ଏହି ଦିନ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୫।୧୦:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୩ରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ପ୍ରଥମେ ଜନ୍ମମାଟି ମୟୂରଭଞ୍ଜ ଜିଲାକୁ ଯାଇ ବହୁ ପ୍ରତୀକ୍ଷିତ ୩ଟିି ନୂତନ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏନେଇ ମୟୂରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ମୟୂରଭଞ୍ଜ ଜିଲା ଗସ୍ତ କାର୍ଯ୍ୟକ୍ରମ ପରେ ୨୪ତାରିଖ ସକାଳ ୯ଟାରୁ ବାହାରି ପୁରୀ ଜିଲାସ୍ଥିତ ତାଳବଣିଆ ହେଲିପ୍ୟାଡ୍‌ରେ ଅବତରଣ କରିବେ। ସେଠାରୁ ଶ୍ରୀମନ୍ଦିର ଯାଇ […] The post ଏହି ଦିନ ଓଡ଼ିଶା ଆସିବେ ରାଷ୍ଟ୍ରପତି appeared first on Dharitri Odia News.

ଏହି ଦିନ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୫।୧୦:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୩ରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ପ୍ରଥମେ ଜନ୍ମମାଟି ମୟୂରଭଞ୍ଜ ଜିଲାକୁ ଯାଇ ବହୁ ପ୍ରତୀକ୍ଷିତ ୩ଟିି ନୂତନ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏନେଇ ମୟୂରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ମୟୂରଭଞ୍ଜ ଜିଲା ଗସ୍ତ କାର୍ଯ୍ୟକ୍ରମ ପରେ ୨୪ତାରିଖ ସକାଳ ୯ଟାରୁ ବାହାରି ପୁରୀ ଜିଲାସ୍ଥିତ ତାଳବଣିଆ ହେଲିପ୍ୟାଡ୍‌ରେ ଅବତରଣ କରିବେ। ସେଠାରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଭୁବନେଶ୍ୱରସ୍ଥିତ ଓଡ଼ିଶା ୟୁନିଭର୍ସିଟି ଅଫ୍‌ ଏଗ୍ରିକଲ୍‌ଚର ଆଣ୍ଡ ଟେକ୍ନୋଲୋଜିର ୪୦ତମ କନ୍‌ଭୋକେଶନ ଉତ୍ସବରେ ଯୋଗଦେବେ। ସେହିପରି ୨୫ତାରିଖ ସକାଳ ୯ଟା ୨୦ରେ ନୂତନ ଭାବେ ସ୍ଥାପିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି।

The post ଏହି ଦିନ ଓଡ଼ିଶା ଆସିବେ ରାଷ୍ଟ୍ରପତି appeared first on Dharitri Odia News.