ଏହି ତାରିଖ ପର୍ଯ୍ୟନ୍ତ ସରକାରୀ ଅଧିକାରୀଙ୍କୁ ଛୁଟି ମନା
ଛତ୍ରପୁର, ୨୧।୧୦(ସନ୍ତୋଷ ପାଢ଼ୀ): ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ଗଞ୍ଜାମ ଜ଼ିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି। ୨୬ ପର୍ଯ୍ୟନ୍ତ ଗଞ୍ଜାମ ଜ଼ିଲାର ସମସ୍ତ ସରକାରୀ ଅଧିକାରୀଙ୍କୁ ଛୁଟି ମନା କରାଯାଇଛି। ଏନେଇ ଗଞ୍ଜାମ ଜ଼ିଲାପାଳ ଦିବ୍ୟଜ୍ୟୋତି ପରିଡା ନିର୍ଦ୍ଦେଶନାମା ଜାରି କରିଛନ୍ତି। ବିନା ଅନୁମତିରେ ହେଡ଼ର୍କ୍ୱାର୍ଟର ଛାଡିବା ମନା ରହିଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯିବାକୁ ମନା କରାଯାଇଛି l ସାଗର ମିତ୍ରମାନେ ଗ୍ରାମକୁ ଗ୍ରାମ ବୁଲି ମତ୍ସ୍ୟଜୀବୀମାନଙ୍କୁ ସଚେତନତା କରିବା […] The post ଏହି ତାରିଖ ପର୍ଯ୍ୟନ୍ତ ସରକାରୀ ଅଧିକାରୀଙ୍କୁ ଛୁଟି ମନା appeared first on Dharitri Odia News.
ଛତ୍ରପୁର, ୨୧।୧୦(ସନ୍ତୋଷ ପାଢ଼ୀ): ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ଗଞ୍ଜାମ ଜ଼ିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି। ୨୬ ପର୍ଯ୍ୟନ୍ତ ଗଞ୍ଜାମ ଜ଼ିଲାର ସମସ୍ତ ସରକାରୀ ଅଧିକାରୀଙ୍କୁ ଛୁଟି ମନା କରାଯାଇଛି। ଏନେଇ ଗଞ୍ଜାମ ଜ଼ିଲାପାଳ ଦିବ୍ୟଜ୍ୟୋତି ପରିଡା ନିର୍ଦ୍ଦେଶନାମା ଜାରି କରିଛନ୍ତି। ବିନା ଅନୁମତିରେ ହେଡ଼ର୍କ୍ୱାର୍ଟର ଛାଡିବା ମନା ରହିଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯିବାକୁ ମନା କରାଯାଇଛି l ସାଗର ମିତ୍ରମାନେ ଗ୍ରାମକୁ ଗ୍ରାମ ବୁଲି ମତ୍ସ୍ୟଜୀବୀମାନଙ୍କୁ ସଚେତନତା କରିବା ସହ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛନ୍ତି। ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସଚେତନ କରିବା ସହିତ ନିଜ ଡ଼ଙ୍ଗା, ଜାଲ ଆଦିକୁ ସୁରକ୍ଷିତ ଭାବେ ବାନ୍ଧି ରଖିବା ପାଇଁ ଆର୍ଯ୍ୟପଲ୍ଲୀ ଗ୍ରାମର ମତ୍ସ୍ୟଜୀବୀମାନଙ୍କୁ ସଚେତନ କରାଯାଇଛି l
The post ଏହି ତାରିଖ ପର୍ଯ୍ୟନ୍ତ ସରକାରୀ ଅଧିକାରୀଙ୍କୁ ଛୁଟି ମନା appeared first on Dharitri Odia News.