ଏହି ଦୁଇଟି ପ୍ଲାନର ଭାଲିଡିଟି ବଢ଼ାଇଲା BSNL, ଶେଷ ହେଲା ୩୮୦ ଦିନ ପାଇଁ ରିଚାର୍ଜର ଟେନସନ୍

BSNL ଏହାର ଦୁଇଟି ରିଚାର୍ଜ ପ୍ଲାନର ଭାଲିଡିଟି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ମାତୃ ଦିବସ ଅବସରରେ, ସରକାରୀ ଟେଲିକମ୍ କମ୍ପାନୀ ଦୁଇଟି ରିଚାର୍ଜ ପ୍ଲାନର ଭାଲିଡିଟି ୨୯ ଦିନ ବୃଦ୍ଧି କରିଛି । ଏହା ବ୍ୟତୀତ, ତିନୋଟି ରିଚାର୍ଜ ପ୍ଲାନ୍ ୟୁଜର୍ସମାନଙ୍କୁ ୧୨୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟରେ ପ୍ରଦାନ କରାଯାଉଛି । ଭାରତ ସଂଚାର ନିଗମ ଲିମିଟେଡ୍ ଏହାର ଅଫିସିଆଲ୍ X ହ୍ୟାଣ୍ଡେଲରୁ ଏହି ସୂଚନା ଦେଇଛି । BSNL ୧୯୯୯ ଟଙ୍କା ଏବଂ […] The post ଏହି ଦୁଇଟି ପ୍ଲାନର ଭାଲିଡିଟି ବଢ଼ାଇଲା BSNL, ଶେଷ ହେଲା ୩୮୦ ଦିନ ପାଇଁ ରିଚାର୍ଜର ଟେନସନ୍ appeared first on KNews Odisha.

ଏହି ଦୁଇଟି ପ୍ଲାନର ଭାଲିଡିଟି ବଢ଼ାଇଲା BSNL, ଶେଷ ହେଲା ୩୮୦ ଦିନ ପାଇଁ ରିଚାର୍ଜର ଟେନସନ୍
BSNL

BSNL ଏହାର ଦୁଇଟି ରିଚାର୍ଜ ପ୍ଲାନର ଭାଲିଡିଟି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ମାତୃ ଦିବସ ଅବସରରେ, ସରକାରୀ ଟେଲିକମ୍ କମ୍ପାନୀ ଦୁଇଟି ରିଚାର୍ଜ ପ୍ଲାନର ଭାଲିଡିଟି ୨୯ ଦିନ ବୃଦ୍ଧି କରିଛି । ଏହା ବ୍ୟତୀତ, ତିନୋଟି ରିଚାର୍ଜ ପ୍ଲାନ୍ ୟୁଜର୍ସମାନଙ୍କୁ ୧୨୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟରେ ପ୍ରଦାନ କରାଯାଉଛି । ଭାରତ ସଂଚାର ନିଗମ ଲିମିଟେଡ୍ ଏହାର ଅଫିସିଆଲ୍ X ହ୍ୟାଣ୍ଡେଲରୁ ଏହି ସୂଚନା ଦେଇଛି । BSNL ୧୯୯୯ ଟଙ୍କା ଏବଂ ୧୪୯୯ ଟଙ୍କାର ପ୍ରିପେଡ୍ ପ୍ଲାନରେ ଅଧିକ ଭାଲିଡିଟି ଦେବାକୁ ପ୍ରତିଶ୍ରୁତି ଦେଇଛି ।

କମ୍ପାନୀର ପୋଷ୍ଟ ଅନୁଯାୟୀ, ଯଦି ୟୁଜର୍ସମାନେ ୮ ମେ ଅର୍ଥାତ୍ ଆଜି ଠାରୁ ୧୪ ମଇ ମଧ୍ୟରେ BSNLର ୱେବସାଇଟ୍ କିମ୍ବା ସେଲ୍ଫ କେୟାର ଆପ୍ ରୁ ନିଜ ନମ୍ବର ରିଚାର୍ଜ କରନ୍ତି, ତେବେ ସେମାନଙ୍କୁ ଏହି ଦୁଇଟି ପ୍ରିପେଡ୍ ପ୍ଲାନରେ ପୂର୍ବ ଅପେକ୍ଷା ଅଧିକ ଭାଲିଡିଟି ପ୍ରଦାନ କରାଯିବ । BSNL ୧୧ ମେ ରବିବାର ଦିନ ମାତୃ ଦିବସ ଅବସରରେ ଉପଭୋକ୍ତାମାନଙ୍କୁ ଏହି ଅଫରର ଲାଭ ଦେଇଛି ।

୧୪୯୯ ଟଙ୍କିଆ ପ୍ଲାନ୍ :
ଭାରତ ସଞ୍ଚାର ନିଗମ ଲିମିଟେଡର ଏହି ରିଚାର୍ଜ ପ୍ଲାନ୍ ୧,୪୯୯ ଟଙ୍କାରେ ଉପଲବ୍ଧ । ଏହି ପ୍ରିପେଡ୍ ପ୍ଲାନରେ, ୟୁଜର୍ସମାନଙ୍କୁ ୩୩୬ ଦିନର ଭାଲିଡିଟି ପ୍ରଦାନ କରାଯାଉଛି । ହେଲେ ମଦର୍ସ ଡେ ଅଫର ଅଧୀନରେ, ୟୁଜର୍ସମାନେ ଏହି ପ୍ଲାନରେ ୩୬୫ ଦିନ ଅର୍ଥାତ୍ ପୂରା ଏକ ବର୍ଷ ପାଇଁ ଭାଲିଡିଟି ପାଇବେ । ଏହି ପ୍ଲାନରେ ଉପଲବ୍ଧ ଅଫର ବିଷୟରେ କହିବାକୁ ଗଲେ, ୟୁଜର୍ସମାନଙ୍କୁ ଅନଲିମିଟେଡ୍ କଲିଂ ଏବଂ ଫ୍ରି ନ୍ୟାସନାଲ୍ ରୋମିଂର ସୁବିଧା ମିଳିବ ।

ଏହି ପ୍ଲାନରେ BSNL ମୋଟ ୨୪GB ହାଇ ସ୍ପିଡ୍ ଡାଟା ପ୍ରଦାନ କରୁଛି । ଏହା ସହିତ, ୟୁଜର୍ସମାନଙ୍କୁ ପ୍ରତିଦିନ ୧୦୦ଟି ଫ୍ରି SMSର ସୁବିଧା ମଧ୍ୟ ମିଳିବ । BSNL ଏହାର ସମସ୍ତ ରିଚାର୍ଜ ପ୍ଲାନରେ BiTVର ଆକ୍ସେସ୍ ପ୍ରଦାନ କରେ । BSNLର ପ୍ଲାନ ସହିତ ୟୁଜର୍ସମାନେ ଏହାର ଆକ୍ସେସ୍ ପାଇବେ, ଯେଉଁଥିରେ ୟୁଜର୍ସମାନେ ସେମାନଙ୍କ ଫୋନରେ ୩୫୦ ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍ ଆକ୍ସେସ୍ କରିପାରିବେ ।

୧୯୯୯ ଟଙ୍କିଆ ପ୍ଲାନ୍ :
BSNLର ଏହି ପ୍ଲାନ୍ ୩୬୫ ଦିନର ବୈଧତା ସହିତ ଆସିଥାଏ । ହେଲେ କମ୍ପାନୀ ଏବେ ଏହି ପ୍ଲାନରେ ୩୮୦ ଦିନର ଭାଲିଡିଟି ପ୍ରଦାନ କରୁଛି । ଏଥିରେ ଉପଲବ୍ଧ ବେନିଫିଟ୍ସ ବିଷୟରେ କହିବାକୁ ଗଲେ, ୟୁଜର୍ସମାନେ ଏଥିରେ ମୋଟ ୬୦୦GB ହାଇ ସ୍ପିଡ୍ ଡାଟାର ସୁବିଧା ପାଆନ୍ତି । ଏହା ସହିତ, ୟୁଜର୍ସମାନଙ୍କୁ ଅନଲିମିଟେଡ୍ କଲିଂ ଏବଂ ଫ୍ରି ନ୍ୟାସନାଲ୍ ରୋମିଂର ସୁବିଧା ମିଳେ ।

The post ଏହି ଦୁଇଟି ପ୍ଲାନର ଭାଲିଡିଟି ବଢ଼ାଇଲା BSNL, ଶେଷ ହେଲା ୩୮୦ ଦିନ ପାଇଁ ରିଚାର୍ଜର ଟେନସନ୍ appeared first on KNews Odisha.