁରେ ପହଞ୍ଚି ତାଜୁବ ହେଲେ ବ୍ଲକ ଅଧ୍ୟକ୍ଷ: ଶୁଣିଲେ ଅଭିଯୋଗ appeared first on Dharitri Odia News.