ଏହି ଦିନ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ: ବୋର୍ଡ ପକ୍ଷରୁ ସୂଚନା

କଟକ,୨୪।୫(କାର୍ତ୍ତିକ ସାହୁ):ଆସନ୍ତା ୨୬ରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଶୁକ୍ରବାର ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ୨୬ ତାରିଖ ସକାଳ ୧୦.୩୦ରେ ରେଜଲ୍ଟ ପ୍ରକାଶ ପାଇବ। ୧୧.୩୦ ସୁଦ୍ଧା ଓ୍ବେବ୍‌ସାଇଟ୍‌ରେ ରେଜଲ୍ଟ ମିଳିବ। www.bseodisha.ac.inରେ ଲଗ ଇନ କରି ରେଜଲ୍ଟ ଜାଣିପାରିବେ। ସେହିପରି ଇଣ୍ଟରନେଟ ସୁବିଧା ନ ଥିଲେ ଏସଏମଏସ ଜରିଆରେ ବି ରେଜଲ୍ଟ ଜାଣିପାରିବେ ପରୀକ୍ଷାର୍ଥୀ। ଏମଏସଏସରେ ରେଜଲ୍ଟ ଜାଣିବାକୁ ମୋବାଇଲରେ OR10 ପରେ ସ୍ପେସ ଦେଇ ରୋଲ ନମ୍ବର ଲେଖି 5676750 ନମ୍ବରକୁ […] The post ଏହି ଦିନ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ: ବୋର୍ଡ ପକ୍ଷରୁ ସୂଚନା appeared first on Dharitri Odia News.

ଏହି ଦିନ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ: ବୋର୍ଡ ପକ୍ଷରୁ ସୂଚନା

କଟକ,୨୪।୫(କାର୍ତ୍ତିକ ସାହୁ):ଆସନ୍ତା ୨୬ରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଶୁକ୍ରବାର ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ୨୬ ତାରିଖ ସକାଳ ୧୦.୩୦ରେ ରେଜଲ୍ଟ ପ୍ରକାଶ ପାଇବ। ୧୧.୩୦ ସୁଦ୍ଧା ଓ୍ବେବ୍‌ସାଇଟ୍‌ରେ ରେଜଲ୍ଟ ମିଳିବ। www.bseodisha.ac.inରେ ଲଗ ଇନ କରି ରେଜଲ୍ଟ ଜାଣିପାରିବେ। ସେହିପରି ଇଣ୍ଟରନେଟ ସୁବିଧା ନ ଥିଲେ ଏସଏମଏସ ଜରିଆରେ ବି ରେଜଲ୍ଟ ଜାଣିପାରିବେ ପରୀକ୍ଷାର୍ଥୀ। ଏମଏସଏସରେ ରେଜଲ୍ଟ ଜାଣିବାକୁ ମୋବାଇଲରେ OR10 ପରେ ସ୍ପେସ ଦେଇ ରୋଲ ନମ୍ବର ଲେଖି 5676750 ନମ୍ବରକୁ ପଠାଇବେ।
ପ୍ରଥମ ଥର ଡିଜିଟାଲ ସାର୍ଟିଫିକେଟ ଉପଲବ୍ଧ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ଅପରାହ୍ନ ୪ ସୁଦ୍ଧା ଡିଜିଟାଲ୍‌ ସାର୍ଟିଫକେଟ୍‌ ଛାତ୍ରୀଛାତ୍ର ଡାଉନଲୋଡ କରିପାରିବେ। ଅନଲାଇନ ଓ ହ୍ବାଟ୍ସଆପ୍‌ରେ ପାଇପାରିବେ ଡିଜିଟାଲ ସାର୍ଟିଫିକେଟ। ଏଥିପାଇଁ ଛାତ୍ରଛାତ୍ରୀ ମୋବାଇଲରୁ BSE/Hi ଲେଖି 7710058192ରେ ହ୍ବାଟ୍ସଆପ କରିବେ।ଏହାପରେ ଫୋନରେ ଆସୁଥିବା ଇନଷ୍ଟ୍ରକସନକୁ ଫଲୋ କରିବେ।
ସେହିଦିନ ମଧ୍ୟମା ଏବଂ ଏସ୍‌ଓଏସ୍‌ ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। ମେ ୨୯ରୁ ଜୁନ୍‌ ୫ ମଧ୍ୟରେ ଚେକିଂ ପାଇଁ ପିଲାମାନେ ଆବେଦନ କରିପାରିବେ।

The post ଏହି ଦିନ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ: ବୋର୍ଡ ପକ୍ଷରୁ ସୂଚନା appeared first on Dharitri Odia News.