ଏହି ଦେଶରେ

ଅନୀତା ପଟ୍ଟନାୟକ ଥରେ  ଦୁଇବନ୍ଧୁ ଭାରତ ଭ୍ରମଣରେ ବାହାରିଲେ। ଜଣକର ନାମ ବିଭୁଦ ଓ ଅନ୍ୟ ଜଣଙ୍କର ନାମ ଦେବୀଦ। ସେମାନେ ସ୍ଥିର କଲେ ଯେ ଭାରତ ଭ୍ରମଣ ସାରି ପୁରୀରେ ଏକାଠି ହେବେ ଏବଂ ଦିଅଁଙ୍କ ଦର୍ଶନ ସରିବା ପରେ ଲକ୍ଷ୍ମୀ ମନ୍ଦିରରେ ବିଶ୍ରାମ ନେବା ସମୟରେ ଦୁଇ ଜଣଙ୍କର ଅଭିଜ୍ଞତା ପରସ୍ପର ସହିତ ବାଣ୍ଟିବେ। ଉଭୟ ବହୁଦିନ ପରେ ମିଳିତ ହୋଇଥିବାରୁ କୋଳାକୋଳି ହେଇ ଲକ୍ଷ୍ମୀ ମନ୍ଦିର ପାହାଚର ଏକ କୋଣରେ ବସିପଡ଼ିଲେ; ଯେପରି […] The post ଏହି ଦେଶରେ appeared first on Dharitri Odia News.

ଏହି ଦେଶରେ

ଅନୀତା ପଟ୍ଟନାୟକ

ଥରେ  ଦୁଇବନ୍ଧୁ ଭାରତ ଭ୍ରମଣରେ ବାହାରିଲେ। ଜଣକର ନାମ ବିଭୁଦ ଓ ଅନ୍ୟ ଜଣଙ୍କର ନାମ ଦେବୀଦ। ସେମାନେ ସ୍ଥିର କଲେ ଯେ ଭାରତ ଭ୍ରମଣ ସାରି ପୁରୀରେ ଏକାଠି ହେବେ ଏବଂ ଦିଅଁଙ୍କ ଦର୍ଶନ ସରିବା ପରେ ଲକ୍ଷ୍ମୀ ମନ୍ଦିରରେ ବିଶ୍ରାମ ନେବା ସମୟରେ ଦୁଇ ଜଣଙ୍କର ଅଭିଜ୍ଞତା ପରସ୍ପର ସହିତ ବାଣ୍ଟିବେ।
ଉଭୟ ବହୁଦିନ ପରେ ମିଳିତ ହୋଇଥିବାରୁ କୋଳାକୋଳି ହେଇ ଲକ୍ଷ୍ମୀ ମନ୍ଦିର ପାହାଚର ଏକ କୋଣରେ ବସିପଡ଼ିଲେ; ଯେପରି ଅନ୍ୟ ଯାତ୍ରୀମାନଙ୍କର ଯିବା ଆସିବାରେ କୌଣସି ଅସୁବିଧା ନ ହୁଏ। ପ୍ରଭୁଦ କହିଲା ଭାରତ ଭ୍ରମଣରେ ଏକ ଆଶ୍ଚର୍ଯ୍ୟ ଜିନିଷ ଦେଖିଲି। ଯୋଗୀ ଋଷିମାନଙ୍କର ଜୀବନୀ ରାସ୍ତାରେ ପଢ଼ିଲି। ଅନେକଙ୍କ ସହ ଆଲୋଚନା କଲି। ସମସ୍ତେ କହିଲେ ପିତୃଭକ୍ତିକୁ ଯଦି ତୁଳନା କରାଯାଏ ଭୀଷ୍ମ ରାମଚନ୍ଦ୍ରଙ୍କଠାରୁ ନିଶ୍ଚିତ ଭାବେ ଅଧିକ ହେବେ। ସମସ୍ତେ ମତ ଦେଲେ ଭୀଷ୍ମ ଏକ ପ୍ରେରଣାର ଉତ୍ସବ ଭାବେ ମହାଭାରତରେ ବର୍ଣ୍ଣିତ ହୋଇଛନ୍ତି ତେଣୁ ସେ ଗୃହୀତ ଓ ପୂଜିତ ହେବା ଉଚିତ। ବୃଦ୍ଧ ପିତାଙ୍କର କାମ ଭାବକୁ ତୃପ୍ତ କରିବାକୁ ଯାଇ ଖୁବ୍‌ ଆନନ୍ଦ ଓ ଉତ୍ସାହର ସହିତ ସ୍ବତଃସ୍ଫୁର୍ତ୍ତ ଭାବେ ବିନା ଆପତ୍ତିରେ ସାରା ଜୀବନ ପାଇଁ ନିଜର ଦାମ୍ପତ୍ୟ ଜୀବନ ତଥା ରାଜପଦରୁ ସେ ନିଜକୁ ବଞ୍ଚତ୍ତ କରିଥିଲେ। ସେ ନିଜର ପିତାଙ୍କର କାମଭାବକୁ ଅସଙ୍ଗତ କହି ନିଶ୍ଚିତ ଭାବରେ ଟାଳି ଦେଇପାରିଥାନ୍ତେ ଓ ଏଥିପାଇଁ ଇତିହାସ କେବେ ବି ତାଙ୍କୁ ଦୋଷ ଦେଇ ପାରି ନ ଥାନ୍ତା। କିନ୍ତୁ ଏ କ’ଣ? ସେ ବେଦବାଣୀକୁ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ ଓ ସେ ବେଦ ବାଣୀଟି ଥିଲା ‘ପିତୃ ଦେବୋ ଭବ’।
ଆଶ୍ଚର୍ଯ୍ୟର କଥା ଓଡ଼ିଶାରେ କିମ୍ବା ଅଯୋଧ୍ୟାରେ ବା ଅନ୍ୟାନ୍ୟ ସ୍ଥାନରେ ମୁଁ ଯେଉଁ ସ୍ଥାନକୁ ବୁଲିଗଲି କୌଣସିଠାରେ ଭୀଷ୍ମଙ୍କର ମନ୍ଦିର ଦେଖିଲି ନାହିଁ। ଚାରିଆଡ଼େ ରାମ, ସୀତା, ଲକ୍ଷ୍ମଣ ଓ ହନୁମାନଙ୍କର ମନ୍ଦିର ଦେଖିଲି। ଏହା ସତ୍ୟ ଯେ ରାମ ଜଣେ ପିତୃଭକ୍ତ ଥିଲେ ଓ ଲଙ୍କା ବିଜୟ ପରେ ଲକ୍ଷ୍ମଣ ଯେତେବେଳେ ସ୍ବର୍ଣ୍ଣଲଙ୍କା ତ୍ୟାଗ କରିବାକୁ ରାଜି ହୋଇ ନ ଥିଲେ ସେ ତାଙ୍କୁ ବୁଝାଇ କହିଥିଲେ ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’ ଓ ‘ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବ ଦେବତା’। ରାମ ସଦ୍‌ଗୁଣର ଆଧାର ଥିଲେ ଓ ଅଭ୍ୟାସ ବଳରେ ଜଣେ ଆଦର୍ଶ ପ୍ରଭୁ, ସ୍ବାମୀ, ଭ୍ରାତା, ବନ୍ଧୁ ଏପରି କି ଜଣେ ଆଦର୍ଶ ଶତ୍ରୁ ହୋଇପାରିଥିଲେ। ଏଥର ବିଭୁଦ କହିଲା ଆନନ୍ଦ ପାଇବା ପାଇଁ ସମସ୍ତଙ୍କର ଇଚ୍ଛା ସମସ୍ତେ ଫମ୍ପା ଆମୋଦ ପ୍ରମୋଦରେ ମାତିଛନ୍ତି। ଆନନ୍ଦ ନିଜ ଭିତରେ ନ ଖୋଜି ବାହାରେ ଖୋଜୁଛନ୍ତି। ମୁଁ ମଧ୍ୟ ତୁମପରି ଭ୍ରମଣ ସମୟରେ ଶାସ୍ତ୍ରଗୁଡ଼ିକର ଜୀବନ ଶିକ୍ଷାକୁ ଅଧ୍ୟୟନ କରୁଥିଲି ଓ ଲୋକଙ୍କ ସହ ଆଲୋଚନା କରୁଥିଲି। ସମସ୍ତଙ୍କର ମତ ଏକ ଥିଲା ଯେ ତିତୀକ୍ଷା, ଅସୀମତା, ବନ୍ଧନରୁ ମୁକ୍ତି, ପରମ ଓ ବିଶ୍ୱାତ୍ମକକୁ ଉପଲବ୍ଧି କଲେ ହିଁ କାମନାର ସନ୍ତୁଷ୍ଟି ହୋଇଥାଏ। ଦେଖିଲି ନୂତନ ବର୍ଷ ବିଭିନ୍ନ ରାଜ୍ୟରେ ପାଳନ କରାଯାଉଛି। ଆଲୋଚନା କରି ଜାଣିଲି ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ସମୟର ଦୈର୍ଘ୍ୟକୁ ବୁଝାଯାଏ। ସେକେଣ୍ଡ କହିଲେ ତା’ର ମୌଳିକ ପରିମାପକକୁ ବୁଝାଯାଏ। ଷାଠିଏଟି ସେକେଣ୍ଡରେ ଗୋଟିଏ ମିନିଟ ହୁଏ। ମିନିଟରୁ ଷାଠିଏ ମିଶିଲେ ଗୋଟିଏ ଘଣ୍ଟା ହୁଏ। ଚବିଶ ଘଣ୍ଟା ମିଶି ଗୋଟିଏ ଦିନ ଓ ତିରିଶଟି ଦିନରେ ଗୋଟିଏ ମାସ ଓ ମାସ ମାସ ହୋଇ ବାରମାସ ଚାଲିଗଲେ ମନୁଷ୍ୟ ବର୍ଷ ଚାଲିଗଲା ବୋଲି କୁହେ। ବାରମାସ ସରିଗଲେ ଆମେ ନୂତନ ବର୍ଷର ପ୍ରଥମ ମାସର ପ୍ରଥମ ଦିନକୁ ଆସୁ ଓ ଏହାକୁ ଅବସର ଦିବସ ଭାବେ ପାଳନ କରୁ। ପ୍ରକୃତରେ ନୂତନ ବର୍ଷରେ, କିଛି ନୂଆ ହୁଏ ନାହିଁ। ଯଦି ଗୋଟିଏ ନୂତନ ସମୟ ପାଳନ କରିବା କଥା ତେବେ ମିନିଟ, ଘଣ୍ଟା, ଦିନ ମାସ ଓ ବର୍ଷକୁ ଅପେକ୍ଷା କରିବା କ’ଣ ଦରକାର। ପ୍ରତି ସେକେଣ୍ଡକୁ କେହି ଆନନ୍ଦ ଲାଭ ପାଇଁ ପାଳନ କରୁନାହିଁ।
ମନ, ବୁଦ୍ଧି, ସ୍ମୃତିଶକ୍ତି, ବାକ୍‌ଶକ୍ତି, ସାହସ ଓ ବିବେକର ସହ ସଜ୍ଜିତ ହୋଇ ଆସିଥିବା ମଣିଷ କ୍ଷଣିକ ସୁଖ ପଛରେ ଧାଉଁଛି। ସୂର୍ଯ୍ୟ, ଚନ୍ଦ୍ରର ଉଜ୍ଜ୍ୱଳତାକୁ ଲୁଚାଇ ଦେଇ ଯେପରି ଅସ୍ଥାୟୀ ଛାୟା ସୃଷ୍ଟି କରନ୍ତି ମନୁଷ୍ୟ ମଧ୍ୟ କ୍ଷଣିକ ସୁଖ ପଛରେ ଧାଇଁ ବୁଲୁଛି। ମୁଁ ମଧ୍ୟ ଦେଖିଲି ପୁଅମାନେ ବାପ ସମ୍ପତ୍ତିରୁ ଭାଗ ଚାହୁଁଛନ୍ତି ଓ ତାଙ୍କ ଦୁଃଖରେ ଭାଗୀ ହେବାକୁ ଚାହୁଁ ନାହାନ୍ତି। ବାପା ମାଆଙ୍କର ଯାହା ଆବଶ୍ୟକ ସେହି ଉପଦେଶକୁ ମାନୁ ନାହାନ୍ତି। ଯେଉଁ ପିତାମାତା ଆମକୁ ଶରୀର ପ୍ରଦାନ କରିଛନ୍ତି କଥା, କର୍ମ ଓ ବ୍ୟବହାର ଦ୍ୱାରା ଆମେ ତାଙ୍କୁ ସମ୍ମାନିତ କରିବା ଉଚିତ। ଆମେ ଯେତେବେଳେ ଜାଗତିକ ପିତାଙ୍କ କଥା ଶୁଣୁ ନାହୁଁ ପରମପିତା ଆମର ପ୍ରାର୍ଥନା ଶୁଣିବେ କେମିତି?
ଆଉ ଏକ ଆଶ୍ଚର୍ଯ୍ୟଜନକ ଜିନିଷ ଭାରତ ଭ୍ରମଣ ସମୟରେ ଦେଖିଲି ମୃତ୍ୟୁକୁ ଭୟଙ୍କର ଦେବତା ଭାବେ ଚିତ୍ରଣ କରାଯାଇଛି। ଗୋଟିଏ ଅସୁର ମଇଁଷି ଚଢ଼ି ଫାଶ ଧରି ହଠାତ ମଣିଷ ପାଖରେ ପହଞ୍ଚତ୍ ଯାଆନ୍ତି। ଆଲୋଚନାରୁ ଜାଣିଲି ଏ ଫାଶ ମଣିଷର କୃତକର୍ମ। ସେ ହଠାତ୍‌ ପହଞ୍ଚତ୍ ନ ଥାଏ। ପୂର୍ବରୁ ସୂଚନା ଦିଅନ୍ତି ଯଥା ବାଳ ପାଚିବା, ଦାନ୍ତ ପଡ଼ିବା, ନ ଦିଶିବା, ଶୁଣା ନ ଯିବା, ଚର୍ମ ଲୋଳିତ ହେବା ଇତ୍ୟାଦି। ସେ କୌଣସି ପଶୁ ବାହନ ରୂପେ ବ୍ୟବହାର କରନ୍ତି ନାହିଁ। ତାଙ୍କର ଅନ୍ୟ ନାମ କାଳ। କାଳ ସ୍ଥିର ଗତିରେ ଆମ ଆଡ଼କୁ ମାଡ଼ି ଆସୁଛି। ଜୀବନର ସୂତ୍ରକୁ କାଟୁଛି। କର୍ମାନୁଯାୟୀ ଫଳ। ସେ ଫଳକୁ ପାଇବା ପାଇଁ ନିଜକୁ ଅଧିକ ବନ୍ଧନରେ ବାନ୍ଧିବା ଉଚିତ ନୁହେଁ। ଈଶ୍ୱରଙ୍କ ପାଦପଦ୍ମରେ ସମର୍ପଣ କଲେ ଯଥେଷ୍ଟ। ହେଲେ ଭାଇ ଶନି ମନ୍ଦିର ଦେଖିଲି ସିନା ଯମ ମନ୍ଦିର କେଉଁଠାରେ ଦେଖିଲି ନାହିଁ। ଏଥର ଦୁଇ ବନ୍ଧୁ ଉଠି ଆନନ୍ଦ ବଜାରକୁ ଗଲେ ପ୍ରସାଦ ସେବନ କରିବା ପାଇଁ।
ଅବସରପ୍ରାପ୍ତ ଅଧ୍ୟାପିକା, ସିଡିଏ, କଟକ, ମୋ : ୯୬୯୨୯୮୦୦୨୬

The post ଏହି ଦେଶରେ appeared first on Dharitri Odia News.