ମାଛ ବ୍ୟବସାୟୀଙ୍କ କବଳରେ ସଂରକ୍ଷିତ ଜଙ୍ଗଲ

କେନ୍ଦ୍ରାପଡ଼ା,୨୯ା୭ (ଜଗନ୍ନାଥ ଧଳ): ଜୈବ ବିବିଧତାଭରା ଜାତୀୟ ଉଦ୍ୟାନ ଭିତରକନିକା ଏବେ ନିଜର ମାନ ହରାଉଛି। ତଟକ୍ଷୟ, ଜଙ୍ଗଲ ଜମି ସମସ୍ୟା ଥିବାବେଳେ ସାମୁଦ୍ରିକ ଓ ଆଭ୍ୟନ୍ତର ଅଞ୍ଚଳ ଉପରେ ମାଛ ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ କାଂସପାଳ ନିକଟ ଗୋବରୀ ନଦୀ ଏବେ ମାଛ ରପ୍ତାନିର ମୁଖ୍ୟସ୍ଥଳ ପାଲଟିଛି। ସେହିପରି ଆଭ୍ୟନ୍ତର ଅଞ୍ଚଳରେ ବେଆଇନ ଭାବେ ଚିଙ୍ଗୁଡ଼ି ଓ ପିରାନା ପ୍ରଜାତିର ଚାଷକୁ ରୋକାଯାଇ ପାରୁନାହିଁ। ସଂରକ୍ଷିତ ଜଙ୍ଗଲ ମଧ୍ୟରେ […] The post ମାଛ ବ୍ୟବସାୟୀଙ୍କ କବଳରେ ସଂରକ୍ଷିତ ଜଙ୍ଗଲ appeared first on Dharitri Odia News.

ମାଛ ବ୍ୟବସାୟୀଙ୍କ କବଳରେ ସଂରକ୍ଷିତ ଜଙ୍ଗଲ

କେନ୍ଦ୍ରାପଡ଼ା,୨୯ା୭ (ଜଗନ୍ନାଥ ଧଳ): ଜୈବ ବିବିଧତାଭରା ଜାତୀୟ ଉଦ୍ୟାନ ଭିତରକନିକା ଏବେ ନିଜର ମାନ ହରାଉଛି। ତଟକ୍ଷୟ, ଜଙ୍ଗଲ ଜମି ସମସ୍ୟା ଥିବାବେଳେ ସାମୁଦ୍ରିକ ଓ ଆଭ୍ୟନ୍ତର ଅଞ୍ଚଳ ଉପରେ ମାଛ ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ କାଂସପାଳ ନିକଟ ଗୋବରୀ ନଦୀ ଏବେ ମାଛ ରପ୍ତାନିର ମୁଖ୍ୟସ୍ଥଳ ପାଲଟିଛି। ସେହିପରି ଆଭ୍ୟନ୍ତର ଅଞ୍ଚଳରେ ବେଆଇନ ଭାବେ ଚିଙ୍ଗୁଡ଼ି ଓ ପିରାନା ପ୍ରଜାତିର ଚାଷକୁ ରୋକାଯାଇ ପାରୁନାହିଁ। ସଂରକ୍ଷିତ ଜଙ୍ଗଲ ମଧ୍ୟରେ ମାଛ ବ୍ୟବସାୟୀଙ୍କ ନଜର ପଡ଼ିବାରୁ ସାମୁଦ୍ରିକ ଓ ବନ୍ୟପ୍ରାଣୀଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, କାଂସପାଳ ଫେରିଘାଟରୁ ପ୍ରତ୍ୟହ ଲକ୍ଷାଧିକ ଟଙ୍କାର ମାଛ କୋଲକାତା ଚାଲାଣ ହେଉଛି। କୋଲକାତା, ବାଲେଶ୍ୱର ଓ ଅନ୍ୟ ସ୍ଥାନର ଟ୍ରଲର ଏହି ମାଛ ରପ୍ତାନିରେ ବ୍ୟବହାର ହେଉଛି। ଏହି ଟ୍ରଲର ପାଇଁ ଗୋବରୀ ନଦୀ କୂଳ ଅତଡା ଖସୁଥିବାବେଳେ ଲୁଣା ଜଙ୍ଗଲକୁ ଧ୍ୱଂସ କରୁଛି। ଜମ୍ବୁ ବନାଞ୍ଚଳରୁ ମାତ୍ର ୫ କିଲୋମିଟର ଏହି ସ୍ଥାନ ହୋଇଥିବାବେଳେ ମେରାଇନ ଥାନାଠାରୁ ଦୂରତା ମାତ୍ର ୫.୫ କିଲୋମିଟର। ତନ୍ତିଆପାଳର ରମେଶ ସେଠୀ କହିଛନ୍ତି, ଜମ୍ବୁ ଲକ୍‌ଠାରେ ଏକ ଜେଟି ଅଛି। ଏଠାରେ ମଧ୍ୟ ଏହି ବ୍ୟବସାୟ ଚାଲିଛି। ତେବେ ବଡ଼ କଥା ହେଉଛି ଯେ ନିଷିଦ୍ଧାଞ୍ଚଳରେ ବଡ଼ ବଡ଼ ଟ୍ରଲର ଚାଲୁଥିଲେ ମଧ୍ୟ ଏହାର ଗତିକୁ ଅତିକ୍ରମ ପାଇଁ ବନ ବିଭାଗ, ସାମୁଦ୍ରିକ ଥାନାର ଆବଶ୍ୟକ ସ୍ପିଡ ବୋଟ ନାହିଁ। ରାଜନଗରର ପ୍ରତ୍ୟୁଷ କୁମାର ନାୟକ କହିଛନ୍ତି, ଭିତରକନିକାର ପରିବେଶକୁ ବନ ବିଭାଗର କର୍ମଚାରୀ ବେଶି ପରିମାଣରେ କ୍ଷତି କରୁଛନ୍ତି। ତଟାଞ୍ଚଳରେ ଚିଙ୍ଗୁଡି ଘେରି ସହ ପିରାନା ପ୍ରଜାତିର ମାଛ ଚାଷକୁ ପ୍ରୋତ୍ସାହିତ କରୁଛନ୍ତି। ଏପରି କି ଏ ପ୍ରକାର ମାଛଚାଷୀ ଓ ବ୍ୟବସାୟୀଙ୍କ ଭାଗୀଦାରି ହୋଇଛନ୍ତି। ନିଷିଦ୍ଧାଞ୍ଚଳରେ ଆବଶ୍ୟକ ପଦକ୍ଷେପ ନିଆ ଯାଉ ନ ଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଅଶୋକ କୁମାର ସାମଲ କହିଛନ୍ତି, ଭିତରକନିକାର ପରିବେଶ ସୁରକ୍ଷା ଏବେ ଅଣାୟତ୍ତ ହୋଇଛି। ଚିଙ୍ଗୁଡ଼ି ଘେରି ବଢ଼ି ଚାଲିଥିବାବେଳେ ୫ ବର୍ଷ ଧରି ରୂପଚାନ୍ଦି ମାଛ ଚାଷ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ହେଉଛି। ଜାତୀୟ ଉଦ୍ୟାନର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ନାଳ ଓ ପୋଖରୀରେ ମାଛଚାଷ ହେଉଥିବା ଯୋଗୁ ପରିବେଶ ସନ୍ତୁଳନ ରହିପାରୁନାହିଁ। ଜାତୀୟ ଉଦ୍ୟାନର ସୁଦୀର୍ଘ ଘଞ୍ଚ ଜଙ୍ଗଲ, ପଶୁପକ୍ଷୀ, ସାମୁଦ୍ରିକ ତଟାଞ୍ଚଳର ପରିବେଶ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଏଥିସହ ଅଲିଭ୍‌ରିଡ୍‌ଲେଙ୍କ ଅନ୍ତୁଡିଶାଳ, ବଉଳା କୁମ୍ଭୀର, ଡଲଫିନ ଆଦି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ଏପରିସ୍ଥଳେ ଚିଙ୍ଗୁଡି ଘେରି ଓ ପିରାନା ପ୍ରଜାତିର ମାଛ ଚାଷ ଫଳରେ ମାଛ ବ୍ୟବସାୟୀଙ୍କ କବଳକୁ ଜଙ୍ଗଲ ଚାଲି ଯାଉଛି। ସାମାଜିକ କର୍ମୀ ମହେଶ କୁମାର ପାଢ଼ି କହିଛନ୍ତି, ଭିତରକନିକାର ସୁରକ୍ଷା ପାଇଁ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବିଭିନ୍ନ ସମୟରେ ଜନସ୍ବାର୍ଥ ମାମଲା ରୁଜୁ ହେଉଛି। ଏଥିପାଇଁ ଜାତୀୟ ଉଦ୍ୟାନ ଓ ଆଖପାଖ ଅଞ୍ଚଳରେ ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାଛ ଚାଷ ଫଳରେ ଏହାର ବିଷାକ୍ତ ବର୍ଜ୍ୟବସ୍ତୁ ଜଙ୍ଗଲକୁ ଧ୍ୱଂସ କରୁଛି। ପରିବେଶବିତ୍‌ ସୁନୀଲ କୁମାର ଗନ୍ତାୟତ କହିଛନ୍ତି, ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ଜଙ୍ଗଲ ଜମି ସ୍ଥାନୀୟ ରାଜନେତାଙ୍କ ଭୋଟବ୍ୟାଙ୍କ ସାଜିଛି। ଅନୁପ୍ରବେଶକାରୀ ଏହି ଜମିକୁ ଜବରଦଖଲ କରି ରହିବା ସହିତ ମାଛ ଚାଷ, ପ୍ରାଣୀ ଓ ପକ୍ଷୀଙ୍କ ଶିକାର ସହ ଗଛ ନଷ୍ଟ କରୁଛନ୍ତି। ଅନୁପ୍ରବେଶକାରୀଙ୍କୁ ରୋକା ନ ଗଲେ ଭିତରକନିକା ଶ୍ରୀହୀନ ହୋଇଯିବ। ଏ ସମ୍ପର୍କରେ ରେଞ୍ଜର ଦେବାଶିଷ ଭୋଇଙ୍କୁ ପଚାରିବାରେ ଭିତରକନିକାକୁ ଅବାଧ ପ୍ରବେଶ ନିଷେଧ ହୋଇଛି। ଏଠାରେ ଥିବା ଚିଙ୍ଗୁଡ଼ି ଘେରିକୁ ଜିଲା ପ୍ରଶାସନ ସହାୟତାରେ ଭଙ୍ଗାଯାଉଛି। ନିଷିଦ୍ଧାଞ୍ଚଳରେ ମାଛ ଚାଷ ପାଇଁ ଅନୁମତି ଦିଆଯାଇ ନ ଥିବା ସେ କହିଛନ୍ତି।

The post ମାଛ ବ୍ୟବସାୟୀଙ୍କ କବଳରେ ସଂରକ୍ଷିତ ଜଙ୍ଗଲ appeared first on Dharitri Odia News.