ରାଜ୍ୟରେ ଚାଲୁ ରହିବ ସମସ୍ତ ଯୋଜନା, ବଦଳିବ ନାଁ
ଭୁବନେଶ୍ୱର : ନୂଆ ସରକାରରେ ବଦଳିବ ପୁରୁଣା ସରକାରଙ୍କ ଯୋଜନାର ନାଁ I ମେକ-ଇନ ଓଡିଶାର ନାଁ ବଦଳାଇ ଏହାକୁ ଉତ୍କଳ ଇନଭେଷ୍ଟ ସମ୍ମିଟ ରଖାଯାଇଥିବାବେଳେ,ବଦଳିବ ଲକ୍ଷ୍ମୀ ବସ୍ ନାଁ I ଏହା ବଦଳରେ ମୁଖ୍ୟମନ୍ତ୍ରୀ ବସ୍ ସେବା କରାଯିବ। ଏନେଇ ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଲକ୍ଷ୍ମୀ ବସ୍ ନାଁ ବଦଳାଇ ଏହା ଅତିଶୀଘ୍ର କାର୍ଯ୍ୟକାରୀ କରାଯିବ । ରାଜ୍ୟରେ ପୁରୁଣା ସରକାରଙ୍କ କୌଣସି ଯୋଜନାକୁ ବନ୍ଦ କରାଯିବ ନାହିଁ […]

ଭୁବନେଶ୍ୱର : ନୂଆ ସରକାରରେ ବଦଳିବ ପୁରୁଣା ସରକାରଙ୍କ ଯୋଜନାର ନାଁ I ମେକ-ଇନ ଓଡିଶାର ନାଁ ବଦଳାଇ ଏହାକୁ ଉତ୍କଳ ଇନଭେଷ୍ଟ ସମ୍ମିଟ ରଖାଯାଇଥିବାବେଳେ,ବଦଳିବ ଲକ୍ଷ୍ମୀ ବସ୍ ନାଁ I ଏହା ବଦଳରେ ମୁଖ୍ୟମନ୍ତ୍ରୀ ବସ୍ ସେବା କରାଯିବ। ଏନେଇ ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଲକ୍ଷ୍ମୀ ବସ୍ ନାଁ ବଦଳାଇ ଏହା ଅତିଶୀଘ୍ର କାର୍ଯ୍ୟକାରୀ କରାଯିବ । ରାଜ୍ୟରେ ପୁରୁଣା ସରକାରଙ୍କ କୌଣସି ଯୋଜନାକୁ ବନ୍ଦ କରାଯିବ ନାହିଁ କେବଳ ନାଁ’ ବଦଳାଯାଇ ଏହାର ନବ କଳେବର କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି I
ପୂର୍ବ ସରକାରରେ ଚାଲିଥିବା BSKY, ଲକ୍ଷ୍ମୀ,ଆହାର,କାଳିଆ ଭଳି ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକୁ ନୂଆ ନାଁ ନୂଆ ଢାଞ୍ଚାରେ ଚଳାଇବାକୁ ଇସାରା ଦେଇଛନ୍ତି ନୂଆ ସରକାର I ପୂର୍ବରୁ ରାଜ୍ୟ ସରକାର ଚଳାଇଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ ପଞ୍ଜିକୃତ ପରିବାର ଗୁଡ଼ିକରୁ ପୁରୁଷ ମାନଙ୍କୁ ୫ ଲକ୍ଷ୍ୟ ଏବଂ ମହିଳା ମାନଙ୍କୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିଲା I ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଅଧୀନରେ ଚାଲୁଥିବା ଆୟୁଷ୍ମାନ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପ୍ରତିପରିବାରକୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ I
ସେହିପରି ରାଜ୍ୟର ପ୍ରତି କୋଣ ଅନୁକୋଣରେ ଗଡ଼ୁଛି ଲକ୍ଷ୍ମୀ ବସ୍ । ତେବେ ଏହି ବସ ସେବା କ୍ଷତିରେ ଚାଲୁଥିବାରୁ ଏହାର ରୂପରେଖ ବଦଳାଇ ପାରନ୍ତି ରାଜ୍ୟ ସରକାର I ପୂର୍ବରୁ ଥିବା ବିଜେଡି ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ତେବେ ଓଡ଼ିଶାରେ ସରକାର ବଦଳିଛି । ତେଣୁ ଯୋଜନା ବି ବଦଳାଯିବାକୁ ଯୋଜନା କରାଯାଇଛି।
ଏହାରି ଭିତରେ ଭାଜପା ସରକାର ଲକ୍ଷ୍ମୀ ବସ ନାଁ ପରିବର୍ତ୍ତନ କରିବେ ନାଁ ସେହି ନାଁ ରହିବ ତାହାକୁ ନେଇ ଚର୍ଚ୍ଚା ଚାଲଥିବା ବେଳେ ଆଜି ଏହାକୁ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ତେବେ ଗ୍ରାମାଞ୍ଚଳ ଲୋକଙ୍କୁ ପରିବହନ ସେବା ଯୋଗାଇବା ନୂଆ ସରକାରଙ୍କ ପ୍ରାଥମିକତା ରହିବ I
ସେହିପରି ରାଜ୍ୟର କାଳିଆ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ କୃଷକ ସମ୍ମାନ ନିଧି ଯୋଜନାକୁ ଏକାଠି କରି ଚାଷୀଙ୍କୁ କିଭଳି ଅଧିକରୁ ଅଧିକ ସହାୟତା ଯୋଗାଇ ଦିଆଯାଇ ପାରିବ ସେନେଇ ମଧ୍ୟ ଗୁରୁତ୍ତ୍ଵ ଦେବେ ନୂଆ ସରକାର I