ଏହି ଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି! ହେବ ଡିନର୍‌ ଆୟୋଜନ

ନୂଆଦିଲ୍ଲୀ,୩।୨:ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ସାକ୍ଷାତକୁ ନେଇ ଜୋରଦାର ଆଲୋଚନା ହେଉଛି। ଉଭୟ ବଡ଼ ନେତା ଫେବୃଆରୀ ୧୩, ୨୦୨୫ରେ ସାକ୍ଷାତ କରିପାରନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏହି ମାସରେ ଆମେରିକା ଗସ୍ତରେ ଯାଉଛନ୍ତି ଏବଂ ଏହି ସମୟରେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ପାଇଁ ଏକ ଡିନର୍‌ର ମଧ୍ୟ ଆୟୋଜନ କରିପାରନ୍ତି। ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ଗସ୍ତ ସମାପ୍ତ କରିବା ପରେ ୧୨ ଫେବୃଆରୀ ସନ୍ଧ୍ୟାରେ ୱାଶିଂଟନରେ ପହଞ୍ଚିବେ […] The post ଏହି ଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି! ହେବ ଡିନର୍‌ ଆୟୋଜନ appeared first on Dharitri Odia News.

ଏହି ଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି! ହେବ ଡିନର୍‌ ଆୟୋଜନ

ନୂଆଦିଲ୍ଲୀ,୩।୨:ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ସାକ୍ଷାତକୁ ନେଇ ଜୋରଦାର ଆଲୋଚନା ହେଉଛି। ଉଭୟ ବଡ଼ ନେତା ଫେବୃଆରୀ ୧୩, ୨୦୨୫ରେ ସାକ୍ଷାତ କରିପାରନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏହି ମାସରେ ଆମେରିକା ଗସ୍ତରେ ଯାଉଛନ୍ତି ଏବଂ ଏହି ସମୟରେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ପାଇଁ ଏକ ଡିନର୍‌ର ମଧ୍ୟ ଆୟୋଜନ କରିପାରନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ଗସ୍ତ ସମାପ୍ତ କରିବା ପରେ ୧୨ ଫେବୃଆରୀ ସନ୍ଧ୍ୟାରେ ୱାଶିଂଟନରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ସେ ୧୪ ଫେବୃଆରୀ ପର୍ଯ୍ୟନ୍ତ ଆମେରିକାରେ ରହିବେ। ସେ ଆମେରିକୀୟ କର୍ପୋରେଟ ନେତା ଏବଂ ସମ୍ପ୍ରଦାୟକୁ ମଧ୍ୟ ଭେଟିବେ ବୋଲି ଆଶା କରାଯାଉଛି। ପୂର୍ବରୁ ଟ୍ରମ୍ପ ମଧ୍ୟ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦି ଫେବୃଆରୀରେ ହୱାଇଟ ହାଉସ ଗସ୍ତ କରିପାରନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ଟେଲିଫୋନ ବାର୍ତ୍ତାଳାପ ବିଷୟରେ ଟ୍ରମ୍ପ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୋର ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଆଶା କରୁଛି ସେ ଆସନ୍ତା ମାସରେ ହ୍ବାଇଟ ହାଉସ ଆସିବେ। ଭାରତ ସହିତ ଆମର ବହୁତ ଭଲ ସମ୍ପର୍କ ରହିଛି।

The post ଏହି ଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି! ହେବ ଡିନର୍‌ ଆୟୋଜନ appeared first on Dharitri Odia News.