ଏହି ଦିନ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା: ୧୦ରେ ଶପଥ

ଭୁବନେଶ୍ୱର, ୫ା୬(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠାରୁ ଭାଜପା ପ୍ରଚାର ସମୟରେ ଯାହାସବୁ ଘୋଷଣା କରିଥିଲା ତାକୁ ସଫଳ କରିବା ଲାଗି ଯୋଜନା ଆରମ୍ଭ କରିଦେଇଛି। ଦଳ କରିଥିବା ଘୋଷଣା ମୁତାବକ, ଆସନ୍ତା ୬ ତାରିଖରେ ଭାଜପା ବିଧାୟକମାନେ ଦଳର ନେତା କାହାକୁ କରିବେ ଏବଂ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ସେନେଇ ଘୋଷଣା କରିବେ ବୋଲି ଦଳ କହିଥିଲା। ସେହିକ୍ରମରେ ଭାଜପା ନେତାମାନଙ୍କୁ ନେଇ ଖୁବ୍‌ଶୀଘ୍ର ଏକ ବୈଠକ ଅନୁଷ୍ଠିତ ହେବ ବୋଲି […] The post ଏହି ଦିନ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା: ୧୦ରେ ଶପଥ appeared first on Dharitri Odia News.

ଏହି ଦିନ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା: ୧୦ରେ ଶପଥ

ଭୁବନେଶ୍ୱର, ୫ା୬(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠାରୁ ଭାଜପା ପ୍ରଚାର ସମୟରେ ଯାହାସବୁ ଘୋଷଣା କରିଥିଲା ତାକୁ ସଫଳ କରିବା ଲାଗି ଯୋଜନା ଆରମ୍ଭ କରିଦେଇଛି। ଦଳ କରିଥିବା ଘୋଷଣା ମୁତାବକ, ଆସନ୍ତା ୬ ତାରିଖରେ ଭାଜପା ବିଧାୟକମାନେ ଦଳର ନେତା କାହାକୁ କରିବେ ଏବଂ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ସେନେଇ ଘୋଷଣା କରିବେ ବୋଲି ଦଳ କହିଥିଲା। ସେହିକ୍ରମରେ ଭାଜପା ନେତାମାନଙ୍କୁ ନେଇ ଖୁବ୍‌ଶୀଘ୍ର ଏକ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଏଥିଲାଗି ମଝିରେ ଆଉ ଗୋଟିଏ ଦିନ ବାକିଥିବା ବେଳେ ବୁଧବାର ନୂଆଦିଲ୍ଲୀଠାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଏଥିରେ ଦଳର କେତେଜଣ ବରିଷ୍ଠ ନେତା ଯୋଗଦେବେ ବୋଲି ଶୁଣିବାକୁ ମିଳିଛି। ଅନ୍ୟପଟେ ଆସନ୍ତା ଗୁରୁବାର ଏନେଇ ଦଳ ପକ୍ଷରୁ ଘୋଷଣା କରାଯିବ ବୋଲି ଜଣାପଡୁଛି। ଦିଲ୍ଲୀରୁ ଜଣେ ବରିଷ୍ଠ ନେତା ଆସି ଗୁରୁବାର ଏ ବାବଦରେ ଘୋଷଣା କରିବେ।
ତେବେ ଭାଜପା ଏଥର ରାଜ୍ୟର ଜଣେ ଓଡ଼ିଆ ଝିଅ କିମ୍ବା ପୁଅଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ବୋଲି ଆଗରୁ ଘୋଷଣା କରିସାରିଛି। ତେଣୁ ଏହି ପଦବୀରେ କାହାକୁ ବସାଇବ ତାହା ଯଥେଷ୍ଟ ମାଇନା ରଖୁଛି। ବିଗତ ଦିନରେ ଅନେକ ରାଜ୍ୟରେ ଭାଜପା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଚଳିତ ୨୦୨୪ ନିର୍ବାଚନରେ ଦେଶରେ ବିରୋଧୀ ଏତେ ଶକ୍ତିଶାଳୀ ହୋଇସାରିଛନ୍ତି ଯେ ଓଡିଶାରେ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାରେ କିଭଳି ନିଷ୍ପତ୍ତି ନେଉଛି ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରିରହିଛନ୍ତି। ଅନ୍ୟପଟେ ଆସନ୍ତା ୧୦ ତାରିଖରେ ଭାଜପା ରାଜ୍ୟରେ ସରକାର ଗଠନ କରିବା ସହ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇସାରିଛି। ସେହିକ୍ରମରେ ଦଳ ଏବେଠାରୁ ନିଜର କାର୍ଯ୍ୟକ୍ରମ ଜାରି ରଖିଛି।

The post ଏହି ଦିନ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା: ୧୦ରେ ଶପଥ appeared first on Dharitri Odia News.