ଏହି ଦେଶକୁ ପୁଣି ଥରେ ଉଡ଼ାଣ ଆରମ୍ଭ କଲା ଏୟାର ଇଣ୍ଡିଆ, ଯୁଦ୍ଧ କାରଣରୁ ବନ୍ଦ ଥିଲା ବିମାନ ସେବା
ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ପକ୍ଷରୁ ଦେଶର ରାଜଧାନୀ ଦିଲ୍ଲୀରୁ ପୁଣି ଥରେ ଇସ୍ରାଏଲର ତେଲ୍ ଅଭିଭ୍ ପାଇଁ ବିମାନ ସେବା ପୁଣି ଥରେ ଆରମ୍ଭ କରାଯାଇଛି । ଏୟାର ଇଣ୍ଡିଆ ଦ୍ୱାରା ବୋଇଙ୍ଗ ୭୮୭ ବିମାନ ଦିଲ୍ଲୀରୁ ତେଲ୍ ଅଭିଭ୍ ମଧ୍ୟରେ ପରିଚାଳନା କରାଯିବ । ସପ୍ତାହରେ ତିନି ଦିନ ମଙ୍ଗଳବାର, ଗୁରୁବାର ଏବଂ ରବିବାର ଉଡାଣ ଭରିବ । ଉଲ୍ଲେଖଯୋଗ୍ୟ ଯେ ଏୟାର ଇଣ୍ଡିଆ ପକ୍ଷରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରୁ ସଂଧ୍ୟା ୪ଟାରୁ ଉଡାଣ ଭରିବ ଏବଂ ତେଲ ଅଭିଭ୍ ପହଞ୍ଚିବା ପାଇଁ ପ୍ରାୟ ୬ ଘଣ୍ଟା ୫୫ ମିନିଟ୍ ସମୟ ଲାଗିବ । ହମାସ୍ ଆତଙ୍କବାଦୀଙ୍କ ଦ୍ୱାରା ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ୍ ଉପରେ ଆକ୍ରମଣ କରିବା ପରେ ଏୟାର ଇଣ୍ଡିଆ ଦ୍ୱାରା ତେଲ ଅଭିଭ୍ ପାଇଁ ସମସ୍ତ ଉଡାଣ ରଦ୍ଦ କରାଯାଇଥିଲା । ଏହାପରେ ଏବେ ବିମାନ ସେବାକୁ ପୁଣି ଥରେ ଆରମ୍ଭ କରାଯାଇଛି । ପଢନ୍ତୁ: ଇସ୍ରାଏଲ୍ ସୀମାରେ ରହୁଥିବା ଭାରତୀୟଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କହିଲେ କେନ୍ଦ୍ର ସରକାର ଇସ୍ରାଏଲ୍ ସ୍ଥିତ ଭାରତର ଦୂତାବାସ ପକ୍ଷରୁ ମଙ୍ଗଳବାର ଭାରତୀୟ ନାଗରିକଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ଏଥିରେ ନାଗରିକଙ୍କୁ ଦେଶର ସୁରକ୍ଷିତ ଅଞ୍ଚଳରେ ରହିବା ପାଇଁ କୁହାଯାଇଛି । ଏହି ଆଡଭାଇଜରି ଏପରି ସମୟରେ ଜାରି କରାଯାଇଛି ଯେତେବେଳେ ଲେବନାନ ପକ୍ଷରୁ ହୋଇଥିବା ମିସାଇଲ୍ ମାଡ଼ରେ ଜଣେ ଭାରତୀୟ ନାଗରିକଙ୍କ ସମେତ ଦୁଇ ଜଣ ଆହତ
ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ପକ୍ଷରୁ ଦେଶର ରାଜଧାନୀ ଦିଲ୍ଲୀରୁ ପୁଣି ଥରେ ଇସ୍ରାଏଲର ତେଲ୍ ଅଭିଭ୍ ପାଇଁ ବିମାନ ସେବା ପୁଣି ଥରେ ଆରମ୍ଭ କରାଯାଇଛି । ଏୟାର ଇଣ୍ଡିଆ ଦ୍ୱାରା ବୋଇଙ୍ଗ ୭୮୭ ବିମାନ ଦିଲ୍ଲୀରୁ ତେଲ୍ ଅଭିଭ୍ ମଧ୍ୟରେ ପରିଚାଳନା କରାଯିବ । ସପ୍ତାହରେ ତିନି ଦିନ ମଙ୍ଗଳବାର, ଗୁରୁବାର ଏବଂ ରବିବାର ଉଡାଣ ଭରିବ । ଉଲ୍ଲେଖଯୋଗ୍ୟ ଯେ ଏୟାର ଇଣ୍ଡିଆ ପକ୍ଷରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରୁ ସଂଧ୍ୟା ୪ଟାରୁ ଉଡାଣ ଭରିବ ଏବଂ ତେଲ ଅଭିଭ୍ ପହଞ୍ଚିବା ପାଇଁ ପ୍ରାୟ ୬ ଘଣ୍ଟା ୫୫ ମିନିଟ୍ ସମୟ ଲାଗିବ ।
ହମାସ୍ ଆତଙ୍କବାଦୀଙ୍କ ଦ୍ୱାରା ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ୍ ଉପରେ ଆକ୍ରମଣ କରିବା ପରେ ଏୟାର ଇଣ୍ଡିଆ ଦ୍ୱାରା ତେଲ ଅଭିଭ୍ ପାଇଁ ସମସ୍ତ ଉଡାଣ ରଦ୍ଦ କରାଯାଇଥିଲା । ଏହାପରେ ଏବେ ବିମାନ ସେବାକୁ ପୁଣି ଥରେ ଆରମ୍ଭ କରାଯାଇଛି ।
ପଢନ୍ତୁ: ଇସ୍ରାଏଲ୍ ସୀମାରେ ରହୁଥିବା ଭାରତୀୟଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କହିଲେ କେନ୍ଦ୍ର ସରକାର
ଇସ୍ରାଏଲ୍ ସ୍ଥିତ ଭାରତର ଦୂତାବାସ ପକ୍ଷରୁ ମଙ୍ଗଳବାର ଭାରତୀୟ ନାଗରିକଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ଏଥିରେ ନାଗରିକଙ୍କୁ ଦେଶର ସୁରକ୍ଷିତ ଅଞ୍ଚଳରେ ରହିବା ପାଇଁ କୁହାଯାଇଛି । ଏହି ଆଡଭାଇଜରି ଏପରି ସମୟରେ ଜାରି କରାଯାଇଛି ଯେତେବେଳେ ଲେବନାନ ପକ୍ଷରୁ ହୋଇଥିବା ମିସାଇଲ୍ ମାଡ଼ରେ ଜଣେ ଭାରତୀୟ ନାଗରିକଙ୍କ ସମେତ ଦୁଇ ଜଣ ଆହତ ହୋଇଛନ୍ତି ।
The post ଏହି ଦେଶକୁ ପୁଣି ଥରେ ଉଡ଼ାଣ ଆରମ୍ଭ କଲା ଏୟାର ଇଣ୍ଡିଆ, ଯୁଦ୍ଧ କାରଣରୁ ବନ୍ଦ ଥିଲା ବିମାନ ସେବା appeared first on Prameya News7.